ସୁନାପୋଷି ଗାଁ ରେ ତିନୋଟି ଘରେ ଏକାବେଳେ ଚୋରି 

 ସୁନାପୋଷି ଗାଁ ରେ ତିନୋଟି ଘରେ ଏକାବେଳେ ଚୋରି 

 ସୁନାପୋଷି ଗାଁ ରେ ତିନୋଟି ଘରେ ଏକାବେଳେ ଚୋରି 
 ସୁନାପୋଷି ଗାଁ ରେ ତିନୋଟି ଘରେ ଏକାବେଳେ ଚୋରି 
ରାଇରଙ୍ଗପୁର(କୋଳିଙ୍ଗ ବିକାଶ )04/08/26 ଆଜି ହାଟ ବାଦଡା ଥାନା ଅନ୍ତର୍ଗତ, ଭାଲୁବୋଷା ପଞ୍ଚାୟତ ସୁନାପୋଷି ଗାଁ ରେ ରାତି ପ୍ରାୟ ଗୋଟେ ରୁ ତିନିଟା ସମୟରେ ତିନୋଟି ଘରୁ କଳା କୋନା ବୁଲାଇ ଦେଇଛନ୍ତି।
ସୂଚନା ଥାଉକି ଯାଦବ ଚନ୍ଦ୍ର ପାତ୍ର ପିତା ବିଶ୍ୱେଶ୍ୱର ପାତ୍ରଙ୍କ ଚାଲଘର।  ସେ ଘରେ ତାଙ୍କର ବର୍ଷା ହେଲେ ପାଣି ପଡେ ତେଣୁ ସେ ଅଲଗା ଘରେ ଶୋଇଥିବା ଅବସ୍ଥାରେ ଚୋର ସୁଯୋଗ ପାଇ ଚୋରି କରି anumanikଦେଢ଼ ଲକ୍ଷ ଟଙ୍କାର ସୁନା ଗୋହଣା ନେଇଛନ୍ତି।
ରମେଶ ଚନ୍ଦ୍ର ଦାସ  ତାଙ୍କ ଘରୁ ମଧ୍ୟ ଘର ତାଲାକୁ ଭାଙ୍ଗି ସୁନା ଗୋହଣା ନେଇଛନ୍ତି।
ଇଶ୍ୱର ଚନ୍ଦ୍ର ପାତ୍ର ପିତା ନରେନ୍ଦ୍ର ପାତ୍ର ତାଙ୍କ ଘରେ ମଧ୍ୟ ତାଲା ଭାଙ୍ଗି ପଶିଥିଲେ କିନ୍ତୁ ତାଙ୍କ ଘରେ କିଛି ପାଇଲେ ନାହିଁ। 
ସକାଳୁ ପରିବାର ଲୋକ ନିଦ୍ରାରୁ ଉଠି ଦେଖିଲେ ତାଙ୍କ ଘରେ ଚୋରି ହୋଇଛି। ସେମାନେ ଗାଁର ସମାଜ ସେବି ପିଥ ମୁର୍ମୁଙ୍କୁ ଏହି ବାବଦରେ ଜଣେଇଲେ। ପିଥ ମୁର୍ମୁ ଥାନାକୁ ଚୋରି ହଇଥିବା ବିଷୟରେ ଜଣାଇଲେ।ଜଣାଇବା ପରେ ପୋଲିସ ଆସି ଘଟଣାର ତଦନ୍ତ ଚଳାଇଛନ୍ତି।ରାଇରଙ୍ଗପୁରରୁ ଜ୍ୟୋତିରଞ୍ଜନ ଷଡ଼ଙ୍ଗୀଙ୍କ ରିପୋର୍ଟ କୋଳିଙ୍ଗ ବିକାଶ।