ଜଙ୍ଗଲୀ ହାତୀ ପରେ ଏବେ କାନକୁଟରୁ ପଞ୍ଚାୟତରେ ରେ କାଳରପତ୍ରିଆ ବାଘ ଆତଙ୍କ:Ommtv
ଜଙ୍ଗଲୀ ହାତୀ ପରେ ଏବେ କାନକୁଟରୁ ପଞ୍ଚାୟତରେ ରେ କାଳରପତ୍ରିଆ ବାଘ ଆତଙ୍କ:Ommtv
ଜଙ୍ଗଲୀ ହାତୀ ପରେ ଏବେ କାନକୁଟରୁ ପଞ୍ଚାୟତରେ ରେ କାଳରପତ୍ରିଆ ବାଘ ଆତଙ୍କ:Ommtv

କଳାହାଣ୍ଡି ଜିଲ୍ଲା ୨୯/୦୪ (କବି) ଜିଲ୍ଲା ପ୍ରାୟନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ର ଦୁର୍ଗମ ଅଞ୍ଚଳ ମାନଙ୍କ ରେ ହିଂସ୍ର ଯନ୍ତୁଙ୍କ ର ଦୋରାତ୍ମୀୟ ବୃଦ୍ଧି ପାଉଥିବା ବେଲେ ଜଙ୍ଗଲୀ ହାତୀ ସନ୍ଧ୍ୟା ହେଲେ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇ ଚାଷ ବାସଓ ଘର ଦ୍ୱାର ନଷ୍ଟ କରିବା ସହ ଅନେକ ଲୋକଙ୍କ ଜୀବନ ଯାଇଛି,ଗାଁ ମାନଙ୍କ ରେ ଜଙ୍ଗଲୀ ହାତୀ କୋକିଆ ଭୟ ସୃଷ୍ଟି କରିଥିଲା I ବର୍ତ୍ତମାନ ଦୁର୍ଗମ ଅଞ୍ଚଳବାସୀ ଟିକିଏ ଅଶ୍ୱସ୍ତି ରେ ଥିବାବେଳେ ଗତକାଲି କାନକୁଟରୁ ପଞ୍ଚାୟତବାସି ଙ୍କୁ ଏବେ କାଳରପତ୍ରିଆ ବାଘ ର ଆତଙ୍କ ଦେଖା ଦେଇଛି I ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ଏକ ବାଘ ବୁଲୁଥିବା ଲୋକେ କୁହା କୁହି ହେଉଥିଲେ ବାଘ ଭୟରେ ଲୋକେ ଜଙ୍ଗଲ କୁ ମଧ୍ୟ ଯାଉ ନ ଥିଲେ ହେଲେ ବର୍ତ୍ତମାନ ଏହି ବାଘଟି କାନକୁଟରୁ ଗାଁର ଋଷି ମାଝୀ ଙ୍କ ଗାଈ ଜଙ୍ଗଲ କୁ ଚରି ବାକୁ ଯାଇଥିବାବେଳେ ତାକୁ ଜିଅନ୍ତା ଖାଇ ଦେଇଛି କାଳରପତ୍ରିଆ ବାଘ I ସେ ଜାଗାରେ ବାଘ ର ପାଦ ଚିହ୍ନ ମଧ୍ୟ ରହିଥିବା ବେଲେ ଏହି ଘଟଣା ଘଟିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟିହୋଇଛି,ଲୋକେ ଜଙ୍ଗଲ କୁ ଯାଇ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଓ ତାକୁ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥାନ୍ତି I ହେଲେ ଏହି କାଳରପତ୍ରିଆ ବାଘ ଜଙ୍ଗଲ କୁ ଆସିବା ଦିନଠାରୁ ଲୋକେ ଜଙ୍ଗଲ କୁ ନ ଯାଇ ଘରେ ବସିରହିଛନ୍ତି ଏହି ଘଟଣା ର ଖବର ପାଇ ବିଶ୍ଵନାଥପୁର ବନ ବିଭାଗ ପକ୍ଷରୁ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରାମ୍ବ କରିଥିଲେ ଓ ଲୋକଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ I ପରେ ବିଶ୍ୱନାଥପୁର ରୁ ପ୍ରାଣୀ ଅଧିକାରୀ ଆସି ମୃତ ଗାଈ ର ଶବ ବ୍ୟବଛେଦ କରିଥିଲେ,ଗାଇର ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ସବୁ ସତ୍ୟା ସତ୍ୟ ସାମ୍ନା କୁ ଆସିବ ବୋଲି ଫରେଷ୍ଟର ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ହେଲେ ଗାଁ ଲୋକେ ଗାଈ ମାଲିକ ଙ୍କୁ କ୍ଷ୍ୟତି ପୂରଣ ଦେବାପାଇଁ ଦାବି କରିଛନ୍ତି I
