ସମୃଦ୍ଧ ରାଷ୍ଟ୍ର ଗଠନରେ ଭଲ ମଣିଷଙ୍କ ଆବଶ୍ୟକତା ରହିଛି: ଅତନୁ ସବ୍ୟସାଚୀ : Ommtv କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ଉଦ୍‌ଯାପିତ

ସମୃଦ୍ଧ ରାଷ୍ଟ୍ର ଗଠନରେ ଭଲ ମଣିଷଙ୍କ ଆବଶ୍ୟକତା ରହିଛି: ଅତନୁ ସବ୍ୟସାଚୀ କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ଉଦ୍‌ଯାପିତ

ସମୃଦ୍ଧ ରାଷ୍ଟ୍ର ଗଠନରେ ଭଲ ମଣିଷଙ୍କ ଆବଶ୍ୟକତା ରହିଛି: ଅତନୁ ସବ୍ୟସାଚୀ : Ommtv କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ଉଦ୍‌ଯାପିତ
ସମୃଦ୍ଧ ରାଷ୍ଟ୍ର ଗଠନରେ ଭଲ ମଣିଷଙ୍କ ଆବଶ୍ୟକତା ରହିଛି: ଅତନୁ ସବ୍ୟସାଚୀ : Ommtv
କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ଉଦ୍‌ଯାପିତ
କଲରାବାଙ୍କ, ୨୪ ।୧୨: ସାଂପ୍ରତିକ ସମୟରେ ଭଲ ମଣିଷଙ୍କ ଆବଶ୍ୟକତା ରହିଛି । ଭଲ ମଣିଷମାନେ ଏକ ସମୃଦ୍ଧ ରାଷ୍ଟ୍ର ଗଠନ କରିପାରିବେ ବୋଲି ଓଡ଼ିଶା ଉଚ୍ଚଶିକ୍ଷା ତଥା ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଆଜି ଦୁଇଦିନ ବ୍ୟାପୀ ଚାଲିଥିବା କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ସମାରୋହର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ନାୟକ ଏହା କହିଛନ୍ତି । ସେ କହିଲେ, ଏକ ବିକାଶଶୀଳ ରାଷ୍ଟ୍ର ଗଠନରେ ଭଲ ମଣିଷଙ୍କ ଆବଶ୍ୟକତା ରହିଛି । ଏଥିପାଇଁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ସହ ଭଲ ମଣିଷ ଭାବେ ଗଢ଼ି ତୋଳିବା ଉଚିତ । କଲରାବାଙ୍କ ଉଚ୍ଚ ବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କ ଭଳି ଶତାଧିକ ଭଲ ମଣିଷ ସୃଷ୍ଟି ହୁଅନ୍ତୁ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, ଅନ୍ୟ ଯେ କୌଣସି କ୍ଷେତ୍ର କୁହନ୍ତୁ କଲରାବାଙ୍କ ସମସ୍ତ ପାଇଁ ଏକ ପ୍ରୟୋଗଶାଳା ପାଲଟିଛି । ଏକ ଗ୍ରାମରେ ସହର ଭଳି କିଭଳି ସବୁ ସୁବିଧା ଉପଲବ୍‌ଧ ହୋଇପାରେ ତାର ଦୃଷ୍ଟାନ୍ତ ହେଉଛି କଲରାବାଙ୍କ ଗ୍ରାମ । ଆମ ରାଜ୍ୟର ସମସ୍ତ ଗ୍ରାମ ଯଦି କଲରାବାଙ୍କ ଭଳି ରୂପାନ୍ତରିତ ହୋଇପାରନ୍ତା, ତେବେ ଗ୍ରାମାଂଚଳ ଲୋକମାନେ ଆଉ ସହରାଭିମୁଖୀ ହୁଅନ୍ତେ ନାହିଁ ବୋଲି ସେ କହିଥିଲେ । ଅତ୍ୟତମ ଅତିଥି ଭାବେ ଭୁବନେଶ୍ୱର ୟୁନିଟ୍ ୨ ଶ୍ରୀରାମ ମନ୍ଦିର ସଭାପତି ବାବା ରାମ ନାରାୟଣ ଦାସ ଆଶୀର୍ବଚନ ପ୍ରଦାନ କରି କହିଲେ, ଗୁରୁ ଓ ପିତାମାତା ସବୁବେଳେ ପୂଜ୍ୟ । ସେମାନଙ୍କୁ ସମ୍ମାନ ଓ ଆନ୍ତରିକତା ସହ ସେମାନଙ୍କ ଆଶୀର୍ବାଦ ଗ୍ରହଣ କଲେ ପିଲାମାନେ ଜୀବନରେ ନିଶ୍ଚିତ ଭାବେ ସଫଳତା ହାସଲ କରିପାରିବେ । ଜୀବନରେ ସର୍ବଦା ସଂଯମ, ଅହିଂସା, ଅନ୍ୟକୁ କଷ୍ଟ ନ ଦେବା ଓ ଭଗବାନ ଉପରେ ବିଶ୍ୱାସ ରଖିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ବିଶ୍ୱମୁକ୍ତି ପତ୍ରିକାର ସମ୍ପାଦକ ପ୍ରଫେସର ଶଶାଙ୍କ ଚୂଡ଼ାମଣି କହିଲେ, ଯିଏ ଜୀବନରେ ଚ୍ୟାଲେଞ୍ଜକୁ ଗ୍ରହଣ କରି ନିଷ୍ଠାର ସହ ତାର ମୁକାବିଲା କରିଥାଏ, ସେ ସଫଳତା ପାଇଥାଏ । ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅଚ୍ୟୁତ ସାମନ୍ତ । ବାପା ମାଆଙ୍କ ଆଶୀର୍ବାଦରେ ସନ୍ତାନସନ୍ତତିମାନେ କେବଳ ଯେ ସୁଖି ହୁଅନ୍ତି ତା ନୁହେଁ ଅନ୍ୟମାନଙ୍କୁ ମଧ୍ୟ ଆନନ୍ଦ ପ୍ରଦାନ କରିଥାନ୍ତି । ଛାତ୍ରଛାତ୍ରୀମାନେ ଆନୁଷ୍ଠାନିକ ଶିକ୍ଷା ସହ ନିଜର ସଂସ୍କୃତି, ପରମ୍ପରାକୁ ବଜାୟ ରଖିବା ଉଚିତ ବୋଲି ସେ କହିଥିଲେ । କଲରାବାଙ୍କ ବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ. ଇତିରାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲରାବାଙ୍କ ଗ୍ରାମ ସମିତି ସଭାପତି ଅଞ୍ଜନ କୁମାର ସାମନ୍ତ, ସମ୍ପାଦକ ଅଭିନ୍ନ ଚନ୍ଦ୍ର କେଶ, ନୀଳିମାରାଣୀ ମେମୋରିଆଲ୍ ଚାରିଟେବଲ୍ ଟ୍ରଷ୍ଟ ସଭାପତି ଅନ୍ତର୍ଯ୍ୟାମୀ ସାମନ୍ତ, ବିଶିଷ୍ଟ ସାମ୍ବାଦିକ ବିଜୟ ସ୍ୱାଇଁ ଓ କଲରାବାଙ୍କ ଉଚ୍ଚ ବିଦ୍ୟାଳୟର ପରାମର୍ଶଦାତା ନାରାୟଣ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା କଲରାବାଙ୍କ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ କଲରାବାଙ୍କ ଉଚ୍ଚ ବିଦ୍ୟାଳୟର ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । 
JOIN NEW BHUBANESWAR PRESS CLUB : 9439177630