ରଙ୍ଗମାଟିଆ ଗ୍ରାମରେ କାର୍ତ୍ତିକେଶ୍ବର ପୂଜା ଆରମ୍ଭ : Ommtv

Kartikeshwara Puja has been held late today in Rangmatia village, a suburb of the capital. Hundreds of people from the village and surrounding areas participated in this puja organized by Ma'basulai Youth Association and performed Kartikeshwara puja in the evening. Kedarnath Barik and S.N. Priyadharini, senior members of the institute joined as Karta and inaugurated the puja work. This puja will continue throughout the week. Since this puja is held in a grand manner in the suburbs of the capital, cultural programs will be held in the village fair ground every evening.

ରଙ୍ଗମାଟିଆ ଗ୍ରାମରେ କାର୍ତ୍ତିକେଶ୍ବର ପୂଜା ଆରମ୍ଭ : Ommtv
ରଙ୍ଗମାଟିଆ ଗ୍ରାମରେ କାର୍ତ୍ତିକେଶ୍ବର ପୂଜା ଆରମ୍ଭ : Ommtv
ରାଜଧାନୀ ଉପକଣ୍ଠ ରଙ୍ଗମାଟିଆ ଗ୍ରାମରେ ଆଜି ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି କାର୍ତ୍ତିକେଶ୍ବର ପୂଜା । ମା’ବାସୁଳାଇ ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି ପୂଜାରେ ଗ୍ରାମ ତଥା ଆଖପାଖ ଅଞ୍ଚଳର ଶତାଧିକ ଲୋକ ଯୋଗଦେଇ କାର୍ତ୍ତିକେଶ୍ବର ପୂଜା ସଂଧ୍ୟା ଆଳତି କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଭ୍ୟ କେଦାରନାଥ ବାରିକ ଓ ଏସ.ଏନ ପ୍ରିୟଦର୍ଶିନୀ କର୍ତ୍ତାଭାବରେ ଯୋଗଦେଇ ପୂଜା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି ପୂଜା ସପ୍ତାହବ୍ୟାପି ଚାଲିବ। ରାଜଧାନୀ ଉପକଣ୍ଠର ଏହି ପୂଜା ବଡ଼ ଆଡ଼ମ୍ବରରେ ଅନୁଷ୍ଠିତ ହେଉଥିବାରୁ ପ୍ରତିଦିନ ସଂଧ୍ୟାରେ ଗ୍ରାମ ମେଳନ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଯେଉଁ କାର୍ଯ୍ୟକ୍ରମରେ ରାଜ୍ୟର ବହୁ ପ୍ରତିଷ୍ଠିତ କଳାକାରମାନେ ଯୋଗଦେଇ ମନୋରଂଜନ କରିବେ। ଏହା ସହିତ ଆୟୋଜିତ ସଭାକାର୍ଯ୍ୟରେ କମିଟି ପକ୍ଷରୁ ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ପ୍ରତିଭା ଓ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯିବ। ରଙ୍ଗମାଟିଆ ଗ୍ରାମ କମିଟି ପକ୍ଷରୁ ଆଜି ବିଳମ୍ବିତ ରାତିରେ ଗ୍ରାମ ପୁସ୍କରଣୀଠାରେ ଅନୁଷ୍ଠିତ ହୋଇଯାଇଛି ବ‌ୋଇତ ବନ୍ଦାଣ ଉତ୍ସବ। ଯେଉଁଠାରେ ସ୍ଥାନୀୟଲୋକମାନେ ଆଜି ଓ କାଲି ସକାଳେ ଡ଼ଙ୍ଗା ଭସାଇବେ। କାର୍ତ୍ତିକେଶ୍ବରା ପୂଜାନେଇ ଏକ ୧୨ ଫୁଟର ମୃର୍ତି ତିଆରି କରାଯାଇଛି। ଏହା ସହିତ ରଙ୍ଗମାଟିଆ ଗ୍ରାମର ସମସ୍ତ ରାସ୍ତାକୁ ରଙ୍ଗିନ ଲିଚୁ ଲାଇଟରେ ସଜାଯାଇଛି। ଏହା ବ୍ୟତିତ ଗ୍ରାମର ଦୁଇଟି ପ୍ରବେଶ ପଥରେ ବିରାଟକାୟ ଲାଇଟ୍ ଗେଟ୍ କରାଯାଇଛି। ଆୟୋଜିତ ଉତ୍ସବରେ ଗ୍ରାମ କମିଟି ଓ ଯୁବକ ସଂଘ ସମସ୍ତ ପରିଚାଳନା ଦାୟୀତ୍ବ ନେଇଛନ୍ତି।