ପାଣ୍ଡିଆନକୁ ବାନ୍ଧ : Ommtv Round The Clock

ପାଣ୍ଡିଆନକୁ ବାନ୍ଧ : Ommtv Round The Clock

ପାଣ୍ଡିଆନକୁ ବାନ୍ଧ : Ommtv Round The Clock

ପାଣ୍ଡିଆନକୁ ବାନ୍ଧ : Ommtv Round The Clock

ଭୁବନେଶ୍ବର: ଚର୍ଚ୍ଚିତ ଚେହେରା ପଣ୍ଡିଆନ୍ ପାଇଁ ରାଜ୍ୟରେ ପରିବର୍ତନ ଘଟିଲା ମାତ୍ର ଏହି ମହାଶୟ ଯେଉଁ ରାଜକୋଷକୁ ନେଇ ରାଜ୍ୟରେ ମଉଜ‌ କରୁଥିଲେ ତାହାର ତଦନ୍ତ ଏକ ପ୍ରକାର ଶିତଳ ପଡ଼ିଯାଇଥିବାରୁ ଏବେ ତା’ଙ୍କ ନାମରେ ଅଭିଯୋଗ ଆସିବା ଆରମ୍ଭ ହୋଇଛି। ଆଇଏଏସ୍‌ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ତଥା ଓଡ଼ିଶା ସରକାରଙ୍କ ପୂର୍ବତନ ୫ଟି ଅଧ୍ୟକ୍ଷ ଭୈରବ କାର୍ତ୍ତିକ ପାଣ୍ଡିଆନଙ୍କ ବିରୁଦ୍ଧରେ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ଥାନାରେ ଏତଲା ହୋଇଛି। ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ସୁଧୀର ଚରଣ ମହାନ୍ତି ଏହି ଏତଲା ଦେଇଛନ୍ତି। ସେ ପାଣ୍ଟିଆନଙ୍କ ଦୁର୍ନିତିର ଖୋଳତାଟ ହେବାପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।  ଶ୍ରୀ ମହାନ୍ତି, ଥାନାର ଦ୍ବାରସ୍ଥ ହୋଇ କହିଛନ୍ତି, ଭିକେ ପାଣ୍ଡିଆନ୍‌ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ପ୍ରାୟ ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଛନ୍ତି। ଖଣି ମାଫିଆ ତଥା ଜମି ମାଫିଆ ଓ ପାଣି ମାଫିଆଙ୍କ ଠାରୁ ସେ ଶହଶହ କୋଟି ଟଙ୍କା ନେଇ ଖର୍ଚ୍ଚ କରୁଥିଲେ। ପାଣ୍ଡିଆନଙ୍କ ଯୋଗୁଁ ଏ ଦେଶ ପଛେଇ ଯାଇଛି। ଆମ ରାଜ୍ୟ ଉପରକୁ ଚିକଣ ହୋଇ ଭିତର ଖୋଳ ହୋଇଯାଇଛି। ଏହାକୁ କରିଛି ପାଣ୍ଡିଆନ। ଏବେ ଓଡ଼ିଶାକୁ ପୁଣି ଆଗେଇବା ପାଇଁ ବହୁତ ଦିନ ଲାଗିଯିବ। ଏଭଳି ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ମକଦମା କଲି ଏବଂ ସବୁ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ସଂଗ୍ରହ କଲି। କେମିତି ଚାଟାର୍ଡ ବିମାନରେ ବୁଲୁଥିଲେ ତାର କୌଣସି ତଥ୍ୟ ସରକାରୀ ଦପ୍ତରରେ ମିଳୁ ନାହିଁ। ସରକାର ଚାହିଁଲେ ବିନା ଅନୁମତିରେ ସରକାରୀ ଅର୍ଥକୁ ଯେଉଁ ଅପବ୍ୟୟ କରିଛନ୍ତି ତା ଉପରେ କ୍ରାଇମ୍ ବ୍ରାଞ୍ଚ କିମ୍ବା ପୁଲିସକୁ ତଦନ୍ତ ପାଇଁ ଲଗାଇପାରିବେ। ଏମିତି ଦାବି ହେବାପରେ ଏବେ ବିଜେପି କଣ କରୁଛି ତାହା ଆଗାମି ଦିନରେ ଜଣାପଡ଼ିବ।