Dhenkanal Ral new

Dhenkanal Ral new
OMM TV ଢେଙ୍କାନାଳ ଶଶିକାନ୍ତ ଗଡନାୟକ)ତାଳଚେର ଗୋପାଳପୁର ନୂତନ ରେଳପଥ ନିର୍ମାଣ ବିଳମ୍ବ କାହିଁକି?ଏହି ନୂତନ ରେଳପଥ ନିର୍ମାଣ ପାଇଁ ୧୯୯୦ ମସିହାରେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା, ୧୯୯୭ ରେ ୧୦ ଲକ୍ଷ, ୨୦୧୮ ମସିହାରେ ୧୦ ଲକ୍ଷ ଟଙ୍କା ମଞ୍ଜୁର କରି ସର୍ଭେ କାର୍ଯ୍ୟ ସମାପ୍ତ କରି ଇଣ୍ଡିଆ ରେଲୱେ ର ପିଙ୍କ ବୁକ୍ ରେ ସ୍ଥାନପାଇଛି।ଏହା ନିର୍ମାଣ ହେଲେ ଅନଗୁଳ ଢେଙ୍କାନାଳ କଟକ ନୟାଗଡ଼ ଗଞ୍ଜାମ ପାଞ୍ଚୋଟି ଜିଲ୍ଲା ବାସୀ ଉପକୃତ ହୋଇପାରିବେ। ଏହି ରେଳପଥ ରେ ତାଳଚେର ରୁ ଗୋପାଳପୁର ୨୯୩ କିଲୋମିଟର ରାସ୍ତା ନିର୍ମାଣ ସହ ୨୧ ଗୋଟି ରେଳ ଷ୍ଟେସନ( ଟାକୁଆ,ମହୀଧରପୁର,ରାସୋଳ,ଗୋବିନ୍ଦପୁର,ଭାପୁର, ନୁଆ ପାଟଣା,ବଡ଼ମ୍ବା,କଣ୍ଟିଲୋ,ଖଣ୍ଡପଡ଼ା,ନୟାଗଡ଼,ଶରଣକୂଳ,ବାଣ୍ଠପୁର,କରଚୁଲି, ବାଗୁଡା, ବାଲିପଦର,ସୁବଳୟ,ଆସ୍କା ଧବଳପୁର,ହିଞ୍ଜିଳିକାଟୁ,କୁକୁଡାଖଣ୍ଡି,ବରହମପୁର,ଗୋପାଳପୁର) ଓ ତିନିଟି ନଦୀ ଉପରେ ବ୍ରିଜ ନିର୍ମାଣ ହେବାପାଇଁ ୮୬୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ତୁରନ୍ତ ଏହି ନୁତନ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଶୁଭ ଉଦଘାଟନ କରିବାକୁ ଢେଙ୍କାନାଳ ଜିଲ୍ଲା ର ବିଶିଷ୍ଟ ପରିବେଶବିତ୍ ସମାଜସେବୀ ତଥା ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ରତିକାନ୍ତ ଗଡନାୟକ ଦୃଢ଼ ଦାବୀ ଜଣାଇଛନ୍ତି।