ଗୁଣ୍ଡିଚା ମନ୍ଦିରରେ ବିରାଜମାନ ମହାପ୍ରଭୂ : Ommtv Round The Clock

ଗୁଣ୍ଡିଚା ମନ୍ଦିରରେ ବିରାଜମାନ ମହାପ୍ରଭୂ : Ommtv Round The Clock

ଗୁଣ୍ଡିଚା ମନ୍ଦିରରେ ବିରାଜମାନ ମହାପ୍ରଭୂ : Ommtv Round The Clock

ଗୁଣ୍ଡିଚା ମନ୍ଦିରରେ ବିରାଜମାନ ମହାପ୍ରଭୂ : Ommtv Round The Clock

 : ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଥିବା ବେଳେ ଗତକାଲି ରାତିରେ ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିରରେ ବିଜେ କରିଛନ୍ତି। ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମଳିଛି। କିଛି ଭକ୍ତ ରଥରେ ନଟିଆ ବାଡ଼େଇ ଭୋଗ ପୂଜା କରୁଛନ୍ତି ଆଉ କିଏ ଗୁଣ୍ଡିଚା ମନ୍ଦିରରେ ବିରାଜମାନ ମହାପ୍ରଭୂଙ୍କ ନିକଟରେ ଭୋଗ କରୁଛନ୍ତି। କିସ୍ ଶ୍ରୀବାଣୀ କ୍ଷେତ୍ରର ଶିଖରଚଣ୍ଡି ପାହଡ଼ ପାଦଦେଶରେ ହୋଇଥିବା ମବ ନିର୍ବିତ ଗୁଣ୍ଡିଚା ମନ୍ଦିରରେ ଶୀଜିଉ ବିରାଜମାନ ହୋଇଛନ୍ତି। ସେହିଭଳି ଆରସିଏମ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟପକ୍ଷରୁ ପ୍ରେସ୍ ଛକ କାଳିମନ୍ଦିର ନିକଟ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଉଛନ୍ତି। ପଟିଆ ଗୁଣ୍ଡିଚା ମନ୍ଦିରରେ ଠାକରମାନଙ୍କର ରିତିନିତି ଅନୁଯାୟୀ ଅହରହ ପୂଜା ଚାଲିଛି ଏବଂ ଶୈଳଶ୍ରୀବିହାର ଶ୍ରୀଜଗନ୍ନାଥ ମନ୍ଦିର ରଥ ମଙ୍ଗଳା ମନ୍ଦିର ଛକରେ ଥିବା ମଙ୍ଗଳା ମନ୍ଦିରରେ ନିର୍ମିତ ଗୁଣ୍ଡିଚା ମା’ଙ୍କ ମନ୍ଦିରରେ ପୂଜା ପାଉଛନ୍ତି। ଏହି ସମୟରେ ଏହି ସବୁ ପ୍ରତିଷ୍ଠିତ ଗୁଣ୍ଡିଚା ମନ୍ଦିର ନିକଟରେ ସଂଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହ ଚାଲିଛି। ଯାହାକୁ ଦେଖିବାପାଇଁ ଏବଂ ଠାକରମାନଙ୍କ ଦର୍ଶନପାଇଁ ସଂଧ୍ୟାରେ ଭକ୍ତମାନଙ୍କ ଭିଡ଼ ଜମୁଛି। ଏହିପରି ନବଦିନ ବ୍ୟାପୀ ପ୍ରତିସନ୍ଧ୍ୟାରେ ମହାପ୍ରଭୁଙ୍କ ନିକଟରେ ଭଜନ ସମାରୋହ ଅନୁଷ୍ଠିତ ହେବା ସହ ଶ୍ରୀ ଜୀଉଙ୍କ ଦର୍ଶନ  ଓ ପୂଜା ଚାଲିବବୋଲି ମନ୍ଦିର ପରିଚାଳନା କମିଯି ପକ୍ଷରୁ ପ୍ରକାଶ ପାଇଛି।