ରାଜଧାନୀରେ ହାଭାର୍ଡ଼ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ କିସ୍ ଓ କମିଶନରେଟ୍ ପୁଲିସ୍ କାର୍ଯ୍ୟାଳୟ ବୁଲି ଆଇନ ଶୃଙ୍ଖଳା ବୁଝିଲେ : Ommtv.in

ରାଜଧାନୀରେ ହାଭାର୍ଡ଼ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ କିସ୍ ଓ କମିଶନରେଟ୍ ପୁଲିସ୍ କାର୍ଯ୍ୟାଳୟ ବୁଲି ଆଇନ ଶୃଙ୍ଖଳା ବୁଝିଲେ

ରାଜଧାନୀରେ ହାଭାର୍ଡ଼ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ  କିସ୍ ଓ କମିଶନରେଟ୍ ପୁଲିସ୍ କାର୍ଯ୍ୟାଳୟ ବୁଲି ଆଇନ ଶୃଙ୍ଖଳା ବୁଝିଲେ : Ommtv.in

ରାଜଧାନୀରେ ହାଭାର୍ଡ଼ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ

କିସ୍ ଓ କମିଶନରେଟ୍ ପୁଲିସ୍ କାର୍ଯ୍ୟାଳୟ ବୁଲି ଆଇନ ଶୃଙ୍ଖଳା ବୁଝିଲେ : Ommtv.in

Bhubaneswar ,୧୪/୩(ORC): ରାଜ୍ୟ ରାଜଧାନୀ ଆଇନ ଶୃଙ୍ଖଳା ହାଭାର୍ଡ଼ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିଛି। ଯାହାନେଇ ହାଭାର୍ଡ ଇଣ୍ଡିଆ ଟ୍ରେକ୍‍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ୪୦ ଜଣିଆ ପ୍ରତିନିଧିମଣ୍ଡଳୀ ଆଜି ଭୁବନେଶ୍ବର କମିଶନରେଟ୍ ପୁଲିସ୍ କାର୍ଯ୍ୟାଳୟବୁଲି ଏଠାକାର ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ସୁରକ୍ଷା ଓ ସୁବିଧାମାନ ନେଇ ଅନେକ ଜ୍ଞାନ ଆହରଣ କରିଛନ୍ତି। ଭାରତର ଶାସନ ପରିଚାଳନା, ଭାରତର ପୋଲିସ୍ ସିଷ୍ଟମର ଅନ୍ତର୍ନିହିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ହାଭାର୍ଡ଼ କେନେଡ଼ି ଛାତ୍ରଛାତ୍ରୀମାନେ ଓଡ଼ିଶା ପୁଲିସ୍ ବ୍ୟବସ୍ଥା ଓ କମିଶନରେଟ୍ ପୁଲିସର କାର୍ଯ୍ୟଶୈଳୀ ବିଷୟରେ ଅଧ୍ୟୟନ କରିଛନ୍ତି। ଏହି ଅବସରରେ ସେମାନଙ୍କୁ କମିଶନରେଟ୍ ପୁଲିସ୍ ପକ୍ଷରୁ କାର୍ଯ୍ୟାଳୟ ପରିଦର୍ଶନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଯେଉଁ କାର୍ଯ୍ୟକ୍ରମରେ ପୁଲିସ୍ କମିଶନର ସଞ୍ଜିବକୁମାର ପଣ୍ଡା, ଅତିରିକ୍ତ ପୁଲିସ୍ କମିଶନର ଅଶ୍ବନୀ କୁମାର, ‌ଡ଼ିସିପି ପ୍ରତିକ ସିଂ, ଏସିପି ସରତ କୁମାର ସାହୁ ଏବଂ ବହୁ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଉପସ୍ଥିତରହିଥିଲେ। ସେହିଭଳି ହାଭାର୍ଡ଼ ଛାତ୍ରଛାତ୍ରୀ ଦଳ କିଟ୍‍ ଓ କିସ୍‍ ପରିଦର୍ଶନକରି ବିଭିନ୍ନ ବିଭାଗ ଓ ୟୁନିଟ୍‍ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରୁଛନ୍ତି। ୧୬ ତାରିଖ ପର୍ଯ୍ୟନ୍ତ ଏହି ପରିଦର୍ଶନ ଅବସରରେ ସେମାନେ କିଟ୍‍ ଓ କିସ୍‍ରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଦଳରେ ହାଭାର୍ଡ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ଅଧ୍ୟୟରତ ଛାତ୍ରଛାତ୍ରୀମାନେ ସାମିଲ ଅଛନ୍ତି। ପରିଦର୍ଶନରେ ଆସିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରାଜନୀତି, ନୀତି ନିର୍ଦ୍ଧାରକ, ବ୍ୟବସାୟୀ, ଶିକ୍ଷାବିତ୍‍, ଆଇନ୍‍ ଓ ଉନ୍ନୟନ ଆଦି କ୍ଷେତ୍ରରେ କାର୍ଯ୍ୟରତ। ସେମାନଙ୍କ ଗସ୍ତର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତ ବିଶେଷ କରି ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ସାମାଜିକ-ଅର୍ଥନୈତିକ ସ୍ଥିତି ବିଷୟରେ ଜାଣିବା ଓ କମିଶନରେଟ୍ ପୁଲିସ୍ ଏବଂ କିଟ୍‍,କିସ୍‍ ବୁଲିବା। ଏଭଳି ସହଯେଗା ପାଇଁ ସେମାନେ ରାଜ୍ୟ ପୁଲିସ୍ ବ୍ୟବସ୍ଥା ଏବଂ  କିଟ୍‍,କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।