ଅନଲାଇନ୍ ଠକେଇ ରୋକିବ କିଏ..? ସାଇବର ସଚେତନତା ବଦଳରେ ଅପରାଧକୁ ପ୍ରୋତ୍ସାହନ ? : Ommtv.in
(Ommtv.in ): ଦିନକୁ ଦିନ ସାଇବର ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ରାଜ୍ୟର କେତୋଟି ଜିଲ୍ଲାକୁ ନେଇ ଗୋଟିଏ ଲେଖାଏଁ ସାଇବର ଥାନା ନିର୍ମାଣ କରାଯାଇଛି। ଯେଉଁଠାରେ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଦକ୍ଷ ଓ ପ୍ରସିକ୍ଷଣପ୍ରାପ୍ତ ଅଧିକାରୀମାନେ ନିୟୋଜିତ ହୋଇଛନ୍ତି। ତଥାପି ରାଜ୍ୟରେ ସାଇବର ଅପରାଧ ସଂଖ୍ୟା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁର ମୁଖ୍ୟ କାରଣହେଉଛି ସାଧାରଣଲୋକ ସାଇବର ଠକାମି ବିଷୟରେ ସଚେତନ ହେଉନାହାଁନ୍ତି। ସାଇବର ଅପରାଧ ନିୟନ୍ତ୍ରଣ ପୁଲିସ୍ ପକ୍ଷରୁ ସ୍କୁଲ କଲେଜରେ ନାଚଗୀତକରି ସଚେତନତା କାର୍ଯ୍ୟକ୍ରମ କରାଯାଇ କୋଟି କୋଟି ଅର୍ଥ ବେୟ କରାଯାଇଛି ସତ କିନ୍ତୁ ସାଇବର ଅପରାଧ କିପରି ରୋକାଯାଇ ପାରିବ ତାହାନେଇ ଛାତ୍ରଛାତ୍ରୀଙ୍କୁ ବୁଝାଯିବା ପ୍ରୟାସ ଶୂନ ପାଲଟିଛି। ଫଳରେ ସାଇବର ଅପରାଧୀଙ୍କ ଠାରୁ ପୁଲିସ୍ ପାଦେ ପଛରେ ପଡ଼ିଯାଇଛି। ଦିନକୁ ଦିନ ନୂଆ ତରିକାରେ ସାଇବର ଅପରାଧ ହେଉଥିଲା ବେଳେ ଖୋଦ ପୁଲିସ୍ ଏସବୁ ଫାନ୍ଦ ଜାଣିନଥିବା କିଛି ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି। ସେଥିପାଇଁ ଅଣ ପୁଲିସ୍ ସାଇବର ଏକ୍ସପଟ୍ମାନଙ୍କ ଠାରୁ ସହାୟତାନେଇ ଥାନା ଚଲାଇବାକୁ ପଡ଼ୁଛି। ଗୋଟିଏ ଆଙ୍କଳନରୁ ଦେଖିବାକୁ ଗଲେ ପ୍ରତିମାସରେ ହଉଥିବା ସାଇବର ଠକାମିର ସଂଖ୍ୟା ବଦଳରେ ଧରାପଡ଼ୁଥିବା ଅପରାଧି ସଂଖ୍ୟ ବହୁତ କମ୍। ସେହିଭଳି ଅନ୍ଲାଇନ୍ରେ ଫ୍ରର୍ଡ଼ କରି ଅର୍ଥ ହଡ଼ପ କରିନେଉଥିବା ଠକଙ୍କଠାରୁ ପୁଲିସ୍ ଅର୍ଥ ଆଦାୟ କରିବା ପରିମାଣ ଶୂନ୍ୟ। ତେଣୁ ପୁଲିସ୍ କେବଳ ମୋବାଇଲ୍ ଟ୍ରାକିଂ କରି ଅପରାଧିଙ୍କ ଗତିବିଧି ବିଷୟରେ ଜାଣିବା ବ୍ୟତିତ ଆଉ କିଛି କରିପାରୁ ନାହିଁ। ସବୁଠାରୁ ବଡ଼ କଥା ହେଲା ସମାଜର ପ୍ରତିଟି ବର୍ଗର ଲୋକଙ୍କୁ ସାଇବର ସଚେତନତା ବିଷୟରେ ଜଣାଇଲେ ଠକାମିର ଶିକାର ହେବା ସଂଖ୍ୟ କମିବ ଏବଂ ପୁଲିସ୍ ଉପରୁ ବୋଝ ହଟିବ।
ଫିଲ୍ମରେ ସାଇବର ସଚେତନତା ରହିବା ନିହାତି ଦରକାର..
· ଯୁବପିଢ଼ି ଆଜିକାଲି ଫିଲ୍ମ ଦେଖି ତୁରନ୍ତ ଉତ୍ସାହିତ ହୋଇଯାଉଛନ୍ତି। ତେଣୁ ସବୁ ପ୍ରକାର ଭାଷା ଫିଲ୍ମରେ ସାଇବର ସଚେତନତା ବିଷୟରେ ଦେଖାଇବା ନିହାତି ଦରକାର। ଏନେଇ ସେନ୍ସର ବୋର୍ଡ଼ ଏକ ନୂଆ ନିୟମ କରିବା ଦରକାର। ମାତ୍ର ଏମିତି ନହୋଇ ସାଇବର ଠକେଇ କିପର ହେବ ତାହାକୁ ଚଳଚ୍ଚିତ୍ର ନିର୍ମାଣା, ନର୍ଦେଶକମାନେ ଅଭିନେତା ଅଭିନେତ୍ରୀମାନଙ୍କୁନେଇ ଷ୍ଟୋରିକରି ଦେଖାଉଛନ୍ତି। ଫଳରେ ଯୁବପିଢ଼ି ଫିଲ୍ମରୁ ଅନ୍ଲାଇନ୍ ଅପରାଧ ଶିଖୁଛନ୍ତି।
ଠକାମି ଖେଳ ବିଜ୍ଞାପନରେ ରୋକ ଲଗାଇବା..
· ଲୋକମାନେ ସେଲିବ୍ରେଟିଙ୍କ ଦ୍ବାରା ବିଜ୍ଞାପନ ହେଉଥିବା ଅନ୍ଲାଇନ୍ ଗେମ୍କୁ ଖେଳି ଠକାମିର ଶିକାର ହେଉଛନ୍ତି। ଯାହାପାଇଁ ସେଲିବ୍ରେଟିମାନେ ମୋଟା ଅଙ୍କର ଅର୍ଥନେଇ ଆପ୍ ଗୁଡ଼ିକରପ୍ରଚାର କରୁଛନ୍ତି। ଏପରି କରୁଥିବା ସେଲିବ୍ରେଟିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିକଟରେ କଳିଙ୍ଗ ସିନେ ଆର୍ଟସ୍ ଅନୁଷ୍ଠାନ ପ୍ରୟାସକରିଥିଲା। ହେଲେ କୌଣସି ଫଳପ୍ରଦ ହେଲାନାହିଁ। ସାଇବର ଥାନା ପୁଲିସ୍ ସେଲିବ୍ରେଟିମାନଙ୍କ ଏପରି କାର୍ଯ୍ୟଉପରେ ରୋକ ଲଗାଇ ଆପ୍ ସଂସ୍ଥାକୁ ତାଗିଦକଲେ ଅପରାଧ କିମିବ ନିଶ୍ଚୟ।
ଅନ୍ଲାଇନ୍ ସହ ଅପ୍ଲାଇନ୍ ସଚେତନତା ନିହାତି ଆବଶ୍ୟକ
· ସାଇବର ଥାନା ପକ୍ଷର ଛୋଟ ଫିଲ୍ମ, ସୋସିଆଲ ମିଡ଼ିଆ ଡ଼ିଜିଟାଲ ପ୍ରମୋସନ୍ କରାଯାଇ ସାଇବର ସଚେତନତା କରାଯାଉଛି। ଯେଉଁଥିରେ ଅନେକ ଭିଅସ୍ ଆସୁଛି। କିନ୍ତୁ ସଚେତନତାର ଘର ସଂଖ୍ୟା ଆଜିବି ଖାଲିପଡ଼ିଛି। ଏସବୁ ସହ ଅପ୍ଲାଇନ୍ରେ ଲୋକଙ୍କୁ ସାଇବର ସଚେତନକରାଗଲେ ଲୋକମାନେ ନିଶ୍ଚୟ ବୁଝିବେ ଏବଂ ସଚେତନହେବେ ବୋଲି ଅନେକ ବୁଦ୍ଧିଜିବି ଏବଂ ରାଜଧାନୀର ବରିଷ୍ଠ ନାଗରିକମାନେ ମତବ୍ୟକ୍ତ କରିଛନ୍ତି। ପୁଲିସ୍ ସହଯୋଗକଲେ ଅନେକ ସମାଜିକ ସଂସ୍ଥା ପୁଲିସ୍ ସହିତ ମିଶି ସାଇବର୍ ଅପରାଧ ନିୟନ୍ତ୍ରଣ ସଚେତନତା କାର୍ଯ୍ୟ କରିବାରେ ଆଗେଇଆସିବେ ।