କୋଟିପତି ବ୍ଲକ୍ ଶିକ୍ଷା ଅଧିକାରୀ ଶାନ୍ତନୁ ମଲ୍ଲିକ ଗିରଫ : Ommtv

Crime News

କୋଟିପତି ବ୍ଲକ୍ ଶିକ୍ଷା ଅଧିକାରୀ ଶାନ୍ତନୁ ମଲ୍ଲିକ ଗିରଫ : Ommtv

କୋଟିପତି ବ୍ଲକ୍ ଶିକ୍ଷା ଅଧିକାରୀ ଶାନ୍ତନୁ ମଲ୍ଲିକ ଗିରଫ : Ommtv

OMM TV (ହିନ୍ଦୋଳ ରତିକାନ୍ତ ଗଡନାୟକ)ଓଡିଶା ରାଜ୍ୟର ଜଣେ କୋଟିପତି ବ୍ଲକ୍ ଶିକ୍ଷା ଅଧିକାରୀ ଶାନ୍ତନୁ ମଲ୍ଲିକ ଙ୍କୁ ଆଜି ସକାଳେ ରାଜ୍ୟ ଭିଜିଲାନ୍ସ ବିଭାଗ ଜଣେ ନିଲମ୍ବିତ ପ୍ରାଥମିକ ଶିକ୍ଷକ ଅଦୈତ ସାମଲ ଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାପଡି ଗିରଫ ହୋଇଛନ୍ତି। ରାସୋଳ ଥାନା ଅନ୍ତର୍ଗତ ବ୍ରହ୍ମପୁର ପ୍ରାଥମିକ ବିଦ୍ୟାଳୟ ରେ ଅଦୈତ ସାମଲ ପ୍ରଧାନ ଶିକ୍ଷକ ଥିବା ବେଳେ ଜଣେ ଛାତ୍ର ଖୋଲା କୂଅରେ ପଡି ମୃତ୍ୟୁବରଣ କରିଥିବାରୁ ବିଇଓ ତାଙ୍କୁ ସସପେଣ୍ଡ କରିଥିଲେ। ତାଙ୍କ ଚାକିରି କୁ ନିୟମିତ କରିବା ପାଇଁ ଲକ୍ଷେ ଟଙ୍କା ଦାବୀ କରିବାରୁ କିସ୍ତିରେ 60 ହଜାର ଟଙ୍କା ଦେଇଥିଲେ। ଆଜି ସକାଳୁ 9 ଟା ସୁଦ୍ଧା ଦଶ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ହେବାରୁ ଶ୍ରୀ ସାମଲ ଦେଇ ସାରିବା ପରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ଷ୍ଟାଫ୍ ଙ୍କ ସହ ତାଙ୍କୁ କାବୁ କରି ନେଇଥିଲେ। ଗିରଫ୍ ହେବା ପରେ ବାଲି ମି ଥାନା ନିକଟରେ ରହୁଥିବା ଭଡା ଘରୁ ନଗଦ ଏକାନବେ ହଜାର ଟଙ୍କା ଜବତ କରିଥିଲେ। ତାଙ୍କ ଭଦ୍ରଖ ସ୍ଥିତ ବାସ ଭବନ ରେ ଏକା ସମୟରେ ଚଢାଉ ଜାରି ରହିଛି। ଶୁଣାଯାଏ ପ୍ରତି ଶନିବାର ଦିନ ଲକ୍ଷେ ଟଙ୍କା ହେଲେ ଘରକୁ ଥିବା ପାଇଁ ଯାଇ ସୋମବାର ଦିନ ବିଳମ୍ବରେ ହିନ୍ଦୋଳ ଆସନ୍ତି। 4 ବର୍ଷ ରହଣି କାଳରେ ହିନ୍ଦୋଳ ଶିକ୍ଷା ଜିଲ୍ଲାରୁ ପ୍ରାୟ ଦୁଇ କୋଟି ଟଙ୍କା ସଂଗ୍ରହ କରିବା ପରେ ଏଭଳି ଜଣେ ଲାଞ୍ଚ ଖୋର ଅଧିକାରୀଙ୍କୁ ଗିରଫ୍ କରିବାରେ ଭିଜିଲାନ୍ସ ଆଜି ସଫଳ ହୋଇଛି। ଭିଜିଲାନ୍ସ ଇନ୍ସପେକ୍ଟର ଅନୁପମା ସାହୁଙ୍କ ନେତୃତ୍ଵରେ ଆଜି ଏହି ଛାନଭିନ୍ ହୋଇଥିବାରୁ ଶିକ୍ଷକ ମହଲରେ ତଥା ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି।ଏହି ଭିଜିଲାନ୍ସ ଡି ଏସ୍ ପି ସୁଶିଲ ଲେଙ୍କା ଙ୍କ ନେତୃତ୍ଵରେ ରେଡ୍ ହୋଇଥିଲା। #Dhenkanal #visilance #Odishagovernment #Ommtv #Omtv #india #Odiaha