ରାଇରଙ୍ଗପୁର ଉଦ୍ୟାନ ବିଭାଗ ତରଫରୁ ବିଭିନ୍ନ କିଶମର ଚାରା ବିକ୍ରୟ ଆରମ୍ଭ : Ommtv

ରାଇରଙ୍ଗପୁର ଉଦ୍ୟାନ ବିଭାଗ ତରଫରୁ ବିଭିନ୍ନ କିଶମର ଚାରା ବିକ୍ରୟ ଆରମ୍ଭ

ରାଇରଙ୍ଗପୁର ଉଦ୍ୟାନ ବିଭାଗ ତରଫରୁ ବିଭିନ୍ନ କିଶମର ଚାରା ବିକ୍ରୟ ଆରମ୍ଭ : Ommtv

ରାଇରଙ୍ଗପୁର ଉଦ୍ୟାନ ବିଭାଗ ତରଫରୁ ବିଭିନ୍ନ କିଶମର ଚାରା ବିକ୍ରୟ ଆରମ୍ଭ : ରାଇରଙ୍ଗପୁର ଉପଖଣ୍ଡ ଉଦ୍ୟାମ ବିଭାଗ ତରଫରୁ ବିଭିନ୍ନ କିଶମର ଚାରା ସୁଲଭ ମୂଲ୍ୟରେ ବିକ୍ରି ଚାଲୁରହିଛି | ଏହି ବିଷୟରେ ଚାଷୀମାନେ ବିଶେଷ ଭାବେ ଅବଗତ ହୁଅନ୍ତୁ ବୋଲି ସହ ଉଦ୍ୟାନ ଅଧିକାରୀ ରମେଶ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଥିଲେ | ଆଗକୁ ବନମହୋତ୍ସବ ଆସୁଥିବାରୁ ଲୋକେ ସଚେତନ ହୁଅନ୍ତୁ | ବୃକ୍ଷ ହିଁ ଜୀବନ ଏବଂ ବୃକ୍ଷ ମାନଙ୍କର ରକ୍ଷାଣବେକ୍ଷଣ କରିବା ଆମ୍ଭମାନଙ୍କର ପରମ କର୍ତ୍ତବ୍ୟ ଅଟେ | ଧୀରେ ଧୀରେ ପୁଣି ଜଙ୍ଗଲ ନଷ୍ଟ ହୋଇ ପଡିଆ ହୋଇଗଲାଣି | ତେଣୁ ଆମ୍ଭେମାନେ ଆଉ ଗଛ ନ କାଟି ବୃକ୍ଷ ରୋପଣ କରିବା ଉଚିତ ମନେହୁଏ | ଚାରା ପ୍ରତି ଦର ନିମ୍ନମତେ ଉଲ୍ଲେଖ କରାଯାଇଛି | ଯେପରି ଲେମ୍ବୁ ୯ ଟଙ୍କା ୫୦ ପଇସା,ନାଡୁକା ୬ ଟଙ୍କା,କାଜୁବାଦାମ ୨ ଟଙ୍କା,ଆମ୍ବ ୨୨ ଟଙ୍କା ୫୦ ପଇସା,ଅମୃତଭଣ୍ଡା ୪ ଟଙ୍କା,ନଡିଆ ଗଛ ୩୭ ଟଙ୍କା ୫୦ ପଇସା ଓ ପଣସ ଗଛ ର ମୂଲ୍ୟ ୯ ଟଙ୍କା ଧାର୍ଯ୍ୟ କରାଯାଇଛି | ଏହା ରାଇରଙ୍ଗପୁର ଉପଖଣ୍ଡର ୭ଟି ବ୍ଲକ ବିଜାତଳା,ବିଶୋଇ,ରାଇରଙ୍ଗପୁର,କୁସୁମୀ,ବହଳଦା,ତିରିଂ ଓ ଜାମଦା ମଧ୍ୟ ସୂଚନା ଦିଆଯାଇଛି | ଏ ବିଷୟରେ ଲୋକେ ଅବଗତ ହୁଅନ୍ତୁ ବୋଲି ଜଣାଇଥିଲେ | ବୃକ୍ଷ ରହିଲେ ଯାଇ ପରିବେଶ ସ୍ବଚ୍ଚ ସୁନ୍ଦର ରହିବ ଏଥିରେ ଦ୍ବିମତ ନାହିଁ | ଏ ବିଷୟରେ ରାଇରଙ୍ଗପୁର ଉଦ୍ୟାନ ବିଭାଗ ତରଫରୁ ନର୍ସରୀ ସହଯୋଗରେ ବିଭିନ୍ନ ବ୍ଲକକୁ ପଠାଯାଉଛି | ଯାହା ଫଳସ୍ବରୂପ ଲୋକେ ଉପୋକୃତ ହୋଇପାରିବେ ବୋଲି ଉଦ୍ୟାନ ବିଭାଗ କର୍ମକର୍ତ୍ତା ମନ୍ତବ୍ୟ ଦେଇଛନ୍ତି | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ. #Ommtv #OmTV #viralpage #trend #KalingaCineArts #NBPC #Rairangpur