ଯୁବକଙ୍କୁ ନିଶାଡ଼ିଙ୍କ ପ୍ରାଣାନ୍ତକ ଆକ୍ରମଣଘଟଣା, ଅପରାଧୀକୁ ଖୋଜି ପାଉନାହିଁ ପୁଲିସ୍ ; Ommtv

Bhubaneswar: ରଙ୍ଗମାଟିଆ ଗ୍ରାମର ଇନ୍ଦ୍ରଜିତ ନାୟକ ନାମକ ଜଣେ ବିଏମସି ଠିକା କର୍ମଚାରୀଙ୍କୁ କିଛି ନିଶାଡ଼ି ଯୁବକ ଲୁଟ୍ କରିବାପରେ ପ୍ରାଣାନ୍ତକ ଆକ୍ରମଣକରିଥିବା ଘଟଣାକୁ ୪୮ ଘଣ୍ଟା ବିତିଯାଇଛି। ମାତ୍ର ମଞ୍ଚେଶ୍ବର ଥାନା ପୁଲିସ୍ ୪ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଆଉ ଦୁଇ ଜଣଙ୍କୁ କାବୁକରିବାରେ ବିଫଳ ହୋଇଛି। ମରଣ ମୁହଁରୁ ବର୍ତିଯାଇଥିବା ଯୁବକ ଜଣଙ୍କ ଏନେଇ ଥାନାରେ ଲିଖିତ ଅଭିଯୋଗ ଦେବାପରେ ଅଟକ ଥିବା ଅଭିଯୁକ୍ତଙ୍କ ପକ୍ଷରୁ ଜଣେ ସ୍ଥାନୀୟ ଲୋକପ୍ରତିନିଧୀ ଘଟଣାକୁ ଚାପିଦେବାପାଇଁ ଥାନା ବାବୁଙ୍କ ଉପରେ ଚାପ ପକାଉଥିବା ଘଟଣା ଚର୍ଚ୍ଚାକୁ ଆସିଛି। ନିଶାକାରବାର ଓ ସେବନକୁ ବିରୋଧ କରିବାରୁ ସୋମବାର ଦିନ ବିଳମ୍ବିତ ରାତିରେ ନିଶାଡ଼ିମାନେ ଇନ୍ଦ୍ରଜିତଙ୍କ ନିକଟରୁ ସୁନା ଚେନ୍, ପର୍ସ, ଟଙ୍କା ଛଡ଼ାଇ ନେବା ସହିତ ତାଙ୍କ ବାଇକକୁ ଭାଙ୍ଗି ଦେଇଥିଲେ। ଏହାପରେ ୬ଜଣ ଦୁର୍ବୃତ ସଂଘବଦ୍ଧହୋଇ ଆକ୍ରମଣକରିଥିଲେ। ଜଣେ ଯୁବକ ତାଙ୍କ ଉପରେ ପଥର ଛେଚିଦେବାରୁ ଯୁବକ ଜଣଙ୍କ ଗୁରୁତର ହୋଇ ପଡ଼ିଥିଲେ। ଏହା ପରେ ସେ ଏକ ବଡ଼ ଡ଼୍ରେନ ଭିତରେ ଗଳିପଡ଼ି ନର୍ଦମା ପାଣିରେ ଘୁଷୁଡ଼ି ଘୁଷୁଡ଼ି ଦୁଇ ଶହ ମିଟର ଚାଲିଯାଇ ଦୁର୍ବୃତଙ୍କ ହାତରୁ ନିଜ ଜୀବନ ବଞ୍ଚାଇ ଘରେ ପହଞ୍ଚିଥିଲେ। ଏହି ଘଟଣା ସ୍ଥାନୀୟ‌ ଯୁବକମାନ‌େ ଜାଣିବାପରେ ଜଣେ ଅଭିଯୁକ୍ତକୁ ଘଟଣାସ୍ଥଳରୁ ନିଶାରେ ଟୁଲହୋଇ ପଡ଼ିଥିବା ଅବସ୍ଥାରେ ପାଇ ପୁଲିସ୍ ଜିମାଦେଇଥିଲେ। ସେ ସବୁ କିଛି ସତ କହିବାରୁ ପୁଲିସ ଅନ୍ୟ ତିନି ଜଣଙ୍କୁ ରାତାରାତି କାବୁକରିଥିଲା। ମାତ୍ର ଆଉ ଦୁଇ ଜଣ ଅଭିଯୁକ୍ତ କେଉଁଆଡ଼େ ଫେରାର ହୋଇଯାଇଥିବା ପୁଲିସ୍ ସୂଚନାଦେଇଛି।