ଶିଶୁଭାରତୀ ଗଠନ ଓ ଶପଥପାଠ ଉତ୍ସବ

ଶିଶୁଭାରତୀ ଗଠନ ଓ ଶପଥପାଠ ଉତ୍ସବ

ଶିଶୁଭାରତୀ ଗଠନ ଓ ଶପଥପାଠ ଉତ୍ସବ

ଶିଶୁଭାରତୀ ଗଠନ ଓ ଶପଥପାଠ ଉତ୍ସବ

ଭୁବନେଶ୍ୱର,୨୦ା୭ ବିଦ୍ୟାଭାରତୀ ଆନୁକୂଲ୍ୟରେ ନୀଳାଦ୍ରିବିହାର ସରସ୍ୱତୀ
ଶିଶୁ ମନ୍ଦିରରେ ଶିଶୁଭାରତୀ ଗଠନ ଓ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ନୀଳାଦ୍ରି ସଙ୍କୁଳର ସଂଯୋଜକ ବା’ାନିଧି ସାହୁ ଯୋଗଦେଇ
ଶିଶୁମାନେ ବିଦ୍ୟାଳୟର ମୁଖ୍ୟ ଅଙ୍ଗ ବୋଲି କହିବା ସହ ଶିଶୁମାନେ ଚାହିଁଲେ
କିପରି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ସେ ଉପରେ ଆଲୋକପାତ
କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ
ଶିଶୁଭାରତୀର କାର୍ଯ୍ୟ ଓ ଦାୟିତ୍ୱ ସମ୍ପର୍କରେ କହିଥିଲେ । ଏହି ଅବସରରେ
ଶିଶୁଭାରତୀ ଗଠନ କରାଯାଇଥିଲା । ଏହି ମନ୍ତ୍ରୀ ମଣ୍ଡଳରେ ଚିକିତ୍ସା, ସ୍ୱଚ୍ଛତା,
କ୍ରୀଡା, ଭୋଜନ ଓ ପାନୀୟ ଜଳ, ସୁରକ୍ଷା, ପାଠାଗାର, ଶାରୀରିକ, ସାଂସ୍କୃତିକ
ଆଦି ୧୯ ଟି ବିଭାଗର ମନ୍ତ୍ରୀ ଭାବେ ଛାତ୍ରଛାତ୍ରୀମାନେ ମନୋନୀତ
ହୋଇଥିଲାବେଳେ ଅଧ୍ୟକ୍ଷା ଭାବେ ନବମ ଶ୍ରେଣୀ ଛାତ୍ରୀ ରୋଷ୍‌ନୀ ପାଣ୍ଡବ
ମନୋନୀତ ହୋଇଥିଲେ । ନବ ଗଠିତ ମନ୍ତ୍ରୀ ମଣ୍ଡଳକୁ ପ୍ରଧାନ ଆଚାର୍ଯ୍ୟ ଶପଥ ପାଠ
କରାଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସହ ପ୍ରଧାନ ଆଚାର୍ଯ୍ୟ କେଦାର ନାଥ
ସେଠୀ, ଗୁରୁମା ସୁମନ୍ତିନୀ ଶତପଥୀ ଓ ବିନୋଦିନୀ ମହାରଣା ଯୋଗଦେଇ
ଛାତ୍ରଛାତ୍ରୀ ମାନଙ୍କୁ କର୍ତ୍ତବ୍ୟପରାୟଣ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ
ଦେଇଥିଲେ । ଶିଶୁଭାରତୀ ଦାୟିତ୍ୱରେ ଥିବା ଗୁରୁଜୀ ଉମେଶ ଚନ୍ଦ୍ର ନାଥ ଧନ୍ୟବାଦ
ଅପର୍ଣ କରିଥିଲେ ।