ବ୍ରହ୍ମପୁର ସହରରେ ଟ୍ରାଫିକ୍ ସମସ୍ୟା : ଓମଟିଭି

ବ୍ରହ୍ମପୁର ସହରରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି, ସହରର ମୁଖ୍ୟ ରାସ୍ତା ଯେଉଁ ଭଳିଆ ଟ୍ରାଫିକ୍ ସମସ୍ୟା ଉପୁଜୁଛି ଠିକ୍ ସେହିପରି ସହରର ପ୍ରତ୍ୟେକ ସାହି ଗଳି ମଧ୍ୟରେ ଏଭଳି ପରିସ୍ଥିତି ମଧ୍ୟ ଉପୁଜିବାରେ ଲାଗିଛି କାରଣ ସାହିର ମୁଖ୍ୟ ରାସ୍ତାରେ ଚାରି ଚକିଆ ଯାନ ରହୁଥିବା ବେଳେ ସମୟରେ ସାଧାରଣ ଜନତା ସେହି ରାସ୍ତା ଦେଇ ଚାଲି ଯିବାରେ ବହୁତ ସମସ୍ୟା ସମ୍ମୁଖୀନ ହୋଇଥାନ୍ତି, ଛୋଟଛୋଟ ପିଲା ଠାରୁ ବୃଦ୍ଧା ପଯନ୍ତ ।

 ବ୍ରହ୍ମପୁର ସହରରେ ଟ୍ରାଫିକ୍ ସମସ୍ୟା : ଓମଟିଭି

ବ୍ରହ୍ମପୁର,୫.୭.୨୨(ଓମ): ବ୍ରହ୍ମପୁର ସହରରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି, ସହରର ମୁଖ୍ୟ ରାସ୍ତା ଯେଉଁ ଭଳିଆ ଟ୍ରାଫିକ୍ ସମସ୍ୟା ଉପୁଜୁଛି ଠିକ୍ ସେହିପରି ସହରର ପ୍ରତ୍ୟେକ ସାହି ଗଳି ମଧ୍ୟରେ ଏଭଳି ପରିସ୍ଥିତି ମଧ୍ୟ ଉପୁଜିବାରେ ଲାଗିଛି କାରଣ ସାହିର ମୁଖ୍ୟ ରାସ୍ତାରେ ଚାରି ଚକିଆ ଯାନ ରହୁଥିବା ବେଳେ ସମୟରେ ସାଧାରଣ ଜନତା ସେହି ରାସ୍ତା ଦେଇ ଚାଲି ଯିବାରେ ବହୁତ ସମସ୍ୟା ସମ୍ମୁଖୀନ ହୋଇଥାନ୍ତି, ଛୋଟଛୋଟ ପିଲା ଠାରୁ ବୃଦ୍ଧା ପଯନ୍ତ ।ଯେହେତୁ ଗାଡି ମାଲିକଙ୍କ ନିଜସ୍ୱ ପାର୍କିଂ ନଥାଇ  ରାସ୍ତା ପାର୍ଶ୍ବରେ ରଖିଥାନ୍ତି ଯଦ୍ୱାରା ରାସ୍ତାଟି ସଂକୀର୍ଣ୍ଣ ହୋଇଥାଏ, ସେହି ରାସ୍ତା ଦେଇ ଅନ୍ୟ କୌଣସି ଯାତାୟତ ଚାରିଚକିଆ ଯାନ ଯିବା ଆସିବା ସମୟରେ ରାସ୍ତାଟି ସମ୍ପୁର୍ଣ୍ଣ ଅବରୋଧ ହୋଇଯାଏ, ବସବାସ କରୁଥିବା ସାହି ବାସିନ୍ଦା ବହୁତ ଅସୁବିଧା ଅନୁଭବ କରନ୍ତି, ଏଣୁ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ସହରର ପ୍ରତ୍ୟେକ ଜାଗାର ଗଳି କନ୍ଦି ବୁଲି, ରାସ୍ତା ପାର୍ଶ୍ବରେ ରଖୁଥିବା ଗାଡି ମାଲିକଙ୍କ ଦୃଷ୍ଟି ନଜରକୁ ଆଣି ତୁରନ୍ତ ରାସ୍ତା ପାର୍ଶ୍ବରୁ ଗାଡି ନ ରଖିବା ପାଇଁ ସଜାଗ କରାଇଲେ । ସାଧାରଣ ଲୋକ ମାନେ ସେହି ରାସ୍ତା ଦେଇ ଯିବା ଆସିବାରେ କୌଣସି ସମସ୍ୟା ଉପୁଜିବ ନାହିଁ, ଏହା ବୁଦ୍ଧି ଜିବୀ ମହଲରେ ଆଲୋଚନା ର ବିଷଯ ଅଟେ । (ରିପୋର୍ଟ : ବସନ୍ତ କୁମାର)