ଲୁହା ଛଡ଼ ବୋଝେଇ ଟ୍ରାକ୍ଟର କୁଲାନାଲ ଠାରେ ଓଲଟି ବା ଘଟଣା ଗାଡି ଚାଳକ ଙ୍କ ମୃତ୍ୟୁ:Ommtv

କଳାହାଣ୍ଡି ଜିଲ୍ଲା,୨୮/୦୪(କବି) ଜିଲ୍ଲା ପ୍ରତିନିଧ (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତର କୁଲାନାଲ

ଠାରେ ଓ ଆର ୦୮-ଇ -୫୦୧୮ ନମ୍ବର ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ଯାଇଥିଲା I ଉକ୍ତ ଦୁର୍ଘଟଣା ରେ ଚାଳକ ଙ୍କ ମୃତ୍ୟୁ ହୋଇଥିବା ସୁଚନା ଅନୁଯାୟୀ ଗତକାଲି ସଂଧ୍ୟା ସମୟରେ ଉକ୍ତ ଟ୍ରାକ୍ଟରରେ ଲୁହା ରଡ଼ ନେଇ କୁମାର ଗୁଡା କୁ ଯିବା ବେଳେ କୁଲାନାଲ ଠାରେ ଟ୍ରାକ୍ଟର ଓଲଟିବା ଫଳରେ ଚାଳକ ଗୁରୁତର ହୋଇଥିଲେ I ଘଟଣା ର ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଲାଞ୍ଜିଗଡ ବ୍ଲକ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିବା ବେଳେ ସେଠାରେ ଡ଼ାକ୍ତର ଚାଳକକୁ ମୃତ୍ୟୁ ଘୋଷଣା କରିଥିଲେ I ପରେ ଖବର ପାଇ ବିଶ୍ଵନାଥ ପୁର ଥାନା ଅଧିକାରୀ ବିଜୟ ରାଜ ମାଝୀ ମେଡିକାଲ କୁ ପହଞ୍ଚି ଶବ ଜବତ କରିଥିଲେ I ସମୟ ଅଭାବ ଯୋଗୁ ଶବକୁ ମେଡିକାଲରେ ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଥିଲା ଆଜି ସୋମବାର ଅପରାହ୍ନ ଦୁଇ ଘଣ୍ଟା ସମୟରେ ଶବ ବ୍ୟବଚ୍ଛେଦ ସରିବା ପରେ ଘଟଣା ର ତଦନ୍ତ କରି ମୃତକ ଙ୍କ ପରିବାର କୁ ସବକୁ ହସ୍ତାନ୍ତର କରିଥିଲେ ବିଶ୍ଵନାଥ ପୁର ଥାନା ପୁଲିସ I ମୃତ୍ୟ ଯୁବକ ହେଲେ ଜୁନାଗଡ଼ ଥାନା ଅନ୍ତର୍ଗତ ମାଣିକ ପଦର ଶସି ପୂଝାରୀ ବୟସ ୨୪ ବର୍ଷ ବୋଲି ଜଣାପଡ଼ିଛି I ବିଶ୍ୱନାଥ ପୁର ଥାନର କେଶ ନଂ ୩୧/୨୫ୟ/ଏସ-୨୮୧/୧୦୬(1) କେଶ ରେଜିଷ୍ଟେଡ଼ କରିଥିଲେ ବିଶ୍ଵନାଥ ପୁର ଥାନା ଅଧିକାରୀ I