ଅଳଙ୍କାର ଚୋରିକରି ଧରାହେଲେ ତିନି ଚୋରଣୀ
ଅଳଙ୍କାର ଚୋରିକରି ଧରାହେଲେ ତିନି ଚୋରଣୀ
ଅଳଙ୍କାର ଚୋରିକରି ଧରାହେଲେ ତିନି ଚୋରଣୀ
ଭୁବନେଶ୍ବର, କଳିଙ୍ଗ ବିକାଶ:: ଅଭିଯୋଗକାରୀ ସନ୍ତୋଷ ପୃଷ୍ଟିଙ୍କ ଅଭିଯୋଗ କ୍ରମେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ତିନି ଜଣ ମହିଳା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାଅନୁୟୀ ଅଭିଯୋଗକାରୀ ସନ୍ତୋଷ ଡ଼ମଣାସ୍ଥିତ ଏମ୍ଏସ୍ ମାରୁତି ଜୁଏଲାରୀର ମାଲିକ ଅଟନ୍ତି। ଗତ ଦୁଇ ତାରିଖ ଦିନ ସାଢ଼େ ଏଗାରଟା ବେଳେ ନିଜ ଦୋକାନରେ ଥିବା ସମୟରେ ତିନିଜଣ ମହିଳା ଝୁମୁରି ଦାସ, ଭାନୁ ଦାସ ଓ ଗୀତା ନାୟକ ତାଙ୍କ ଦୋକାନରୁ ସୁନା ଚେନ୍, ମୁଦି, ଚୁଡ଼ି ଓ କାନଫୁଲ ଭଳି ଅଳଙ୍କାର ଚୋରୀ କରି ଅସ୍ୱୀକାର କରିଥିଲେ। ଅଭିଯୋଗକାରୀ ଓ ତାଙ୍କ ପତ୍ନୀ ଜୟନ୍ତୀ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଦେବାରୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଭ୍ୟାନରେ ଥାନାକୁ ନେଇଯାଇ ଘଟଣାବିଷୟରେ ପଚରା ଉଚରା କରିଥିଲ। ଦୋକାନରେ ବ୍ୟବସାୟୀ ଅନ୍ୟମନସ୍କ ଥିଲା ବେଳେ ଚୋରଣୀମାନେ ନିଜ ବ୍ୟାଉଜରେ ସୂଚା ଅଳଙ୍କାର ଭର୍ତିକରି ଲୁଚାଇ ଆଣିବାପାଇଁ ଚେଷ୍ଟା କରୁଥିଲେ। ମହିଳା ପୁଲିସ୍ ଖୋଜାଖୋଜିକରିବାରୁ ଅଳଙ୍କାର ଓ କିଛି ନଗଦ ଟଙ୍କା ଗୁଡ଼ିକୁ ପାଇଥିଲେ। ଆଜି ତିନି ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲଣ କରିଦେବାପେରେ ପୁଲିସ୍ ସେମାନଙ୍କ ଗ୍ୟାଙ୍ଗରେ ଆଉକେରଁମାନେ ସାମିଲ ଅଛନ୍ତି ତାହା ଜାଣିବାପାଇଁ ଚେଷ୍ଟା ଚଲାଉଛି।

