ଅଧାପନ୍ତରିଆରେ ବୁର୍ଜା ମଶାଣି ରାସ୍ତା ଲୋକେ କାଠ ପୋଲ ସାହାଯ୍ୟ ରେ ମରଶରୀରକୁ ମଶାଣି କୁ ନେଉଛନ୍ତି : Ommtv

Laxmipur

ଅଧାପନ୍ତରିଆରେ ବୁର୍ଜା ମଶାଣି ରାସ୍ତା ଲୋକେ କାଠ ପୋଲ ସାହାଯ୍ୟ ରେ ମରଶରୀରକୁ ମଶାଣି କୁ ନେଉଛନ୍ତି : Ommtv
ଅଧାପନ୍ତରିଆରେ ବୁର୍ଜା ମଶାଣି ରାସ୍ତା ଲୋକେ କାଠ ପୋଲ ସାହାଯ୍ୟ ରେ ମରଶରୀରକୁ ମଶାଣି କୁ ନେଉଛନ୍ତି : Ommtv
ରିପୋର୍ଟ:- ସଞ୍ଜୟ କୁମାର ପାଣି
ଲକ୍ଷ୍ମୀପୁର- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଠାରୁ ମାତ୍ର ଦୁଇ କିଲୋମିଟର ରାସ୍ତା ନକହିଲେ ଭଲ ବୁର୍ଜା ଗ୍ରାମର ମଶାଣି ରାସ୍ତା ପାଇଁ MGNREGA ତରଫରୁ ୬ ଲକ୍ଷ ଏବଂ ବିଧାୟକ ପାଣ୍ଠିରୁ ୨ ଲକ୍ଷ ଦେଇଥିଲେ ସୁଦ୍ଧା ଦୀର୍ଘ ଦୁଇ ବର୍ଷ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଆରମ୍ଭ କରାଯାଇ ଥିବା ପୋଲ କାର୍ଯ୍ୟ ସମାପ୍ତ ହୋଇ ପାରୁନି କାହିଁକି ମଙ୍ଗଳବାର ଦିନ ଜଣେ ବରିଷ୍ଠ ବ୍ୟକ୍ତି ବିୟୋଗ ହୋଇଥିବାରୁ ଆମେ ସ୍ଥିତି ପରଖିଲା ବେଳେ ଲୋକେ ମୃତ୍ୟୁ ବ୍ୟକ୍ତିଙ୍କୁ କାନ୍ଦରେ କାକାଇ ଅସ୍ଥାୟୀ କାଠ ପୋଲ ଉପରେ ଦେଇ ବଡ଼ କଷ୍ଟରେ ମଶାଣିକୁ ନେଇଥିଲେ। ଏନେଇ ଆମେ ଉକ୍ତ କାର୍ଯ୍ୟର ଠିକାଦାର ଦେବନ କନ୍ଧପାନ ଙ୍କୁ ପଚାରିବାରୁ ମୁଁ ବିନା ଟଙ୍କାରେ ଉକ୍ତ ପୋଲର ଉଭୟ ସାଇଡ୍ ରେ ଛାତ ପକାଇବା ପାଇଁ କଂକ୍ରିଟ୍ କାନ୍ଥ ଗୁଡ଼ିକ ନିର୍ମାଣ କରିଛି ମତେ ବ୍ଲକର କନିଷ୍ଠ ଯନ୍ତ୍ରୀ ଏବଂ ବିଡ଼ିଓ ଟଙ୍କା ଦେଲେ ଯାଇ ପୋଲ ଛାତ ପକେଇବି ନଚେତ୍ ମୁଁ କରିପାରିବି ନାହିଁ ମତେ ଏବେ ପର୍ଯ୍ୟନ୍ତ କିଛି ଟଙ୍କା ଦେଇନାହାନ୍ତି ବୋଲି ରୋକ୍ ଠୋକ୍ ମନା କରିଦେଇଥିବାରୁ । ଆମେ କନିଷ୍ଠ ଯନ୍ତ୍ରୀ ଶ୍ରାବଣୀ ପାଢ଼ୀ କହିଥିଲେ କି ମୁଁ ଉକ୍ତ କାର୍ଯ୍ୟ ବିଷୟରେ ଜାଣିନି ବୋଲି ତେବେ ଏଠାରେ ପ୍ରଶ୍ନ ଉଠୁଛି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନ ଜାଣୁନୁ ଉକ୍ତ କାର୍ଯ୍ୟ କେମିତି ଆରମ୍ଭ ହେଲା ତାହା ମଧ୍ୟ ଗୋଟିଏ କାମରେ ଦୁଇ ଦୁଇଟି ପ୍ରଜେକ୍ଟ୍ ରଖି ଚାଲୁ କଲେ କେମିତି ଯଦି ଚାଲୁ କଲେ ଲୋକଙ୍କ ମୌଳିକ ସୁବିଧା ବଞ୍ଚିତ କାହିଁକି ଦୀର୍ଘ ଦୁଇ ବର୍ଷ ଉର୍ଦ୍ଧ ସମୟ ଧରି ଉପେକ୍ଷା କରି ରଖିଛନ୍ତି ଏଥିପାଇଁ ଦାୟୀ କିଏ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି କରିଛନ୍ତି। ତେବେ ଏନେଇ ଲକ୍ଷ୍ମୀପୁର ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ସେଠାରେ କେତେ ଟଙ୍କା ଖର୍ଚ୍ଚ ହେଲେ ପୋଲ ନିର୍ମାଣ ହୋଇ ପାରିବ ତାହା ଯଥା ସିଘ୍ର କରାଯିବ ବୋଲି ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ ରଥ ପ୍ରରକାଶ କରିଛନ୍ତି । #Koraput #Laxmipur #Ommtv #Omtv #Kalingacinearts #NBPC