ଧୁଡୁକୁ ବଡାମ ଶାଳରେ ପୂଜାର୍ଚ୍ଚନା:Ommtv

ଧୁଡୁକୁ ବଡାମ ଶାଳରେ ପୂଜାର୍ଚ୍ଚନା:Ommtv

ଧୁଡୁକୁ ବଡାମ ଶାଳରେ ପୂଜାର୍ଚ୍ଚନା:Ommtv

ଧୁଡୁକୁ ବଡାମ ଶାଳରେ ପୂଜାର୍ଚ୍ଚନା:Ommtv

ଯଶିପୁର:ଯଶିପୁର ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତ ଧୁଡୁକୁଠାରେ ବାଥୁଡି ସମ୍ପ୍ରଦାୟର ଆରାଧ୍ୟ ଠାକୁର ଜୟ ଶ୍ରୀ ବଡାମ ମାତା ବଡାମଣିଙ୍କର ଦୁଇଦିନ ଧରି ବଡାମ ପୂଜା ଓ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଗ୍ରାମ୍ୟ ଦେହୁରୀ କୁମ୍ପାନୀ ନାଏକ ଓ ତାଙ୍କ ଧର୍ମପତ୍ନୀଙ୍କ ଦ୍ବାରା ପୂଜାର୍ଚ୍ଚନା କରିଥିବା ବେଳେ ସହଯୋଗୀ ଭାବେ ଲକ୍ଷ୍ମୀକାନ୍ତ ନାଏକ ଓ ନାରାୟଣ ନାଏକ ଉପସ୍ଥିତ ଥିଲେ।ଏହା ସହ ପାରମ୍ପରିକ ଚାଙ୍ଗୁ ନୃତ୍ୟ ପରିବେଷଣ କରାଯାଇଥିଲା।କୁଳିପୋଷି, କାଦମଡକ, ଚମ୍ପାବଳଦା ଏବଂ ରୁଗୁଡ଼ି ଚାଙ୍ଗୁ ଦଳ ଏଥିରେ ଭାଗ ନେଇଥିଲେ।ଏଥିରେ ଗ୍ରାମର ସମସ୍ତ ପୁରୁଷ ମହିଳା ସହଯୋଗ କରିଥିଲେ।ଆଖପାଖ ଗାରୁ ଅନେକ ଭକ୍ତ ତଥା ଶ୍ରଦ୍ଧାଳୁ ପୂଜାର୍ଚନା ସହ ଚାଙ୍ଗୁ ନୃତ୍ୟ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମରେ ବଡାମ ଭକ୍ତ ରମେଶ ନାଏକ, ଦଶରଥ ନାଏକ,ଜଗଦିଶ ନାଏକ, ଛବିଳ ନାଏକ,ସୁଷମା ନାଏକ,ମମତା ନାଏକ,ଆରତୀ ନାଏକ, ଭଗବତୀ ନାଏକ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ ଥିଲେ।

ମୟୂରଭଞ୍ଜ ଯଶିପୁରରୁ ନୀହାର ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି କଳିଙ୍ଗ ବିକାଶ