ବିଳମ୍ବିତ ରାତି ଯାଏଁ ମୋବାଇଲ୍ରେ କଥା ହେଉଥିଲେ, ସକାଳୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ
ବିଳମ୍ବିତ ରାତି ଯାଏଁ ମୋବାଇଲ୍ରେ କଥା ହେଉଥିଲେ, ସକାଳୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ
ବିଳମ୍ବିତ ରାତି ଯାଏଁ ମୋବାଇଲ୍ରେ କଥା ହେଉଥିଲେ, ସକାଳୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ
ଚିତ୍ରଡା: ମୟୂରଭଞ୍ଜଜିଲ୍ଲା ମୋରଡ଼ା ବ୍ଲକ ତଥା ଶୁଳିଆପଦା ଥାନା ଅଧୀନ ଗଡିଆ ଗ୍ରାମର ଜନୈକା ବିଏସି ନର୍ସିଂ ଛାତ୍ରୀ ଘରେ ଆତ୍ମହତ୍ୟା କରିଛନ୍ତି। ଶୁଳିଆପଦା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଗଡିଆ ଗ୍ରାମର ନିର୍ମଳ କୁମାର ପାତ୍ରଙ୍କ ଝିଅ ଅଙ୍କିତା ପାତ୍ର(୨୨) ମୟୂରଭଞ୍ଜ ଫାର୍ମାସୀ କଲେଜରେ ବିଏସି ନର୍ସିଂ ପଢ଼ନ୍ତି। କୁଆଁର ପୁନେଇଁ ଛୁଟିରେ ଘରକୁ ଆସିଥିଲେ। ପରିବାର ଲୋକଙ୍କ କହିବାନୁସାରେ, ରବିବାର ରାତିରେ ଖାଇସାରିବା ପରେ ସେମାନେ ସମସ୍ତେ ଶୋଇବାକୁ ଚାଲିଯାଇଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଙ୍କିତା ନିଜ ରୁମ ଭିତରେ ଥାଇ ମୋବାଇଲରେ କହା ସହିତ କଥା ହେଉଥିବା ସେମାନେ ଶୁଣିଥିଲେ। ଦିନକ ପରେ ପରୀକ୍ଷା ଥିବାରୁ ଘର ଲୋକେ ଭାବିଲେ ବୋଧହୁଏ ପାଢ ପଢୁଥିବ କି କ'ଣ। ଭୋର ସକାଳେ ଅଙ୍କିତା ନିଜ ପ୍ରକୋଷ୍ଠ ଭିତରେ ଥିବା ପଙ୍ଖାରେ ବେକରେ ଏପ୍ରୋନ ଗୁଡାଇ ଝୁଲୁଥିବା ଦେଖି ଅଙ୍କିତାଙ୍କ ମାଆ ପାଟିକରି ପାଖ ପଡୋଶୀଙ୍କୁ ଡାକିଥିଲେ ଏବଂ ଏପ୍ରୋନକୁ କାଟି ଅଙ୍କିତାଙ୍କୁ ତଳକୁ ଓହ୍ଲାଇ ଥିଲେ। ସେତେବେଳକୁ ଅଙ୍କିତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଥାନା ଏଏସଆଇ ବିଶ୍ବରଞ୍ଜନ ପରିଡ଼ା ଘଟଣା ସ୍ଥଳରେ ସଦଳବଳେ ପହଞ୍ଚି ଥିଲେ। ଶୁଳିଆପଦା ଥାନାରେ ୪୧ /୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବବ୍ୟବଚ୍ଛେଦ ପାଇଁ ରଙ୍ଗାମାଟିଆ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଛନ୍ତି। ତେବେ ମୃତ୍ୟ ପୂର୍ବରୁ ଅଙ୍କିତା ନିଜ ମୋବାଇଲରୁ କାହା ସହ କଥା ହେବାପରେ ନିଜ ବାମ ହାତକୁ ବାରମ୍ବାର ବ୍ଲେଟରେ କାଟି କ୍ଷତାକ୍ତ କରିବା ପରେ ପଙ୍ଖାରେ ଝୁଲିପଡି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ଅଙ୍କିତାଙ୍କ ମୋବାଇଲ ଫୋନକୁ ମଧ୍ୟ ପୁଲିସ ଜବତ କରିଛି।

