୧୨ ନମ୍ବର ୱାର୍ଡରେ ଗଣସଫେଇ ଓ ସାନିଟାରୀ କିଟ୍ ବଣ୍ବନ : Ommtv

୧୨ ନମ୍ବର ୱାର୍ଡରେ ଗଣସଫେଇ ଓ ସାନିଟାରୀ କିଟ୍ ବଣ୍ବନ : Ommtv

୧୨ ନମ୍ବର ୱାର୍ଡରେ ଗଣସଫେଇ ଓ ସାନିଟାରୀ କିଟ୍ ବଣ୍ବନ : Ommtv

୧୨ ନମ୍ବର ୱାର୍ଡରେ ଗଣସଫେଇ ଓ ସାନିଟାରୀ କିଟ୍ ବଣ୍ବନ : Ommtv
ଭୁବନେଶ୍ୱ,୨୪/୧୨ (ରିପୋର୍ଟ: ସୁକାନ୍ତ) : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ
ଗଣସଫେଇ ଅଭିଯାନ ଓ ସାନିଟାରୀ କିଟ୍ ବଣ୍ଗନ କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଯାଇଛି । ପ୍ରେସ୍ ଛକ କାଳୀମନ୍ଦିର ଠାରେ ସମରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ
ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ୧୨ ନମ୍ବର ୱାର୍ଡର କର୍ପୋରେଟର ଜୟନ୍ତୀ
ସାହୁ ଯୋଗଦେଇ ସଫେଇ କର୍ମଚାରୀଙ୍କୁ ସଫେଇ ଦିଦି ଓ ସଫେଇ ଭାଇ ସମ୍ବୋଧନ କରିବା ସହିତ
ଆତିଥେୟତା ପ୍ରଦା ସ୍ୱରୂପ ନିଜେ ଚା ଓ ସୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ସେ
ଅଭିଭାଷଣ ରଖି କହିଥିଲେ ସଫେଇ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରି ଆମ
ପରିବେଶ ସଫା ସୁତୁରା ରଖୁଛନ୍ତି । ସେମାନେ ଯେମିତି ଆମ୍ଭ ମାନଙ୍କର ଯତ୍ନ
ନେଉଛନ୍ତି ଆମ୍ଭାମାନେ ମଧ୍ୟ ସେମାନଙ୍କର ଯତ୍ନ ନେବା ଆବଶ୍ୟକ । ସମ୍ମାନିତ ଅତିଥି
ଭାବେ ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଉତ୍ତର ଜୋନ୍‌ର
ଡେପୁଟି କମିଶନର ପୁରନ୍ଦର ନନ୍ଦ, ୱାର୍ଡ ଅଧକାରୀ ରବିନାରାୟଣ ମିଶ୍ର,
ସାନିଟାରୀ ଇନ୍ସପେକ୍ଟର ମନୋରଞ୍ଜନ ମହାପାତ୍ର, ଯୁବନେତା ପ୍ରସନ୍ନ କୁମାର ସାହୁ
ପ୍ରମୁଖ ଯୋଗଦେଇ ସଫେଇ ସଚେତନତା ସମ୍ବଦ୍ଧରେ କହିଥିଲେ । ଏବଂ ଭୁବନେଶ୍ୱରକୁ ସ୍ୱଚ୍ଛ
ସୁନ୍ଦର ରଖୁଥିବା ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସାନିଟାରୀ କିଟ୍‌
ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୨ ନମ୍ବର ୱାର୍ଡର ସମସ୍ତ ସଫେଇ କର୍ମଚାରୀ
ସ୍ୱଚ୍ଛସାଥୀ, ସୁପରଭାଇଜର ଓ ସ୍ଥାନୀୟ ଅଂଚଳର ବାସିନ୍ଦାମାନେ ଯୋଗଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଚଗଲା ଜେନା, ମିଟୁ ପରିଡା, ଭଗବାନ ଦାଶ, ତୁଷାର ବେହେରା
ପ୍ରମୁଖ ଉପସ୍ଥିତ ଥିଲେ । ବାବୁ ଭାଇ ଟମ୍‌ର ସଦସ୍ୟ ମାନେ ସହଯୋଗ କରିଥିଲେ ।
ଶେଷରେ ସମସ୍ତେ ଓାର୍ଡକୁ ସଫା ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ ।