ବସ୍ତି ଆବାସ ମିଶନ ଫେଲ… ବସ୍ତିବାସିନ୍ଦା ଆବାସ ଘର‌ନେଲେ ଭଡ଼ାରେ ଲଗାଇଲେ : Ommtv

ବସ୍ତି ଆବାସ ମିଶନ ଫେଲ… ବସ୍ତିବାସିନ୍ଦା ଆବାସ ଘର‌ନେଲେ ବସ୍ତିକୁ ଭଡ଼ାରେ ଲଗାଇଲେ : Ommtv

ବସ୍ତି ଆବାସ ମିଶନ ଫେଲ…  ବସ୍ତିବାସିନ୍ଦା ଆବାସ ଘର‌ନେଲେ  ଭଡ଼ାରେ ଲଗାଇଲେ : Ommtv

ବସ୍ତି ଆବାସ ମିଶନ ଫେଲ…

ବସ୍ତିବାସିନ୍ଦା ଆବାସ ଘର‌ନେଲେ  ଭଡ଼ାରେ ଲଗାଇଲେ : Ommtv

ଭୁ‌ବନେଶ୍ବର(ଓମ ବ୍ୟୁରୋ): ବିଭିନ୍ନ ଜିଲ୍ଲାରୁ ଆସି ରାଜଧାନୀରେ ବସ୍ତି ତିଆରି କରି ହେସ ବସ୍ତିରେ ରହୁଥିବା ଲୋକଙ୍କୁ   ସରକାର ଆବାସ କରି ଘର ଦେଲେ। କିନ୍ତୁ ଚାଲାଖିଆ ବସ୍ତିଲୋକ ଘର ପାଇବା ପରେ ତାକୁ ଭଡ଼ାରେ ଲଗାଇ ସେମାନେ ପୁଣି ବସ୍ତିକୁ ଫେରିଗଲେ। ଏମିତି କି ଆବାସରେ ରହି ବସ୍ତି ଘରକୁ ଭଡ଼ା ଲଗାଇଦେଲେ। ଫଳରେ ବସ୍ତି ବଢ଼ିବଢ଼ି ଚାଲିଛି। ଏଭଳି ଏକ ସାଂଘାତିକ ସତ୍ୟକୁ ଉନ୍ମୋଚନ କରିଛି ଖୋଦ୍‌ ବିଏମ୍‌ସି। ସମସ୍ତ ପ୍ରକଳ୍ପରେ ଚଢ଼ଉ କରି ୨୫୦ରୁ ଅଧିକ ଭଡ଼ାଟିଆଙ୍କୁ ଚିହ୍ନଟ କରିଛି ବିଏମସି। ଖୁବ୍‌ଶୀଘ୍ର ମୂଳ ଆଲଟିଙ୍କୁ ବିଏମ୍‌ସି କାରଣ ଦର୍ଶାଅ ନୋଟିସ୍‌ ଜାରି କରିବ ଆବଶ୍ୟକ ପଡ଼ିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି। ମାତ୍ର ବସ୍ତିରେ ଚଢ଼ାଉ କରିନାହିଁ ବିଏମସି। କାରଣ ଯୁକ୍ତିଯୁକ୍ତ ନ ହେଲେ ଆବଣ୍ଟନ ବାତିଲ କରାଯିବ ବୋଲି ବିଏମ୍‌ସି ନିଷ୍ପତ୍ତି ନେଇଛି। ଯୋଜନା ମୁତାବକ, ଆଜି ସକାଳୁ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ୮ଟି ଟିମ୍‌ ହଠାତ୍ ଚଢ଼ଉ ପାଇଁ ବାହାରିଥିଲା। ଭିଜିଲାନ୍ସ ଷ୍ଟାଇଲରେ ଏକ ସମୟରେ ୮ଟି ପ୍ରକଳ୍ପରେ ଚଢ଼ଉ ହୋଇଥିଲା। ଆଜି ମଣ୍ଡପ ବସ୍ତିରେ ରାକେଶ ପାତ୍ର ସହକାରୀ କମିସନ‌ରଙ୍କ ନେତୃତ୍ବରେ ୩ଟିମ୍‌ ଚଢ଼ଉ କରିଥିବା ବେଳେ ରଙ୍ଗମାଟିଆ ହାଉସିଂ ପ୍ରକଳ୍ପରେ ଡେପୁଟି କମିସନର ଅଶୋକ ଲେଙ୍କାଙ୍କ ନେତୃତ୍ବରେ ୧୦ଟି ଟିମ, ନୀଳମାଧବ ହାଉସିଂ ପ୍ରକଳ୍ପରେ ଜୋନାଲ୍‌ କମିସନର କୈଳାଶ ଦାସଙ୍କ ନେତୃତ୍ବରେ ୮ଟିମ, ପଥରବନ୍ଧ ପ୍ରକଳ୍ପରେ ଡେପୁଟି କମିସନର ପ୍ରିୟଙ୍କା ମଲ୍ଲିକଙ୍କ ନେତୃତ୍ବରେ ୩ ଟିମ, ବୁଦ୍ଧବିହାର ପ୍ରକଳ୍ପରେ ଯୁଗ୍ମ କମିସନର ଜୟଶ୍ରୀ ବେଉରାଙ୍କ ନେତୃତ୍ବରେ ୧୦ ଟିମ, ସୁବୁଦ୍ଧିପୁର ପ୍ରକଳ୍ପରେ ଡେପୁଟି କମିସନର କାଜଲ ପ୍ରଧାନଙ୍କ ନେତୃତ୍ବରେ ୩ ଟିମ, ମହିଷାଖାଲ ପ୍ରକଳ୍ପରେ ଡେପୁଟି କମିସନର(ଏବିସି)ରଞ୍ଜନ ବେହେରାଙ୍କ ନେତୃତ୍ବରେ ୧୨ ଟିମ, ଶାନ୍ତୀନଗର ପ୍ରକଳ୍ପରେ ଡେପୁଟି କମିସନର(ଲ୍ୟାଣ୍ଡ)ରାଜକିଶୋର ଜେନାଙ୍କ ନେତୃତ୍ବରେ ୧୧ ଟିମ ଚଢ଼ଉ କରିଥିଲେ। ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି। ଅତିରିକ୍ତ କମିସନର ଶୁଭେନ୍ଦୁ ସାହୁ କହିଛନ୍ତି, ପ୍ରତ୍ୟେକ ବସ୍ତିବାସିନ୍ଦା ତଥା ଯୋଗ୍ୟ ହିତାଧିକାରୀଙ୍କୁ କିଭଳି ହାଉସିଂ ପ୍ରକଳ୍ପରେ ଘର ମିଳିବ ସେଥିପାଇଁ ବିଏମ୍‌ସି ଉଦ୍ୟମ ଅବ୍ୟାହତ ରଖିଛି। କିନ୍ତୁ ଏଭଳି ଅଭିଯୋଗ ସମସ୍ୟା ସୃଷ୍ଟି କରୁଛି। ଅନେକ ଯୋଗ୍ୟ ହିତାଧିକାରୀ ଏମାନଙ୍କ ପାଇଁ ବଞ୍ଚିତ ହେଉଛନ୍ତି। ଏସବୁପାଇଁ ବିଏମସି ଦାୟୀ। କାରଣ ଯେଉଁମାନଙ୍କୁ ବସ୍ତିରୁ ଆବାସ ଘର ମିଳୁଛି ସେମାନଙ୍କ ଘରକୁ ଭଙ୍ଗାଯାଉ ନାହିଁ ବୋଲି ସେଠାରେ ଗୋଟିଏ ଭଡ଼ାଟିଆ ରଖାଯାଇ ପୁଣି ବସ୍ତିକୁ ପ୍ରସୟ ଦିଆଯାଉଛି। ଏଥିରେ ସ୍ଥାନୀୟ କର୍ପୋରେଟର ମସୁଧା ରହିଛି। ଏବେ ବିଜେପି ସରକାର ଆସିବାରୁ ବିଏମସି ଅଧିକାରୀଙ୍କ ପଛ ଫାଟୁଛି ସେଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ସକାଳୁ ନିଦ ହଯିଯାଇଛି। ବିଜେଡ଼ି ଭ‌ୋଟ ହାତେଇବା ମସୁଧା ଆଉ କାମ କରିବ ନାହିଁ ବୋଲି ବିଏମସି ବରିଷ୍ଠ ଅଧିକାରୀ ଜାଣିବାପାରେ ଏବେ ତଦନ୍ତ କହିବା ପାଇଁ ନିଦ ହଜିଯାଇଛି। ଅନ୍ୟ ପକ୍ଷରେ ରାଜଧାନୀ ପ୍ରତିଷ୍ଠାକୁ ନିକଟରେ ୭୫ବର୍ଷ ପୂରଣ ହୋଇଥିଲା ବ‌େ‌ଳେ ବିଏମସି ରାଜଧାନୀ ଉପକଣ୍ଠ ଦୁଇ ଶହ ତିନି ଶହ ପୁରୁଣା ଗ୍ରାମାଞ୍ଚଳ ଗୁଡ଼ିକୁ ବିଏମସି ସହ ଯୋଡ଼ି ସୁବିଧା ନାମରେ ଭଲ ଆୟ କରିବା ଆରମ୍ଭ କରିଛି। ଯେଉଁ ମସୁଧା ଗ୍ରାମାଞ୍ଚଳଲୋକ ଜାଣିଗଲେଣି। ଆଗାମି ଦିନରେ ସରାକର ବସ୍ତି ବାସିନ୍ଦାଙ୍କୁ ତେଲ ମାରିବା ଛାଡ଼ି ରାଜଧାନୀର ମୂଳ ବାସୀନ୍ଦାଙ୍କୁ ଗୁରୁତ୍ବ ନଦେଲେ ପରିଣାମ ଭୋଗିବେ ବ‌ୋଲି ରାଜଧାନୀ ଉପକଣ୍ଠରେ ଥିବା ଶହଶହ ଗ୍ରାମାଞ୍ଚଳ ଲୋକ ଚେତାବନିଦେଇଛନ୍ତି        ।