Hindol News : Ommtv

top news

Hindol News : Ommtv

www.ommtv.in (ହିନ୍ଦୋଳ ରତିକାନ୍ତ ଗଡନାୟକ) : ଖେଲୋ ଇଣ୍ଡିଆ ପକ୍ଷରୁ ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ମଧୁସୂଦନ ଭବନରେ ରାଜ୍ଯ କିକ ବକ୍ସିଂ ଲିଗ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ସାରା ରାଜ୍ୟରୁ ୨୫୦ ଜଣ ଏଥିରେ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳ କିକ ବକ୍ସିଂ ଆସୋସିଏସନ୍ ପକ୍ଷରୁ ୩୦ ଜଣ କ୍ରୀଡାବିତ୍ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ୧୫ ଟି ସ୍ଵର୍ଣ୍ଣ ୧୨ଟି ରୌପ୍ୟ ଓ ୫ ଟି ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ହିନ୍ଦୋଳ ଏନ୍ଏସି ମଧ୍ୟରୁ ୧୦ ଜଣ ପ୍ରତିଯୋଗୀ ୫ ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ।ଗତକାଲି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ପଦକ ବିଜେତା ମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ହିନ୍ଦୋଳ ପ୍ରଶାସନ ପକ୍ଷରୁ ହିନ୍ଦୋଳ ର ସମସ୍ତ ମେଡ଼ାଲିଷ୍ଟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଢେଙ୍କାନାଳ ଆସୋସିଏସନ୍ କୋଚ୍ ମିହିର କୁମାର ସାହୁ ସମସ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଢେଙ୍କାନାଳ କିକ ବକ୍ସିଂ ଆସୋସିଏସନ୍ ସଭାପତି ଶଶିକାନ୍ତ ଗଡନାୟକ ହିନ୍ଦୋଳ କ୍ରୀଡାବିତ୍ ମାନଙ୍କୁ ସହାୟତା ପ୍ରଦାନ କରିଥିବା ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ, ଏନ୍ଏ ସି ଅଧ୍ୟକ୍ଷ କେଶବ ପ୍ରଧାନ ଓ ହିନ୍ଦୋଳ ଉପ ଜିଲ୍ଲାପାଳ ଶିବାନନ୍ଦ ସ୍ଵାଇଁ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।