ମେଗା ରକ୍ତଦାନ ଶିବିର :Ommtv

ମେଗା ରକ୍ତଦାନ ଶିବିର :Ommtv

ମେଗା ରକ୍ତଦାନ ଶିବିର :Ommtv

ଓ ଏସ ଏଲ କମ୍ପାନୀ ଲାଞ୍ଜିଗଡ ଠାରେ ମେଗା ରକ୍ତଦାନ ଶିବିର :Ommtv

କଳାହାଣ୍ଡି ଜିଲ୍ଲା,୩୦/୦୪ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ର ଦୁର୍ଗମ ଅଞ୍ଚଳରେ ବେଦାନ୍ତ ଆଲୁମିନା କମ୍ପାନୀ ଅଧୀନରେ ୨୦୦୬ ମସିହାରୁ ଓଏସଏଲ କାମ କରୁଅଛି ଲାଞ୍ଜିଗଡର ସମସ୍ତ ସାମାଜିକ ବିକାଶ କ୍ଷେତ୍ରରେ ସମ୍ପୂର୍ଣ ସହଯୋଗ ଉଣସି ବର୍ଷ ହେଲା କରିଆସୁଅଛି I ଲାଞ୍ଜିଗଡ କୁ ଓଏସଲ କମ୍ପାନୀ ଆସିବା ଦିନ ଠାରୁ ପ୍ରତି ବର୍ଷ ଅକ୍ଷୟ ତୃତୀୟ ତିଥିରେ ଓଏସଲ କମ୍ପାନୀ ମାଲିକଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳନ କରି ଆସୁଅଛି ଶ୍ରୀଯୁକ୍ତ ମହିମା ମିଶ୍ର ୧୯୫୩ ମସିହାରେ କଟକ ଜିଲ୍ଲା ସାଲେପୁର ବ୍ଲକ କାଶୀପୁର ଗ୍ରାମରେ ଠାରେ ଜନ୍ମ ଗ୍ରହଣ କରିଥିଲେ, କଟକ ଠାରେ ରହି ଶିକ୍ଷା ଅର୍ଜନ କରିଥିଲେ I ୧୯୭୧/୭୨ ମସିହାରେ କଟକ ଖ୍ରୀଷ୍ଟ ମହାବିଦ୍ୟାଳୟର ଛାତ୍ର ସଂଘର ସଭାପତି ଥିଲେ I ପରବର୍ତ୍ତୀ ସମୟରେ ଏକ ବିଶାଳ କମ୍ପାନୀ ତିଆରି କରି ହଜାର ହଜାର ସ୍ଥାନୀୟ କର୍ମଚାରଙ୍କୁ ନିଯୁକ୍ତି ଦେଇ ଓଡିଶାର ପ୍ରଗତିରେ ସାଥି ହୋଇ ଅସୁଛନ୍ତି I ସେ ପୁଣ୍ୟ ଆତ୍ମା ଏ ବର୍ଷ ୭୨ ବର୍ଷ ବୟସରେ ପ୍ରଦାର୍ପଣ କଲେ,୭୨ ବର୍ଷ ଜନ୍ମ ତିଥିରେ ଲାଞ୍ଜିଗଡ ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି I ଉକ୍ତ ରକ୍ତଦାନ ଶିବିରରେ ଲାଞ୍ଜିଗଡ ଆଞ୍ଚଳର ଜଣା ଶୁଣା ବ୍ୟକ୍ତି ମାନେ ଯୋଗ ଦେଇଥିଲେ ଯଥା ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଷିନିଆ, ଆୟୁବ ଖାନ,ଡ଼ ଉତ୍କଳ କେଶରୀ ସାହୁ,ନବୀନ ପାତ୍ର, ରଂଜିତ ପାଢ଼ୀ, ଚନ୍ଦ୍ରଶେଖର ବେହେରା, ମୀନ କେତନ ଷଢଙ୍ଗୀ,ସୁନୀଲ ଯେନ, ଓକିଲ ଅନନ୍ତ ମାହାଙ୍କୁଡ ଉପସ୍ଥିତ ଉତ୍ସଚ୍ଛାହ ଉଦିପନା ସହ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରାଇଥିଲେ I ଉକ୍ତ ରକ୍ତଦାନ ଶିବିରକୁ ଅନୁଷ୍ଠାନରୁ ପରିଚାଳକ ଶୁଭେନ୍ଦୁ ପଲେଇ (ଚିନୁ ବାବୁ), ନିରଞ୍ଜନ ବେହେରା, ଅରୁଣ ପ୍ରସାଦ ରଥ,ସୁଦୀପ୍ତ ଦେବ, ବିଦ୍ୟାଧର ଦଳବେହରା, ବିଜୟ କୁମାର ପତି ପ୍ରମୁଖ ଉପସ୍ଥିତି ରହି ସୁଚାରୁ ରୂପେ ପରିଚାଳନା କରିଥିଲେ I ଉକ୍ତ ରକ୍ତଦାନ ଶିବରରେ ଭବାନୀପାଟଣା ଓଡିଶା ରକ୍ତ ଭଣ୍ଡାରର ଲେ.ଟି ସଂଜୀବ ମାହାଙ୍କୁଡ,ଏଲ.ଟି କୃଷ୍ଣ ଚନ୍ଦ୍ର ସାହୁ, ସହାୟକ ଗିରିଶ ନାଏକ,ଚାଳକ ସୁବଧ ପ୍ରଧାନ ମହାଦାୟ ମାନେ ପ୍ରତ୍ୟକ୍ଷ ଭାବେ ୫୮ ୟୁନିଟ ରକ୍ତ ସଂଗ୍ରହ କରିଥିଲେ I