ଯଶିପୁର ଅକ୍ଷତ କଳସ ଶୋଭାଯାତ୍ରା : Ommtv

ଯଶିପୁର ଅକ୍ଷତ କଳସ ଶୋଭାଯାତ୍ରା

ଯଶିପୁର ଅକ୍ଷତ କଳସ ଶୋଭାଯାତ୍ରା : Ommtv

ଯଶିପୁର ଅକ୍ଷତ କଳସ ଶୋଭାଯାତ୍ରା : Ommtv

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଠାରେ ପବିତ୍ର ଅକ୍ଷତ (ଚାଉଳ) ନିମନ୍ତ୍ରଣ ଓ କରପତ୍ର ବିତରଣ ଉତ୍ସବ ସ୍ଥାନୀୟ ତାରକେଶ୍ଵର ଶିବ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଯଶିପୁର ବଜାର ଛକ ଠାରୁ ଅକ୍ଷତ କଳସକୁ ସ୍ବାଗତ କରାଯିବା ପରେ ଶିବ ମନ୍ଦିର ପରିସରରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଯଜ୍ଞରେ କର୍ଲା ଭାବେ ରଞ୍ଜନ ଶିଖର ତାଙ୍କ ପତ୍ନୀ ସୁପ୍ରିୟା ଶିଖର, ଅରବିନ୍ଦ ସାହୁ ତାଙ୍କ ପତ୍ନୀ ମାନସୀ ସାହୁ ପ୍ରମୁଖ ଦାୟିତ୍ବ ତୁଲାଇଥିବା ବେଳେ ଯଶିପୁର ପୁରୁଣା ବଜାରର ସୁସ୍ମିତା ପ୍ରସାଦ ସୂର୍ଯ୍ୟ ପୂଜାରେ ସହଯୋଗ କରିଥିଲେ। ବ୍ରାହ୍ମଣ ପୂଜକ ଭାବେ ନାରାୟଣ କର ଏବଂ ରଘୁନାଥ କର ଦାୟିତ୍ବ ତୁଲାଇ ଥିଲେ । ଶେଷରେ ଅକ୍ଷତ କଳସ ଶୋଭାଯାତ୍ରା ଯଶିପୁର ନଗର ପରିକ୍ରମା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତୀୟ ସତସଙ୍ଗ ପ୍ରମୁଖ ହରିହର ତ୍ରିପାଠୀ, ଜିଲ୍ଲା ସଂଘଚାଳକ ରତିକାନ୍ତ ବୈଦ୍ୟ, କାର୍ଯ୍ୟକ୍ରମ ପ୍ରଭାରୀ ବିରକିଶୋର ମହାନ୍ତ, ବିଭାଗ ସମ୍ପାଦକ ମଧୁସୂଦନ ଦାସ, ଜିଲ୍ଲା ସଭାପତି ମଙ୍ଗୁଳୁରାମ ମହାନ୍ତ ପ୍ରମୁଖ ମଞ୍ଚାସିନଥିଲେ। କାର୍ଯ୍ୟକ୍ରମକୁ ସ୍ମୃତିମୟ ମହାନ୍ତ, ଯଦୁନାଥ ଯଦୁନାଥ ମହାନ୍ତ ପରିଚାଳନା କରିଥିଲେ।
ମୟୂରଭଞ୍ଜ ଯଶିପୁରରୁ ନୀହାର ରଞ୍ଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ ଟିଭି
JOIN New Bhubaneswar Press Club  : 9439177630