ଚେକ୍ ବାଉନ୍ସ ମାମଲା: ଦୋଷୀଙ୍କୁ ୬ ମାସ ଜେଲ୍, ୪ ଲକ୍ଷ ଜରିମାନା

ଚେକ୍ ବାଉନ୍ସ ମାମଲା: ଦୋଷୀଙ୍କୁ ୬ ମାସ ଜେଲ୍, ୪ ଲକ୍ଷ ଜରିମାନା

ଚେକ୍ ବାଉନ୍ସ ମାମଲା: ଦୋଷୀଙ୍କୁ ୬ ମାସ ଜେଲ୍, ୪ ଲକ୍ଷ ଜରିମାନା

 ଚେକ୍ ବାଉନ୍ସ ମାମଲା: ଦୋଷୀଙ୍କୁ ୬ ମାସ ଜେଲ୍, ୪ ଲକ୍ଷ ଜରିମାନା

 

ବାରିପଦା: ଏକ ଚେକ୍ ବାଉନ୍ସ ମାମଲାର ବିଚାର କରି ବାରିପଦା  ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ଶୁଭ୍ରାଂଶୁ ଠାକୁର ଦୋଷୀ ଝାରପୋଖରୀ ଥାନା ଅନ୍ତର୍ଗତ ଗୋଷାଣୀପାଳ ଗ୍ରାମର ନୀଳକଣ୍ଠ ସାହୁଙ୍କୁ  ୬ ମାସ ଜେଲ୍ ଦଣ୍ଡ ସହ ୪ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି l ଜରିମାନା ଅନାଦେୟ ହେଲେ ଅଧିକ ୧ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ଶୁଣାଇଛନ୍ତି।ସୂଚନାଯୋଗ୍ୟ ଯେ, ନୀଳକଣ୍ଠ ସାହୁ ବ୍ୟବସାୟ ପାଇଁ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସାରସକଣା ଶାଖାରୁ ୨ ଲକ୍ଷ ଟଙ୍କା ଋଣ ନେଇଥିଲେl ଏହି ଋଣ ପରିଶୋଧ ପାଇଁ ସେ ୨,୯୪,୩୬୮.୦୦ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। ମାତ୍ର ଚେକ୍‌ଟି ବାଉନ୍ସ ହୋଇଯିବାରୁ ସାରସକଣା ଶାଖାର ପରିଚାଳିକା ବାରିପଦା ଜେ.ଏମ୍.ଏଫ୍.ସି. କୋର୍ଟରେ ଏକ ମାମଲା (ଆଇ.ସି.ସି. ନଂ- ୦୪/୧୫/୨୦୨୪) ଫାଇଲ୍ କରିଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଏହି ରାୟ ପ୍ରଦାନ କରିଥିବା ବେଳେ ବ୍ୟାଙ୍କ ତରଫରୁ  ଆଇନଜୀବୀ ବଟକୃଷ୍ଣ ପାଢ଼ୀ ଏହି ମାମଲା   ପରିଚାଳନା କରୁଥିଲେ।