୧୫ ଜଣ କୁନି ଛାତ୍ରୀ ଅସୁସ୍ଥ

୧୫ ଜଣ କୁନି ଛାତ୍ରୀ ଅସୁସ୍ଥ

୧୫ ଜଣ କୁନି ଛାତ୍ରୀ ଅସୁସ୍ଥ
ରାଇରଙ୍ଗପୁର (କୋଳିଙ୍ଗ ବିକାଶ )ବିଜାତଳା ବ୍ଲକ ଅନ୍ତର୍ଗତ ଜୁଳିଆ ୟୁ.ପି. ସ୍କୁଲର ୧୫ ଜଣ କୁନି ଛାତ୍ରୀ ଅସୁସ୍ଥ ହେବାରୁ ସେମାନଙ୍କୁ ୱାର୍ଡେନ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଚିକିତ୍ସା ପରେ ଫେରୁଥିବା ସମୟରେ ହାଣ୍ଡିଆଭାଟି ଗ୍ରାମ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ କେତେକ କୁନି ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। କାହାର ହାତ ଭାଙ୍ଗିଛି, କାହାର ଗୋଡ଼ ଭାଙ୍ଗିଛି। ସେମାନଙ୍କ କାନ୍ଦ ଏବଂ ଯନ୍ତ୍ରଣା ସମସ୍ତଙ୍କ ହୃଦୟକୁ ବ୍ୟଥିତ କରିଛି।ଏହି ଦୁଃଖଦ ଖବର ପାଇବା ପରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଙ୍ଗଠନ (MASA) ର ପ୍ରତିନିଧିମାନେ ତୁରନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଆହତ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ସେମାନଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରିଥିଲେ। ଏହାସହ ଘଟଣାର ନିରପେକ୍ଷ ତଦନ୍ତ କରି ଯଦି କାହାର ଅବହେଳା ଥାଏ, ସେମାନଙ୍କ ବିରୋଧରେ କଠୋର ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି।
     ନିରୀହ କୁନି ଛାତ୍ରୀମାନଙ୍କ ସୁରକ୍ଷା ସହ କୌଣସି ପ୍ରକାରର ଅବହେଳା ବରଦାସ୍ତ କରାଯିବ ନାହିଁ। ଆମ ସମସ୍ତଙ୍କ ପ୍ରାର୍ଥନା, ସେମାନେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ପୁଣି ନିଜ ପାଠପଢ଼ାକୁ ଫେରନ୍ତୁ। 
"କୁନି ପିଲାଙ୍କ ସୁରକ୍ଷା ହିଁ ସମାଜର ସବୁଠାରୁ ବଡ଼ ଦାୟିତ୍ୱ।" ରାଇରଙ୍ଗପୁରରୁ ଜ୍ୟୋତିରଞ୍ଜନ କଳିଙ୍ଗ ବିକାଶ।