କିଡିଙ୍ଗ ଘାଟିରେ ନିକଟରେ ସଟସାର୍କିଟ ଯୋଗୁଁ ଏକ ମିନି ଟ୍ରକରେ ଲାଗିଲା ନିଆଁ:Ommtv

କଳାହାଣ୍ଡି ଜିଲ୍ଲା,୨୮/୦୪ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ନାଗପୁର ଠାରୁ ଲାଞ୍ଜିଗଡ ବେଦାନ୍ତକୁ ଡିଜି ନେଇ ଆସୁଥିବା ବେଳେ ଛଅ ନମ୍ବର ରାଜ୍ୟ ରାଜପଥ କିଡିଙ୍ଗ ଘାଟି ନିକଟରେ ଏକ ମିନି ଟ୍ରକ ରେ ସଟ ସାର୍କିଟ ଯୋଗୁଁ ଆଜି ସୋମବାର ସକାଳ ଆଠ ଘଣ୍ଟା ସମୟରେ ନିଆଁ ଲାଗିଯାଇଥିଲା I ନିଆଁ ଲାଗି ବା ଜାଣିବା ପାରେ ଗାଡି ଚାଳକ ତୁରନ୍ତ ଗାଡ଼ି ଉପରୁ ତଳକୁ ଡେଇଁ ପଢ଼ିଥିଲେ ଯାହାଫଳରେ ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ I ପରେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ନର୍ଲା, ଲାଞ୍ଜିଗଡ ଓ ଭବାନୀପାଟଣା ରୁ ଦମକଳବାହିନୀ ଆସି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ I ସିକେରକୁପା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ସୁଚନା ମିଳିଥିଲା I ଆଜି ସକାଳ ଆଠଟା ସମୟରେ ନିଆଁ ଲାଗିଥିବା ବେଳେ ୦୯ ଘଣ୍ଟା ୩୦ ମିନିଟ ସମୟରେ ନିଆଁ କୁ ତିନୋଟି ଅଗ୍ନିଶମ ବିଭାଗ ମିଶି ଆୟତ କରିଥିଲେ I