ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ସୂରଜ ଅନୁଷ୍ଠିତ : Ommtv

ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ସୂରଜ ଅନୁଷ୍ଠିତ : Ommtv

ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ସୂରଜ ଅନୁଷ୍ଠିତ : Ommtv

ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ସୂରଜ ଅନୁଷ୍ଠିତ : Ommtv

ଭୁବନେଶ୍ୱର,୨୪ା୧୨ (ରିପୋର୍ଟ: ସୁକାନ୍ତ) ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ୧୨ ତମ ବାର୍ଷିକ ଉତ୍ସବ
ସୂରଜ ମଳିପଡା ସ୍ଥିତ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ
ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଙ୍ଗଲ, ପରିବେଶ,
ପଞ୍ଚାୟତରାଜ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ,
ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ. ପ୍ରସନ୍ନ କୁମାର
ପାଟ୍ଟଶାଣୀ, ଓଟିଡିସିର ଅଧ୍ୟକ୍ଷ ଡ. ଲେଲିନ ମହାନ୍ତି, ବଲିଉଡ ଅଭିନେତ୍ରୀ
ମୋନିକା ବେଦୀ, ବିଦ୍ୟାଳୟର ସଭାପତି ପବିତ୍ର କୁମାର ରାଉତରାୟ ପ୍ରମୁଖ
ଯୋଗଦେଇ ପ୍ରଥମେ ବିଦ୍ୟାଳୟର ଆଡମିନ୍ ଫଳକ ଉନ୍ମୋଚନ କରିଥିଲେ । ପରେ
ବିଦ୍ୟାଳୟରେ ଥିବା ଗାନ୍ଧିଜୀ ଓ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା
ସହିତ ପ୍ରଦୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସବ ସୂରଜ ୨୦୨୨ କୁ ଉଦଘାଟନ
କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ
କରାଯାଇ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା । ଅଧ୍ୟକ୍ଷ ଡକ୍ଟର ସ୍ୱରୂପାନନ୍ଦ
ମିଶ୍ର ସ୍ୱାଗତ ସମ୍ଭାଷଣ ରଖିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଡ.
ପାଟ୍ଟଶାଣୀ ଅଭିଭାଷଣ ରଖି କହିଥିଲେ ବିଦ୍ୟାଳୟ ହିଁ ପିଲା ମାନଙ୍କର ଜୀବନ ଓ
ଦେଶ ଗଠନର ମୁଖ୍ୟସ୍ଥଳୀ । ପିଲାମାନେ ସଂସ୍କାରି ହେବା ସହ ଚରିତ୍ରବାନ ହେବା
ଆବଶ୍ୟକ । ଡ. ମହାନ୍ତି ବିଦ୍ୟାଳୟର ଉନ୍ନତି ଓ ପିଲାମାନଙ୍କର ଭବିଷ୍ୟତ ଅଙ୍ଗାଙ୍ଗୀ
ଭାବେ ଜଡିତ ବୋଲି ରେଖାପାତ କରିବା ସହିତ ଅଭିଭାବକ ଓ ଶିକ୍ଷକ ମାନଙ୍କର
ଦାୟିତ୍ୱ ଉପରେ ଗରୁତ୍ୱାରୋପ କରିଥିଲେ । ସଭାପତି ଶ୍ରୀଯୁକ୍ତ ରାଉତରାୟ
ବିଦ୍ୟାଳୟ ଗଠନର ମୂଳ ଲକ୍ଷ ସମ୍ବଦ୍ଧରେ କହିବା ସହିତ ପିଲାମାନଙ୍କୁ ଭଲ ପାଠ ପଢି ବଡ
ମଣିଷ ହୋଇ ଜାତି ଓ ଦେଶ ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ ।
ପିଲାମାନଙ୍କ ଦ୍ୱାରା ନାଟକ ଜୁଗେ ଜୁଗେ ଜଗନ୍ନାଥ ପରିବଷେଣ ହେବା ସହ
ବିବିନ୍ନ ନାଚ ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଲିଉଡ
ଅଭିନେତ୍ରୀ ମୋନିକା ବେଦୀ ଓ ତାଙ୍କ ଟିମ୍ ଦ୍ୱାରା ପରିବେଷିତ ଚିତ୍ତାକର୍ଷକ
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମସ୍ତଙ୍କ ମନମୁଗ୍‌ଧ କରିଥିଲା । ଏହି ଅବସରରେ କୃତୀ
ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାର ପୁରସ୍କୃତ କରାଯାଇଥିଲା । ଶେଷରେ
ବିଦ୍ୟାଳୟର ଉପାଧ୍ୟକ୍ଷ କବିନ୍ଦ୍ର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।