ହିନ୍ଦୋଳ ବ୍ଲକ କଳା ଓ କଳାକାର ସଂଘ ମହିଳା ସଙ୍କୀର୍ତନ ପ୍ରତିଯୋଗୀତା : ଓମଟିଭି

ହିନ୍ଦୋଳ ବ୍ଲକ୍ କଳା ଓ କଳାକାର ସଂଘ ପକ୍ଷରୁ ମହିଳା  ସଙ୍କୀର୍ତ୍ତନ ମଣ୍ଡଳୀ କଳାକାର ମାନଙ୍କର ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଜି ହିନ୍ଦୋଳ ଅନ୍ତର୍ଗତ ଗଣ୍ଡାନାଳି ଗ୍ରାମର ମାଆ କ୍ଷେତ୍ରପାଳ ପୀଢ଼ ପରିସରରେ ଅନୁଷ୍ଠିତ ଏହି ସଂସ୍କୃତିକ କାର୍ଯ୍ୟକ୍ରମରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। ଜିଲ୍ଲା ସାଂସ୍କୃତିକ ପରିଷଦ ଉପାଧ୍ୟକ୍ଷ ଅବନୀ ମିଶ୍ର ଏଥିରେ ସଭାପତିତ୍ବ

ହିନ୍ଦୋଳ ବ୍ଲକ କଳା ଓ କଳାକାର ସଂଘ ମହିଳା ସଙ୍କୀର୍ତନ ପ୍ରତିଯୋଗୀତା : ଓମଟିଭି

(ରିପୋର୍ଟ: ଶିକାନ୍ତ ଗଡନାୟକ ଢେଙ୍କାନାଳ): ହିନ୍ଦୋଳ ବ୍ଲକ୍ କଳା ଓ କଳାକାର ସଂଘ ପକ୍ଷରୁ ମହିଳା  ସଙ୍କୀର୍ତ୍ତନ ମଣ୍ଡଳୀ କଳାକାର ମାନଙ୍କର ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଜି ହିନ୍ଦୋଳ ଅନ୍ତର୍ଗତ ଗଣ୍ଡାନାଳି ଗ୍ରାମର ମାଆ କ୍ଷେତ୍ରପାଳ ପୀଢ଼ ପରିସରରେ ଅନୁଷ୍ଠିତ ଏହି ସଂସ୍କୃତିକ କାର୍ଯ୍ୟକ୍ରମରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। ଜିଲ୍ଲା ସାଂସ୍କୃତିକ ପରିଷଦ ଉପାଧ୍ୟକ୍ଷ ଅବନୀ ମିଶ୍ର ଏଥିରେ ସଭାପତିତ୍ବ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ହିନ୍ଦୋଳ ବ୍ଲକ୍ ଉପାଧ୍ୟକ୍ଷ ବରୁଣ କୁମାର ସର , ଭୁବନ ବ୍ଲକ୍ ଉପାଧ୍ୟକ୍ଷ ଅଶୋକ କୁମାର ସାମଲ , ରୀତା ପ୍ରଧାନ, ବିକ୍ରମ ସାହୁ, ଗଣ୍ଡାନାଳି ସରପଞ୍ଚ, ସମିତି ସଭ୍ଯା , କଳିଙ୍ଗ ପାଇକ ସମାଜ ସଭାପତି ରତିକାନ୍ତ ଗଡ଼ନାୟକ ସମେତ ଅନ୍ୟ ଅତିଥି ମାନେ ଯୋଗଦାନ କରିଥିଲେ। ଏଥିରେ ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତ ର ଶତାଧିକ ମହିଳା କଳାକାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କଳା ଓ କଳାକାର ସଂଘ ସଭାପତି ବିମଳ ବିଶ୍ଵାଳ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଘ ଉପଦେଷ୍ଠା ମଙ୍ଗରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମୁ ଦେଖି ଉପସ୍ଥିତ ଦର୍ଶକମାନେ ପ୍ରଶଂସାକରିବା ସହିତ ଆମ କଳା ଓ ସଂସ୍କୃତିକୁ ଉଜ୍ଜାଭିତ କରିବାପାଇଁ ସଙ୍କଳ୍ପ ନେଇ ଆଗେଇ ଚାଲିବାକୁ ଏକ ମନ ଏକ ଚିତରେ ମିଳିମିଶି ସଂସ୍କୃତିକୁ ଉନ୍ନତିତର କରିବାପାଇଁ ଉତ୍ସାହିତ ହୋଇଥିଲେ।