Failure management is the key to prolonged success : Ommtv

ଡିଏଭି ଚନ୍ଦ୍ରଶେଖରପୁରର ଅଭିଭାବକ ଦିବସ ‘ନବାଙ୍କୁର’ ଉଦ୍‍ଯାପିତ : Ommtv

Failure management is the key to prolonged success : Ommtv

ଡିଏଭି ଚନ୍ଦ୍ରଶେଖରପୁରର ଅଭିଭାବକ ଦିବସ ‘ନବାଙ୍କୁର’ ଉଦ୍‍ଯାପିତ : Ommtv

ସଙ୍କଟକୁ ସୁଯୋଗ କରିପାରିଲେ ଦୀର୍ଘସ୍ଥାୟୀ ସଫଳତା ମିଳେ

 ପରିବର୍ତ୍ତିତ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଆହ୍ୱାନ ଦେଖାଦେଇଛି । ସାମୟିକ ବିଫଳତାରେ ଭାରାକ୍ରାନ୍ତ ନ ହୋଇ ସଙ୍କଟକୁ ସୁଯୋଗରେ ରୂପାନ୍ତରିତ କରିପାରିଲେ ହିଁ ଦୀର୍ଘସ୍ଥାୟୀ ସଫଳତା ମିଳିପାରିବ ବୋଲି ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁରରେ ଆୟୋଜିତ ଅଭିଭାବକ ଦିବସ ‘ନବାଙ୍କୁର’ର ଉଦ୍‍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦ୍ୱୈତନଗରୀ ପୁଲିସ୍‍ କମିଶନର୍‍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ମତପ୍ରକାଶ କରିଛନ୍ତି । ସମସାମୟିକ ଘଟଣାପ୍ରବାହରୁ ଏକାଧିକ ଉଦାହରଣ ଦେଇ ଶ୍ରୀ ପ୍ରିୟଦର୍ଶୀ ଅଭିଭାବକମାନେ ନିଜର ଅସଂପୂର୍ଣ୍ଣ ଅଭିଳାଷକୁ ପିଲାମାନଙ୍କ ଉପରେ ଲଦିଦେବାର ଅସ୍ୱାଭାବିକତାକୁ ନାପସନ୍ଦ କରିଥିଲେ । ଡିଏଭି ଚନ୍ଦ୍ରଶେଖରପୁରର ସର୍ବାଙ୍ଗୀନ ସାଫଲ୍ୟକୁ ପ୍ରଶଂସା କରିବା ଅବସରରେ ସେ ପିଲାମାନଙ୍କୁ ସାମାଜିକତା ଓ ସମାଜସଚେତନତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଦ୍ମବିଭୂଷଣ ସୁଦର୍ଶନ ସାହୁ, ଡ. ବିଜୟା ମିଶ୍ର, ବିଦ୍ୟାଳୟର ଚେୟାରମ୍ୟାନ୍‍ ଶରତ ଚନ୍ଦ୍ର ମିଶ୍ର, ଡିଏଭି ପୋଖରୀପୁଟ ଚେୟାରମ୍ୟାନ ଡ. ଅରୁଣ କୁମାର ରଥ, ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ଡିଏଭି ପୋଖରୀପୁଟ ଅଧ୍ୟକ୍ଷା ତଥା ସହକାରୀ ଆଞ୍ଚଳିକ ଅଧିକାରୀ ଡ. ସୁଜାତା, ଦିଗନ୍ତ ପଟ୍ଟନାୟକ ପ୍ରମୁଖ ଅତିଥିରୂପେ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଇନ୍ଦିରା ଭଟ୍ଟାଚାର୍ଯ୍ୟ ବିଦ୍ୟାଳୟର କୃତିତ୍ୱଭରା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ମୁଖ୍ୟଅତିଥି ଓ ଆମନ୍ତ୍ରିତ ଅତିଥିଗଣ କୃତୀ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ତଥା ଅଭିଭାବକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କୋମଳଗାନ୍ଧାର, ଇତିହାସର ଚତୁର ରତ୍ନ, ଜଳ ସଂରକ୍ଷଣ, କିଙ୍ଗ୍‍ ଲିୟର୍‍, ଛତ୍ରପତି ଶିବାଜୀ, ଗ୍ରେସ୍‍ ଅଫ ସାନ୍ତାକ୍ଲଜ୍‍ ଆଦି ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା ପରିବେଷିତ ହୋଇଥିଲା । ଶିକ୍ଷକ ରୂପେଶ ସାହୁ ଓ ସି.ଜ୍ୟୋତି ଏହାକୁ ସଂଯୋଜନା କରିଥିବା ସ୍ଥଳେ ରୋଜି ପରିଜା ଧନ୍ୟବାଦ ଅର୍ପଣ କରିଥିଲେ ।

Failure management is the key to prolonged success : Ommtv

 
 Present generation students should learn the art of negotiating failure in order to have prolonged success, opined S K Priyadarsi, Commissioner of Police, Bhubaneswar and Cuttack joining as the chief guest at the valedictory evening of the parents day celebrations "Navankur" of DAV Public school, Chandrasekharpur, Bhubaneswar on Saturday. Sri Priyadarsi cited many examples of current trends and advised parents not to impose their unfulfilled dreams on their children. Schools should focus on value education and impart the joy of giving ethos among the students, he observed. Among others, Padma Vibhushan Sudarshan Sahu, Dr Bijaya Mishra, School Chairman Sarat Chandra Mishra, DAV Pokhariput Chairman Dr Arun Kumar Rath, Suresh Chandra Mantri, DAV Pokhariput Principal-cum-ARO Dr Sujata, Diganta Patnaik joined as guests of honour. School Principal I/C Indira Bhattacharya presented the annual report of the School. Meritorious students, Staff and parents were honoured by the guests. Students presented enchanting cultural programmes namely Komala Gandhara, Chhatrapati Shivaji, King Lear and grace of Santa Claus. Teachers Rupesh Sahoo and C Jyothi compered the programme and Rosy Parija offered a vote of thanks.