ଟାଟୁ ପାଇଁ ଭାଙ୍ଗିଗଲା ଯୁବତୀଙ୍କ ବାହାଘର, ଥାନାଆଗରେ ଡ଼୍ରାମା : Ommtv News12

ଟାଟୁ ପାଇଁ ଭାଙ୍ଗିଗଲା ଯୁବତୀଙ୍କ ବାହାଘର, ଥାନାଆଗରେ ଡ଼୍ରାମା : Ommtv News12

ଟାଟୁ ପାଇଁ ଭାଙ୍ଗିଗଲା ଯୁବତୀଙ୍କ ବାହାଘର, ଥାନାଆଗରେ ଡ଼୍ରାମା : Ommtv News12

ଟାଟୁ ପାଇଁ ଭାଙ୍ଗିଗଲା ଯୁବତୀଙ୍କ ବାହାଘର, ଥାନାଆଗରେ ଡ଼୍ରାମା : Ommtv News12

BBSR: ପୁଅଘର ପରିବାରଲୋକ ଝିଅକୁ ଦେଖିଲେ ପସନ୍ଦ ମଧ୍ୟକଲେ। ବିବାହ ପାଇଁ ସରକାରୀ ଚାକିରିଆ ପୁଅ ଝିଅକୁ ଦେଖିବାପାଇଁ କେଉଁ ଦିନ ଆସିବ ତା’‌ହାନେଇ ଦିନ ନିର୍ଧାରଣ ମଧ୍ୟନେଲେ। ମାତ୍ର ପୁଅ ଯେଉଁଦିନ ଝିଅକୁ ଦେଖିବାପାଇଁ ଆସିଲା ତା’ପରେ ବିବାହ ପ୍ରସ୍ତାବ ଭାଙ୍ଗିଗଲା। ଝିଅଘର ଲୋକ କାହିଁକି କାରଣ ପଚାରିବାରୁ ପୁଅ ଘର ଆଡ଼ୁ ଉତ୍ତର ଆସିଲା ତୁମ ଝିଅ ନିଜ ଦେହର ଏମିତି ସବୁ ସ୍ଥାନରେ ଟାଟୁ କରିଛି ଯାହା‌ନେଇ ପୁଅ ତାଙ୍କୁ ବିହାର କରିବାପାଇଁ ରୋକଠୋକ ବାରଣକରିଦେଲା। ଏହି କଥାନେଇ ଆଜି ଜଣେ ଯୁବତୀ ଇନ୍‌ଫୋସିଟି ଥାନା ଅଗାରେ କରିଥ‌ିଲେ ହାଇଡ଼୍ରାମା। ତାଙ୍କୁ ଦେଖିବାପାଇଁ ଆସିଥିବା ପୁଅ ବିରୋଧରେ ଅଭିଯୋଗ କରିବେ ବୋଲି କହି ଥାନାକୁ ଆସିଥିଲେ। ମାତ୍ର ତାଙ୍କ ପରିବାରଲୋକ ଥାନାରେ ପହଞ୍ଚି ନିଜ ଝିଅକୁ ବୁଝାବୁଝିକରି ସେଠାରୁ ନେଇଯାଇଥିଲେ। ଘଟଣାଅନୁଯାୟୀ ଇନ୍‌ଫୋସିଟି ଥାନା ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିବା ଇଂଜିନିୟରିଂ କଲେଜ ପଢ଼ୁଆ ଝିଅକୁ ଜଣେ ସରକାରୀ ଚାକିରି କରିଥିବା ପୁଆ ‌ଗତ ଦୁଇ ଦିନପୂର୍ବେ ବିବାହ ପାଇଁ ଦେଖିବାକୁ ଆସିଥିଲେ। ସାକ୍ଷତ ବେ‌ଳେ ପୁଅ ଝିଅ କିଛି ସମୟ ଛାତ ଉପରେ କଥାହେବାପାଇଁ ଯାଇ ପରସ୍ପରର ପସନ୍ଦ ବିଷୟରେ କଥା ହୋଇଥିଲେ। ଏଥିମଧ୍ୟରେ ପୁଅ ଜଣଙ୍କ ଝିଅର ହାତ ଓ ଗୋଡ଼ରେ କିଛି ରଙ୍ଗିନ ଟାଟୁଦେଖି ଆଉ କେତେ ଟାଟୁ କରିଛ ବୋଲି ପଚାରିବାରୁ ଝିଅ ଜଣଙ୍କ କହିଥିଲେ ସେ ତାଙ୍କ ଦେହର ୬ଟି ସ୍ଥାନରେ ଟାଟୁ କରିଛନ୍ତି। ଏବଂ ସୋସିଆଲ ମିଡ଼ିଆର ବ୍ଲଗକରିବା ତାଙ୍କର ହବି। ଏହାପରେ ପୁଅ ଜଣଙ୍କ ନିଜ ଘରକୁ ଫେରି ପରିବାରଲୋକଙ୍କୁ ସେହି ଝିଅକୁ ବିବାହ କରିବେ ନାହିଁ ବୋଲି ରୋକଠୋକ ମନାକରିଦ‌େଇଥିଲେ। ଫଳରେ ଝିଅର ପରିବାରଲୋକ ଯୁବତୀ ଜଣଙ୍କୁ କଡ଼ା ତାଗିଦକରିଥିଲେ। ଯୁବକଜଣଙ୍କ ଟିପଣିପାଇଁ ‌ଯୁବତୀ ଜଣଙ୍କ ଥାନାକୁ ଆସି ଡ଼୍ରାମା କରିଥିଲେ।