ପୋଖରୀର ବିଷାକ୍ତ ପାଣି ପି ମାଛ ମାରିବା ଘଟଣା,ଧାରଣା ଦେଲେ ସ୍ୱୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା:Ommtv
ପୋଖରୀର ବିଷାକ୍ତ ପାଣି ପି ମାଛ ମାରିବା ଘଟଣା,ଧାରଣା ଦେଲେ ସ୍ୱୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା:Ommtv
ପୋଖରୀର ବିଷାକ୍ତ ପାଣି ପି ମାଛ ମାରିବା ଘଟଣା,ଧାରଣା ଦେଲେ ସ୍ୱୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା:Ommtv

କଳାହାଣ୍ଡି ଜିଲ୍ଲା, ୨୯/୦୪(କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ I ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି ସେହି ଗ୍ରାମର ତେଲଙ୍ଗା ମୁଣ୍ଡା ବୋଲି ଏକ ପୋଖରୀରେ ବିଷାକ୍ତ ପାଣି ପଶି ମାଛ ମାରିବା ଅଭିଯୋଗ କରିଛନ୍ତି ଏସଏଚଜି ସଦସ୍ୟା ମହିଳାମାନେ ବେଦାନ୍ତ ପ୍ଲାଏ ଆସ ପଣ୍ଡରୁ ପାଣି ଲିକେଜ ହୋଇ ପୋଖରୀରେ ପଶିଛି ବୋଲି ତାଙ୍କର ଦାବୀ ହୋଇଛି I ଏହି ପୋଖରୀଟା ପ୍ଲାଏ ଆସ ପଣ୍ଡର ବନ୍ଧକୁ ଲାଗି ତଳପଟକୁ ତେଲଙ୍ଗା ମୁଣ୍ଡା ପୋଖରୀଟି ରହିଅଛି ଯାହା ଫଳରେ ଏହି ପୋଖରୀରେ ପ୍ଲାଏ ଆସ ପାଣି ପଶି ମାଛ ମରିଥିବା କଥା ଏସେଏଚଜି ମହିଳାମାନେ ଓ କେନ୍ଦୁଗୁଡା ଗ୍ରାମବାସୀ ଦାବିକରୁଛନ୍ତି I କେନ୍ଦୁଗୁଡା ଗ୍ରାମବାସୀ କହିବା କଥାଯେ ଶନିବାର ୨୬/୦୪ ତାରିଖ ଦିନ ଦୁଇ ଘଣ୍ଟା ସମୟରୁ ଅନବର୍ତ୍ତ ଆଠ ଘଣ୍ଟା ଧରି ବର୍ଷା ହୋଇଥିଲା ତତ ସଙ୍ଗେ ସଙ୍ଗେ କୂଅ ପଥର ମାଡ଼ ହୋଇଥିଲା ଯାହା ଫଳରେ ବେଦାନ୍ତ ଯେଉଁ ଆସ ପୋଖରୀ କରିଛି ସେହି ଆସ ବିଷାକ୍ତ ପାଣି ପଶି ଆମ ପୋଖରୀର ମାଛ ମରିଯାଇଛନ୍ତି ବୋଲି ସୁରଭି ଏସେଚଜି ମହିଳା ଗ୍ରୁଫ ପରିପ୍ରକାଶ କରିଛନ୍ତି I କାଲି ସକାଳ ଠାରୁ ଆଜିକୁ ୨୪ ଘଣ୍ଟା ପୁରିଗଲାଣି ପଛେ ତାଙ୍କରି ଗୁହାରି କିଏ ହେଲେ ଶୁଣୁନାହାନ୍ତି ଏସଏଚଜି ମିହିଳା ଓ ତାଙ୍କ ଗ୍ରାମବାସୀଙ୍କ ଦାବୀ ଯେ ଆମେ ଯାହା ବ୍ୟାଙ୍କରୁ ଋଣରେ ଆଣି ଟଙ୍କା ଲଗେଇ ମାଛ ଜାଅଁଳ ଛାଡ଼ିଥିଲୁ ଯାହା ଖର୍ଚ୍ଚ ହୋଇଥିଲା ସେହି ଟଙ୍କାକୁ ବେଦାନ୍ତ ଆମକୁ ଦେଇ ଦେଉ ତାପରେ ଯାଇ ଆମେ ଧାରଣରୁ ଉଠିବୁ ବୋଲି ସ୍ୱୟଂ ଗୋଷ୍ଠୀ ମହିଳାମାନେ ଆମ ଆଘରେ ପରିପ୍ରକାଶ କରିଛନ୍ତି I
