ପୁସ୍ତକ ‘ଉତ୍ତପ୍ତ ଫୁଲ’ର ଲୋକାର୍ପଣ ଉତ୍ସବ : ଓମଟିଭି

କମିସନରେଟ୍ ପୁଲିସ୍ ବରିଷ୍ଠ ଅଧିକାରୀ ଦୀପକ ମିଶ୍ର କାର୍ଯ୍ୟକାଳ ମଧ୍ୟରେ ସମୟ ବାହାରକରି ଅନେକ ଗୁଡ଼ିଏ କବିତା ଲେଖିଥିଲା ବେଳେ ସେଗୁଡ଼ିକୁ ଏକତ୍ରକରି ଏକ ପୁସ୍ତକରେ ପ୍ରସ୍ତୁତ କରିଛନ୍ତି। ତାଙ୍କର ସେହି ପ୍ରଥମ କବିତା ପୁସ୍ତକ ‘ଉତ୍ତପ୍ତ ଫୁଲ’କୁ ଆଜି ସେ ଚନ୍ଦ୍ରଶେଖରପୁରସ୍ଥିତ ଏକ ହୋଟୋଲରେ ଲୋକାର୍ପଣ କରିଛନ୍ତି। ଏହି ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡ଼. ହୃଷୀକେଶ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତେକ୍ୟ ମଣିଷ ଭିତରେ ଥିବା

ପୁସ୍ତକ ‘ଉତ୍ତପ୍ତ ଫୁଲ’ର ଲୋକାର୍ପଣ ଉତ୍ସବ : ଓମଟିଭି

ପୁସ୍ତକ ‘ଉତ୍ତପ୍ତ ଫୁଲ’ର ଲୋକାର୍ପଣ ଉତ୍ସବ : ଓମଟିଭି

(ରିପୋର୍ଟ: ସୁକାନ୍ତ ରାଉତ): କମିସନରେଟ୍ ପୁଲିସ୍ ବରିଷ୍ଠ ଅଧିକାରୀ ଦୀପକ ମିଶ୍ର କାର୍ଯ୍ୟକାଳ ମଧ୍ୟରେ ସମୟ ବାହାରକରି ଅନେକ ଗୁଡ଼ିଏ କବିତା ଲେଖିଥିଲା ବେଳେ ସେଗୁଡ଼ିକୁ ଏକତ୍ରକରି ଏକ ପୁସ୍ତକରେ ପ୍ରସ୍ତୁତ କରିଛନ୍ତି। ତାଙ୍କର ସେହି ପ୍ରଥମ କବିତା ପୁସ୍ତକ ‘ଉତ୍ତପ୍ତ ଫୁଲ’କୁ ଆଜି ସେ ଚନ୍ଦ୍ରଶେଖରପୁରସ୍ଥିତ ଏକ ହୋଟୋଲରେ ଲୋକାର୍ପଣ କରିଛନ୍ତି। ଏହି ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡ଼. ହୃଷୀକେଶ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତେକ୍ୟ ମଣିଷ ଭିତରେ ଥିବା ଲୁକାହିତ ଗୁଣକୁ ପ୍ରକାଶକରିବା ନିହାତି ଆବଶ୍ୟକ ରହିଛି ବୋଲି ମତପ୍ରକାଶ କରିଥିଲେ। ଶାସ୍ତ୍ରୀୟ ଓଡ଼ିଶା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ନିର୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତାଭାବେ ଯୋଗଦେଇ ଯୁବ କବି ଦୀପକ ମିଶ୍ରଙ୍କୁ ଲେଖାଲେଖି ପାଇଁ ଉତ୍ସାହିତ କରିଥିଲେ। ଆରକ୍ଷୀ ଅଧିକ୍ଷକ  ଜ୍ଞାନରଂଜନ ମହାପାତ୍ର ସଭାପତିତ୍ବ କରିଥିଲେ । ଗାଳ୍ପିକା ଲକ୍ଷ୍ମୀ ଚାନ୍ଦ ପୁସ୍ତକ ସମୀକ୍ଷାକରିଥିଲେ। କବୟିତ୍ରୀ ସୁଶ୍ରୀ ଜାହ୍ନବୀ ‌ଚୌଧୁରୀ ମଞ୍ଚ ପରିଚାଳନା କରିଥିଲା ବେଳେ ଶୁଭଦର୍ଶିନୀ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।