ଚେତନାରେ ‘ଦି ସିଲଭର୍ସ’ର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ
ଚେତନାରେ ‘ଦି ସିଲଭର୍ସ’ର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ
ଚେତନାରେ ‘ଦି ସିଲଭର୍ସ’ର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ
(ଭୁବନେଶ୍ବର,କଳିଙ୍ଗ ବିକାଶ): ବରିଷ୍ଠ ନାଗରିକ ସଂଘ ଦି ସିଲଭର୍ସ ର ଅଷ୍ଟମ ବାର୍ଷିକ ଉତ୍ସବ ଅବସରରେ ‘ଇନଭିଟେସନ ଟୁ ଇନକ୍ଲୁସିଭ ଏଡୁକେସନ’ ପୁସ୍ତକ ଉନ୍ମୋଚନ ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଦି ସିଲଭର୍ସର ସଭାପତି ତଥା ଚେତନା ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଫେସର ନାରାୟଣ ଚନ୍ଦ୍ର ପତି ଉଦ୍ଘାଟନ କରିଥିଲେ। ପୁସ୍ତକଟିର ସମୀକ୍ଷା କରିଥିଲେ ପ୍ରଫେସର ଶଙ୍କର ପ୍ରସାଦ ମହାନ୍ତି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଯୋଗଦେଇ ଯୁବପିଢ଼ିର ଉତ୍ସାହିତ କରିଥିଲେ। କୈଳାଶ ଚନ୍ଦ୍ର ମିଶ୍ର ସମ୍ପାଦକୀୟ ପାଠ କରିଥିଲେ। ସମ୍ମାନିତ ଅତିଥି ମନୋଜ କୁମାର ଦାଶ, ଦିଲୀପ କୁମାର ହିଆଲ, ମଧୁ ମାଧବ ଜେନା ଅତିଥିଭାବେ ଯୋଗଦେଇଥିଲେ। ସେହିପରି ସମ୍ମାନିତ ବକ୍ତା ଯୁଗଳ କିଶୋର ସାହୁ, ପ୍ରଫେସର ଗୋପାଳ କୃଷ୍ଣ ନନ୍ଦ ମଧ୍ୟ ସମ୍ମାନିୟ ଅତିଥିଭାବେ ଯୋଗଦେଇଥିଲେ। ପ୍ରଫେସର ପ୍ରଫୁଲ ମହାପାତ୍ର, ପ୍ରଫେସର ମନୋଜ ମହାନ୍ତି, କୈଳାଶ ଆଚାର୍ଯ୍ୟ, ଚକ୍ରଧର ଦାସ, ବିଜୟା ପତି, ପ୍ରଫେସର ହାଡିବନ୍ଧୁ ପଟ୍ଟନାୟକ ଓ ପ୍ରଫୁଲ୍ଲ ମିଶ୍ର ମଧ୍ୟ ଅତିଥିଭାବେ ଯୋଗଦେଇଥିଲେ। ବରିଷ୍ଠ ସମାଜସେବୀ ବିଚିତ୍ରାନନ୍ଦ ସ୍ୱାଇଁ ଓ ପ୍ରଶନ୍ନ କୁମାର ଭଞ୍ଜଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନିତ କରାଯାଇଥିଲା। ବିନୟ ଭୂଷଣ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। କଲେଜ୍ ଅଧ୍ୟକ୍ଷ ଲଲାଟେନ୍ଦୁ କର ସମସ୍ତଙ୍କୁ ଶେଷରେ ଧନ୍ୟବାଦ ଦେଇଥିଲେ।

