କିଟ୍ ଛକ ଏକ କର୍ପୋରେଟ୍ ବିଲଡ଼ିଂରେ ଭୟଙ୍କର ଅଗ୍ନିକାଣ୍ଡ,୫କୋଟି ସମ୍ପତି ପାଉଁଶ, ୩ ଜୀବନ ଅଳ୍ପକେ ବର୍ତିଲେ: Ommtv Round the Clock

କିଟ୍ ଛକ ଏକ କର୍ପୋରେଟ୍ ବିଲଡ଼ିଂରେ ଭୟଙ୍କର ଅଗ୍ନିକାଣ୍ଡ,୫କୋଟି ସମ୍ପତି ପାଉଁଶ, ୩ ଜୀବନ ଅଳ୍ପକେ ବର୍ତିଲେ: Ommtv Round the Clock

କିଟ୍ ଛକ ଏକ କର୍ପୋରେଟ୍ ବିଲଡ଼ିଂରେ ଭୟଙ୍କର ଅଗ୍ନିକାଣ୍ଡ,୫କୋଟି ସମ୍ପତି ପାଉଁଶ, ୩ ଜୀବନ ଅଳ୍ପକେ ବର୍ତିଲେ: Ommtv Round the Clock

କିଟ୍ ଛକ ଏକ କର୍ପୋରେଟ୍ ବିଲଡ଼ିଂରେ ଭୟଙ୍କର ଅଗ୍ନିକାଣ୍ଡ,୫କୋଟି ସମ୍ପତି ପାଉଁଶ, ୩ ଜୀବନ ଅଳ୍ପକେ ବର୍ତିଲେ: Ommtv Round the Clock

 
ଚନ୍ଦ୍ରଶେଖରପୁର: ଆଜି ମଧ୍ୟାହ୍ନରେ କିଟ୍ ଛକ ନିକଟରେ ଥିବା ମାରୁତୀ ଇ‌ଷ୍ଟେଟ କର୍ପୋରେଟ୍ ବିଲଡ଼ିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହାନେଇ ବିଲଡ଼ିଂର ଚତୃର୍ଥ ମହଲାରେ ଥିବା ଏକ ରେସ୍ତୁରାଣ୍ଟ, ଦୁଇ ଜୋତା ଗୋଦାମ, ଗୋଟିଏ ଘଣ୍ଟା ‌ସୋରୁମର ଷ୍ଟକ ସହିତ , ଏକ ଉତ୍ପାଦକ ଗୋଦାମ, ଗ୍ରୋସରୀ ଷ୍ଟକ ଏବଂ ଏକ ବିଲଡ଼ର କାର୍ଯ୍ୟାଳୟର ସମସ୍ତ ଇଣ୍ଟୋରିୟର ପୋଡ଼ି ପାଉଁଶ ହୋଇଯାଇଛି। ଧିରେ ଧିରେ ନିଆଁ ଅଣ୍ଟର ୱାରିଂ ଦେଇ ବିଲଡ଼ିଂର ଅନ୍ୟ ସମସ୍ତ ମହଲାକୁ ବ୍ୟାପିବାରୁ ସେଠାରେ କାମକରୁଥିବା ସମସ୍ତ ଲୋକ ପ୍ରାଣ ବିକଳରେ ବାହାରକୁ ଚାଲିଆସିଥିଲେ। ମାତ୍ର ନିଆଁ ବ୍ୟାପିବା ବେଳେ ୩ଜଣ ଯୁବକ ଗୋଦାମରୁ ଜିନିଷ ଆଣିବାପାଇଁ ଯାଇ ଚତୃର୍ଥ ମହଲାରେ ୧୫ ମିନିଟ ପାଇଁ ଗୋଟିଏ କୋଠରିରେ ଫସିରହିଥିଲେ। ଯେଉଁମାନଙ୍କୁ ଦମକଳ ଯବାନମାନେ ସୁରକ୍ଷିତ ଭାବରେ ଉଦ୍ଧାରକରି ଅନ୍ୟ ଏକ ଆପାତ୍ତକାଳିନ ଦ୍ବାରା ଦେଇ ବାହାରକୁ ଆଣିଦେଇଥିଲେ। ‌ଫଳରେ ୩ଜଣ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତିଯାଇଥିଲେ। ଘଟଣା‌ନେଇ ପ୍ରଥମେ ଚନ୍ଦ୍ରଶେଖରପୁର ଅଗ୍ନିସମ ବିଭାଗ ଦମକଳ ସୂଚନାପାଇ ଘଟଣାସ୍ଥଳରେ ପହଞ୍ଚି ଫୋମ ‌କେମିକାଲ ଛିଞ୍ଚି ନିଆଁକୁ ଆୟତ କରିବାପାଇଁ ଚେଷ୍ଟା କରିଥିଲା। ଏହା ପରେ ପାଣିପକାଇବାରୁ ଦେଖିବାକୁ ପାଇଥିଲା ବିଲଡ଼ିଂ ଭିତରେଥିବା କାଠ ଓ ପ୍ଲାଇ ଇଣ୍ଟୋରିୟର ଓ ରେସ୍ତୁରାଣ୍ଟର ରୋଷେଇ ସାମଗ୍ରୀ ସହ ଗୋଦାମରେ ଥିବା ତେଲ ଜିନିଷ ନିଆଁକୁ ଆହୁରି ଭୟଙ୍କ କରିଦେଇଛି। ଏହାପରେ ଅଧିକ ଦମକଳ ଆସିବାପାଇଁ ସହାୟତା ମଗାଯିବାରୁ ଅଳ୍ପ ସମୟ ମଧ୍ୟରେ କଳ୍ପନା, ବରମୁଣ୍ଡା, ମଞ୍ଚେଶ୍ବର, କଟକ ସିଡ଼ିଏରୁ ପ୍ରାୟ ୭ ଟି ଦମକଳ ଆସି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଚତୃର୍ଥ ମହଲାକୁ ପାଣି ପକାଇ ନିଆଁକୁଆୟତ କରାଯିବା ବେଳେ ଭିତରକୁ ଯିବାପାଇଁ ସମସ୍ୟା ହେବାରୁ କିଛି ଦମକଳ ଯବାନ ସାଙ୍ଗରେ ଅକ୍ସିଜେନ ଟାଙ୍କିନେଇ ପାଣି ପକାଇବା ପାଇଁ ବିଲଡ଼ିଂର ଚତୃର୍ଥ ମହଲାକୁ ଯାଇଥିଲେ।  ନିଆଁ ଓ ଧୂଆଁର ଅଣାୟତସ୍ଥିତିଦେଖି ଦମକଳ ବିଭାଗ ପରିଚାଳନା ଦାୟୀତ୍ବରେ ଥିବା ବରିଷ୍ଠ ଅଧିକାରୀ ଲମ୍ବା ସିଡ଼ି ଥିବା ଦମକଳକୁ ଘଟଣାସ୍ଥଳକୁ ଆସିବାପାଇଁ ସୂଚନାଦେଇଥିଲେ। ଫଳରେ ପ୍ରାୟ ଅପରାହଣରେ ଲମ୍ବା ସିଡ଼ି (ଲିପ୍ଟ କ୍ରେନ୍ ଫାୟାର ସେପ୍ଟି ଭ୍ୟାନ) ଘଟଣାସ୍ଥଳରେ ପହଞ୍ଚି ୪ ମହଲା ଭିତରକୁ ସିଧାସଳଖ ପ୍ରବେଶକରି ଲାଗିଥିବା ନିଆଁକୁ ଆୟତ କରିଥିଲା। ଏହି ଉଦ୍ଧାର କାର୍ଯ୍ୟରେ ୭ଟି ଦଳମକଳ ୫ଘଣ୍ଟା ଧରି କାର୍ଯ୍ୟରେ ଲାଗିଥିଲା ବେଳେ ୨୫ରୁ ଅଧିକ ଯବାନ ଘଟଣାସ୍ଥଳରେ ନିଆଁ ଲିଭା କାର୍ଯ୍ୟକରିଥିଲେ। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାଅନୁଯାୟୀ ଏସି ଜଙ୍ଗସନ୍ ପଏଣ୍ଟରୁ ସର୍ଟ ସର୍କିଟହୋଇ ଏହି ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି। ଚତୃର୍ଥ ମହଲାରେ ପ୍ରଥମେ ନିଆଁ ‌ଦେଖିଥିବା ବ୍ୟକ୍ତି ତଳମହଲାକୁଆସି ଅନ୍ୟମାନଙ୍କୁ କହିଥିଲେ। ପରେ ତଳ ମହଲା ଲୋକ ଘଟଣାସ୍ଥଳକୁ ଯାଇ କବାଟ ଖୋଲିଲା ବେଳକୁ ନିଆଁ ଉକ୍ତ ରୁମର ସମସ୍ତ ଦିଗକୁ ବ୍ୟାପିଯାଇଥିଲା। ଏହାପରେ ପୁରା ବିଲଡ଼ିଂର ଅଣ୍ଡର ୱାରିଂ ଦେଇ ନିଆଁ ଅନ୍ୟ ସମସ୍ତ ସ୍ଥାନକୁ ବ୍ୟାପିଯାଇଥିଲା। ଏକ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହି ଘଟଣାରେ ‌ପ୍ରାୟ ୫କୋଟିର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି। ଅନ୍ୟ ପକ୍ଷରେ କୌଣସି ଜୀବନ ହାନୀ ଘଟିନଥିବା ଦର୍ଶାଇଛନ୍ତି ଉପସ୍ଥିତି ଦମକଳ ଅଧିକାରୀ।