ଓଡାପଡା କର୍ମଜୀବୀ ସାମ୍ବାଦିକ ବନ୍ଧୁ ମିଳନ : ଓମଟିଭି

ଆଜି ପୂର୍ବାହ୍ନ ଦଶଟା ସମୟରେ ହିନ୍ଦୋଳ ଓଡାପଡା କର୍ମଜୀବୀ ସାମ୍ବାଦିକ ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲିମି ଥାନା ଅନ୍ତର୍ଗତ ଖଜୁରିଆକଟା ଦଶହରା ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଓଡାପଡା କର୍ମଜୀବୀ ସାମ୍ବାଦିକ ବନ୍ଧୁ ମିଳନ : ଓମଟିଭି

ଓଡାପଡା କର୍ମଜୀବୀ ସାମ୍ବାଦିକ ବନ୍ଧୁ ମିଳନ : ଓମଟିଭି

(ରିପୋର୍ଟ: ରତିକାନ୍ତ ଗଡନାୟକ) : ଆଜି ପୂର୍ବାହ୍ନ ଦଶଟା ସମୟରେ ହିନ୍ଦୋଳ ଓଡାପଡା କର୍ମଜୀବୀ ସାମ୍ବାଦିକ ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲିମି ଥାନା ଅନ୍ତର୍ଗତ ଖଜୁରିଆକଟା ଦଶହରା ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାପତି ଶଶିକାନ୍ତ ଗଡନାୟକଙ୍କ ଆହ୍ଵାନ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ସାମ୍ବାଦିକମାନେ ଯୋଗଦେଇଥିଲେ। ଏଥିରେ ହିନ୍ଦୋଳ ଓ ଓଡାପଡା ବ୍ଲକ୍ ର ଅଜୟ ଭଞ୍ଜ,ନୀଳକଣ୍ଠ ଦାସ, ଦୁଷ୍ମନ୍ତ ବେହେରା, ଅନାମ ବେହେରା,  ମଳୟ  ସାହୁ ପ୍ରମୂଖ ଯୋଗଦନ କରିଥିଲେ। ସାମ୍ବଦିକମାନଙ୍କ ଦକ୍ଷତା ବୃଦ୍ଧି, ସାମାଜିକ କର୍ତବ୍ୟ, ସାମାଜିକ ଦାୟୀତ୍ବ ଏବଂ ସାମ୍ବାଦିକ ସୁରକ୍ଷା ଉପରେ ଏହି ଆଲୋଚନାରେ ଗୁରୁତ୍ବ ‌ଦିଆଯାଇଥିଲା। ଏହା ସହିତ ସାମ୍ବାଦକି ମାନଙ୍କ ଆଚରଣ ଓ ଉଚାରଣ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇ ସଂଘ ପକ୍ଷରୁ ବିସୃତ ଆଲୋଚନା ହୋଇଥିଲା। ଏଭଳି କାର୍ଯ୍ୟକୁ ଆଗାମି ଦିନରେ ଆହୁରି ତ୍ବୋରାନିତ କରିବାପାଇଁ ଉପସ୍ଥିତ ସାମ୍ବାଦିକମାନେ ଶପଥକରିଥିଲେ।