ବଡ଼ଘର ବଡ଼ ଗୁମରକଥା... ଅଭିନେତ୍ରୀ ମାମା ମିଶ୍ରଙ୍କ ଭାଉଜ ଥାନାରେ ଦ୍ବାରସ୍ତ Ommtv Kalinga Vikas
ବଡ଼ଘର ବଡ଼ ଗୁମରକଥା... ଅଭିନେତ୍ରୀ ମାମା ମିଶ୍ରଙ୍କ ଭାଉଜ ଥାନାରେ ଦ୍ବାରସ୍ତ Ommtv Kalinga Vikas
ବଡ଼ଘର ବଡ଼ ଗୁମରକଥା...
ଅଭିନେତ୍ରୀ ମାମା ମିଶ୍ରଙ୍କ ଭାଉଜ ଥାନାରେ ଦ୍ବାରସ୍ତ Ommtv Kalinga Vikas
ଚନ୍ଦ୍ରଶେଖରପୁର, ୧୯/୧୧(KV): ସାଂସଦ ସିଦ୍ଧାର୍ଥ ମହାପାତ୍ରଙ୍କ ପତ୍ନୀ ତଥା ଅଭିନେତ୍ରୀ ମାମା ମିଶ୍ରଙ୍କ ଭାଉଜ ନିହାରୀକା ମିଶ୍ର ଉଭୟ ଚନ୍ଦ୍ରଶେଖରପୁର ଓ ମହିଳା ଥାନାରେ ଦ୍ବାରସ୍ତ ହୋଇଛନ୍ତି। ନିଜର ପାରିବାରିକ ସମସ୍ୟାକୁ ନେଇ ମାନସିକ ଓ ଶାରିରୀକ ନିର୍ଯ୍ୟାତନାର ଶିକାର ହୋଇଥିବା ସେ ମତପ୍ରକାଶ କରିଛନ୍ତି। ତାଙ୍କ ସ୍ବାମୀ ସଞ୍ଜିବ ମିଶ୍ର ବିବାହ ପରଠାରୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଆସୁଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ତା’ଙ୍କ ଦୁଃଖସୁଖର ସାଥି ଅଭିନେତ୍ରୀ ତଥା ନିହାରୀକାଙ୍କ ନଣଦ ମାମା ମିଶ୍ର ତାଙ୍କ ଶଶୁରଘର ପରିବାରକଥାରେ ଜଣେ ଦାୟୀତ୍ବବାନ ଭୂମିକା ନେଉଥିବାରୁ ସେ ମାମାଙ୍କୁ ମଧ୍ୟ ନିଜ ସମସ୍ୟା ବିଷୟରେ କହି କୌଣସି ସନ୍ତୋଷଜନକ ଉତର ନପାଇ ଶେଷରେ ଥାନାରେ ସ୍ବାମୀ ବିରୋଧରେ ଅଭିଯୋଗ କରିଛନ୍ତି। ନିହାରୀକା ଓ ସଞ୍ଜିବ ପ୍ରେମ ବିହାରକରିବାପରେ ତାଙ୍କର ଗୋଟିଏ ଝିଅ ଅଛି। ବର୍ତମାନ ଝିଅର ଦାୟୀତ୍ବ ନନେବା ଓ ତାଙ୍କୁ ନିର୍ଯ୍ୟାତନା ଦେବା ବଢ଼ିବାରୁ ବଡ଼ ଘର କଥା ପଦାକୁ ଆସିଛି। ଯାହାନେଇ ଆଜି ଅଭିନେତ୍ରୀ ମାମାଙ୍କ ଭାଉଜ ଥାନାରେ ନିଜ ପରିବାର କଥା ଗଣମାଧ୍ୟମ ଆଗରେ ବଖାଣିଛନ୍ତି। ଏପରି ସମୟରେ ସେ କମିସନରେଟ ପୁଲିସ୍ ଏବଂ ନଣଦ ମାମା ମିଶ୍ରଙ୍କ ସହାୟତା କାମନା କରିଛନ୍ତି। ସୂଚନା ଥାଉକି ନିହାରୀକାକୁ ବିବାହ କରିବା ପୂର୍ବରୁ ସ୍ବାମୀ ସଞ୍ଜିବ ପୂର୍ବରୁ ଦୁଇ ଜଣ ମହିଳାଙ୍କୁ ବିହାର କରି ଛାଡ଼ପଛଦେଇଛନ୍ତି।

ତୃତୀୟ ବିବାହ ହେବାପରେ ପୁଣି ପାରିବାରିକ ସମସ୍ୟ ଦେଖାଯିବାରୁ ସ୍ତ୍ରୀ ଘରୁବାହାରି ଥାନାରେ ଏଫଆଇଆର୍ ପଞ୍ଜିକରଣ ନକରି ପ୍ରାଥମିକ ସ୍ତରରେ ଷ୍ଟେସନ୍ ଡ଼ାଏରି ରୁଜୁକରି ପରିବାର ସମସ୍ୟାକୁ ଆଇନ ମାଧ୍ୟମରେ ସମାଧାନ କରିବାପାଇଁ ପ୍ରଚେଷ୍ଟା କରିଛନ୍ତି। ଏନେଇ ପୁଲିସ୍ ଥାନାରେ କୌଣସି ମାମଲା ରୁଜୁ କରିନାହିଁ। ତେବେ ପାରିବାରିକ ସମସ୍ୟାକୁ ସମାଧାନ ପାଇଁ ସ୍ବତନ୍ତ୍ର ଟିମ ଦ୍ବାରା କଥା ବୁଝାଯିବ ବୋଲି ପୁଲିସ କହିଛି। ପରିବାରଲୋକ ଘଟଣାକୁ ନେଇ ଆପସ ସମାଧାନ କଲେ ବହୁତଭଲବୋଲି ପୁଲିସ୍ ଜଣାଇଛି। ଅନ୍ୟ ପକ୍ଷରେ ଏନେଇ ଅଭିନେତ୍ରୀ ମାମା ମିଶ୍ରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
