ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍ ପକ୍ଷରୁ ଆଜି ସଭ୍ୟ ଗ୍ରହଣ : Ommtv

ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍ ପକ୍ଷରୁ ଆଜି ସଭ୍ୟ ଗ୍ରହଣ

ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍ ପକ୍ଷରୁ ଆଜି ସଭ୍ୟ ଗ୍ରହଣ : Ommtv

ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍ ପକ୍ଷରୁ ଆଜି ସଭ୍ୟ ଗ୍ରହଣ : Ommtv

ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍ ପକ୍ଷରୁ ଆଜି ସଭ୍ୟ ଗ୍ରହଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସଭାରେ ବିଭିନ୍ନ ଗଣମାଧ୍ୟମର କର୍ମଚାରୀମାନେ ଯୋଗଦେଇଥିଲେ। ବିଧାୟକ ଶ୍ରୀ ରାଉତ ମୁଖ୍ୟ ଅତିଥି‌ଭାବେ ଯୋଗଦେଇ ପ୍ରେସ୍ କ୍ଲବ୍ ସଭ୍ୟ ଗ୍ରହଣ ଫର୍ମକୁ ଉନ୍ମୋଚନ କରିଥିଲେ। ଏହି ପ୍ରେସ୍ କ୍ଲବ୍‌ରେ ପଞ୍ଜିକୃତ ଗଣମାଧ୍ୟମରେ କାର୍ଯ୍ୟରତ ଯେକୌଣସି କର୍ମଚାରୀ ସଭ୍ୟ ହୋଇପାରିବେ। ଏହା ଫଳରେ ଗଣମାଧ୍ୟମର ବିଭିନ୍ନ ବର୍ଗରେ କାର୍ଯ୍ୟକରୁଥିବା କର୍ମଚାରୀମାନଙ୍କୁ ସହଜରେ ଚିହ୍ନଟ କରିହେବ ଏବଂ ସରକାରଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସୁବିଧା ସୁଯୋଗ ସଠିକ୍ ଗଣମାଧ୍ୟମ କର୍ମଚାରୀମାନଙ୍କ ନିକଟରେ ପହଞ୍ଚିପାରିବ । ଏପରି ଏକ ପ୍ରେସ୍ କ୍ଲବ୍ ରାଜ୍ୟରେ ପ୍ରଥମ ହୋଇଥିବାରୁ ଏହି କ୍ଲବ୍‌ରେ ସମସ୍ତ ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥାର କର୍ମଚାରୀମାନଙ୍କୁ ଯୋଗଦେବାପାଇଁ ପ୍ରେସ୍ କ୍ଲବ୍‌ର ସଭାପତି ସାମ୍ବାଦିକ ସ୍ମରଜିତ୍ ଆର୍ଯ୍ୟ ଅନୁରୋଧ କରିଛନ୍ତି। କାର୍ଯ୍ୟକ୍ରମରେ କ୍ଲବ୍ ସଂପାଦକ ବିଦ୍ୟାଧର ବାରିକ କାର୍ଯ୍ୟକ୍ରମକୁ ପରିଚାଳନାକରିବା ସହିତ ବିଭିନ୍ନ ଗଣମାଧ୍ୟମରେ ୩୦ ଅଧିକ କର୍ମଚାରୀ ଉପସ୍ଥିତଥିଲେ। ଆଜି ପ୍ରଥମ ଦିନରେ ୨୦ ଜଣ ଗଣମାଧ୍ୟମରେ କାର୍ଯ୍ୟରତ ବ୍ୟକ୍ତି ସଭ୍ୟ ଗ୍ରହଣ କରିଛନ୍ତି। #NewBhubaneswarPressClub #NBPC #OmmTv #OmTV #Kalingacinearts #odishamedia