ଓମେନ୍ସ ଓ କଳିଙ୍ଗ ମହାସଂକିର୍ତ୍ତନ ମଣ୍ଡଳି ପକ୍ଷରୁ ବଡଦାଣ୍ଡ ସଫେଇ

ଓମେନ୍ସ ଓ କଳିଙ୍ଗ ମହାସଂକିର୍ତ୍ତନ ମଣ୍ଡଳି ପକ୍ଷରୁ ବଡଦାଣ୍ଡ ସଫେଇ

ଓମେନ୍ସ ଓ କଳିଙ୍ଗ ମହାସଂକିର୍ତ୍ତନ ମଣ୍ଡଳି ପକ୍ଷରୁ ବଡଦାଣ୍ଡ ସଫେଇ

ଓମେନ୍ସ ଓ କଳିଙ୍ଗ ମହାସଂକିର୍ତ୍ତନ ମଣ୍ଡଳି ପକ୍ଷରୁ ବଡଦାଣ୍ଡ ସଫେଇ
ଭୁବନେଶ୍ୱର,୨୦ା୭ ପବିତ୍ର ରଥଯାତ୍ରାରେ ଓମେନ୍ସ ଓ କଳିଙ୍ଗ ମହାସଂକିର୍ତ୍ତନ ମଣ୍ଡଳି
ପକ୍ଷରୁ ଖାଦ୍ୟ, ପାନୀୟ ବଣ୍ଟନ ଓ ବଡଦାଣ୍ଡ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଯାଇଛି । ଓମେନ୍ସ ଓ କଳିଙ୍ଗ ମହାସଂକିର୍ତ୍ତନ ମଣ୍ଡଳିର ସଭାନେତ୍ରୀ ସରୋଜିନୀ
ମହାନ୍ତିଙ୍କ ତତ୍ୱାବଧାନରେ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ପ୍ରକାର
ସୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ରଥ ଟଣା ସରିବା ପରେ ସମସ୍ତ
ମହିଳାମାନେ ମିଶି ଝାଡୁ ମାରି ବଡଦାଣ୍ଡ ସଫେଇ କରିଥିଲେ । କାର୍ଯ୍ୟକ୍ରମରେ
ମଞ୍ଜୁଲତା ସ୍ୱାଇଁ, ରିଲି ଜେନା, ମିତାରାଣୀ ବିଶ୍ୱାଳ, କବିତା ବିଶ୍ୱାଳ,
ସୁମିତ୍ରା ପାତ୍ରଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।