ସମ୍ବଲପୁର ରେଳମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ଓମଟିଭି

● ମାନେଶ୍ୱର-ହାତିବାରୀ-ଜୁଜୋମୁରା ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ . ● ଲାଖୋଲି-ଟିଟିଲାଗଡ-ଥେରୁବାଲି ରେଳ ସେକ୍ସନରେ ଆଧୁନିକୀକରଣ କାର୍ଯ୍ୟ .

ସମ୍ବଲପୁର ରେଳମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ଓମଟିଭି
ସମ୍ବଲପୁର ରେଳମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ଓମଟିଭି
● ମାନେଶ୍ୱର-ହାତିବାରୀ-ଜୁଜୋମୁରା ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ .
● ଲାଖୋଲି-ଟିଟିଲାଗଡ-ଥେରୁବାଲି ରେଳ ସେକ୍ସନରେ ଆଧୁନିକୀକରଣ କାର୍ଯ୍ୟ .


ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ମାନେଶ୍ୱର-ହାତିବାରୀ-ଜୁଜୋମୁରା ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏବଂ ଲାଖୋଲି-ଟିଟିଲାଗଡ-ଥେରୁବାଲି ରେଳ ସେକ୍ସନରେ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଟ୍ରେନଗୁଡ଼ିକୁ ବାତିଲ, ଆଂଶିକ ବାତିଲ, ମାର୍ଗ ପରିବର୍ତ୍ତନ ଏବଂ ସମୟ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି .
ଟ୍ରେନର ବାତିଲ୍:
A. 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ 2 ରୁ 8 ଅଗଷ୍ଟ, 2022 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ବାତିଲ ରହିବ |
B. 08527/08528 ରାୟପୁର-ବିଶାଖାପାଟନମ୍-ରାୟପୁର ସ୍ୱତନ୍ତ୍ର ଏକ୍ସପ୍ରେସ 11 ଏବଂ 14 ଅଗଷ୍ଟ, 2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ |
C. 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ 14.08.2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ |

ଆଂଶିକ ବାତିଲ୍:
12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ 2 ରୁ 5 ଅଗଷ୍ଟ 2022 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ରେଢ଼ାଖୋଲ ମଧ୍ୟରେ ଚଳାଚଳ କରିବ ଓ ରେଢ଼ାଖୋଲ ଏବଂ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ |
ମାର୍ଗ ପରିବର୍ତ୍ତନ :
20808/20807 ଅମୃତସର-ବିଶାଖାପାଟନମ୍-ଅମୃତସର ହିରାକୁଦ୍ ଏକ୍ସପ୍ରେସ ଅମୃତସରରୁ 03.08.2022 ରେ ଏବଂ ବିଶାଖାପାଟନମ୍ ଠାରୁ 05.08.2022 ଦିନ ଉଭୟ ଦିଗରୁ ସମ୍ବଲପୁର-ଟିଟିଲାଗଡ-ବିଜୟନଗରମ ମାର୍ଗ ଦେଇ ଚଳାଚଳ କରିବ | ଉପରୋକ୍ତ ଦିନରେ ଏହି ଟ୍ରେନ ସମ୍ବଲପୁର-ଭୁବନେଶ୍ୱର-ବିଜୟନଗରମ ମାର୍ଗରେ ବାତିଲ ରହିବ |
ସମୟ ପରିବର୍ତ୍ତନ :
13.08.2022 ରେ ନିଜାମୁଦ୍ଦିନରୁ ଛାଡିବାକୁ ଥିବା 12808 ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସ ସକାଳ 7 ଘଟିକା ପରିବର୍ତ୍ତେ ପୂର୍ବାହ୍ନ ୧୧ଘ.୩୦ମି.ରେ ଛାଡିବ .