+୨ କଳାରେ କିସ୍‍ର ଶତପ୍ରତିଶତ ସଫଳତା     : Ommtv

+୨ କଳାରେ କିସ୍‍ର ଶତପ୍ରତିଶତ ସଫଳତା     

+୨ କଳାରେ କିସ୍‍ର ଶତପ୍ରତିଶତ ସଫଳତା     : Ommtv
+୨ କଳାରେ କିସ୍ର ଶତପ୍ରତିଶତ ସଫଳତା     : Ommtv
ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି । ଏଥିରେ କିସ୍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । କଳାରେ ରାଜ୍ୟର ପାସ୍ ହାର ୭୮.୮୮ ପ୍ରତିଶତ ରହିଥିବା ବେଳେ କିସ୍ର ହାର ଶତ ପ୍ରତିଶତ ରହିଛି । କିସ୍ ଛାତ୍ରୀ ପୁଷ୍ପ ରାଣୀ ମୁର୍ମୁ ସର୍ବାଧିକ ୮୨ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି । ପୁଷ୍ପ ପଞ୍ଚମ ଶ୍ରେଣୀରୁ କିସ୍ରେ ପଢ଼ିଆସୁଥିଲେ । କିସ୍ର ୩୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ କିସ୍ର ଅଧ୍ୟାପକ ଅଧ୍ୟାପିକାଙ୍କ ନିୟମିତ ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ପରିଶ୍ରମ ସେମାନଙ୍କୁ ସଫଳତା ଆଣି ଦେଇଛି ବୋଲି କହିଛନ୍ତି । #OmmTv #OmTV #KalingaCineArts #NBPC #trendingshorts #trendingnews #trend #trending #OdishaGovernment #exam #Kissuniversity #Kiituniversity