ଆନ୍ତର୍ଜାତୀୟ ବିଆଇଏମ୍‌ଏସ୍‌ଟିଇସି ସମ୍ମିଳନୀର ନେତୃତ୍ୱ ନେବେ  ଆଇଏନ୍‌ଡ଼ବ୍ଲୁଇସିର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁକିର୍ତ୍ତୀ ପଟ୍ଟନାୟକ : Ommtv

woman

ଆନ୍ତର୍ଜାତୀୟ ବିଆଇଏମ୍‌ଏସ୍‌ଟିଇସି ସମ୍ମିଳନୀର ନେତୃତ୍ୱ ନେବେ  ଆଇଏନ୍‌ଡ଼ବ୍ଲୁଇସିର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁକିର୍ତ୍ତୀ ପଟ୍ଟନାୟକ : Ommtv
ଆନ୍ତର୍ଜାତୀୟ ବିଆଇଏମ୍‌ଏସ୍‌ଟିଇସି ସମ୍ମିଳନୀର ନେତୃତ୍ୱ ନେବେ  ଆଇଏନ୍‌ଡ଼ବ୍ଲୁଇସିର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁକିର୍ତ୍ତୀ ପଟ୍ଟନାୟକ : Ommtv
ଭୁବନେଶ୍ୱର : ଆଇଏନ୍‌ଡ଼ବ୍ଲୁଇସିର ରାଷ୍ଟ୍ରିୟ ଅଧ୍ୟକ୍ଷା ଭାବେ ସୁକିର୍ତ୍ତୀ ପଟ୍ଟନାୟକ ଦାୟିତ୍ୱ ନେଇଛନ୍ତି । ନୟନ
ତାରା ପାଲ ଚୌଧୁରୀଙ୍କଠୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ନେତୃତ୍ୱରେ ଆଇଏନ୍‌ଡ଼ବ୍ଲ୍ୟୁଇସି
ବିଆଇଏମ୍‌ଏସ୍‌ଟିଇସି ନେତୃତ୍ୱ ଫୋରମ୍ ଆୟୋଜନ କରୁଛି । ଆଇସିସି, ଏଲ୍‌ଏସ୍‌ଜି ଏବଂ ବୈଦେଶିକ
ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗରେ ଉଦ୍ୟୋଗୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ।
ଆନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ୧୨ ଜଣ ମହିଳା ଉଦ୍ୟୋଗୀଙ୍କ ଏକ ପ୍ରତିନିଧି ଦଳ ଏହାକୁ ପ୍ରତିନିଧିତ୍ୱ
କରୁଛନ୍ତି । ବଙ୍ଗୋପସାଗରର ଆଞ୍ଚଳିକ ଦେଶଗୁଡ଼ିକ ସହିତ ବାଣିଜ୍ୟିକ ସମ୍ପର୍କକୁ ସେମାନେ ବହୁ ଉପକୃତ
ହେବେ ଏବଂ ବିଶ୍ୱ ବଜାରକୁ ରପ୍ତାନୀ ପାଇଁ ସହଯୋଗ କରିବେ । ଏହି ବିଆଇଏମ୍‌ଏସ୍‌ଟିଇସି ବ୍ୟବସାୟ
କନକ୍ଲେଭ ୨୦୨୩ ଆସନ୍ତା ୧୩ ଜୁନ୍ ରୁ ୧୫ ଜୁନ୍ ପର୍ଯ୍ୟନ୍ତ କୋଲକାତାରେ ଅନୁଷ୍ଠିତ ହେବ । ବାଂଲାଦେଶ,
ଭୁଟାନ, ଭାରତ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡର ୭ଟି ବଙ୍ଗୋପସାଗର ଆଞ୍ଚଳିକ ଦେଶର
ପ୍ରତିନିଧି ଏଥିରେ ଜଡ଼ିତ ଅଛନ୍ତି । ଏହି ସମ୍ମିଳନୀରେ ଶିକ୍ଷା, ପର୍ଯ୍ୟଟନ ବାଣିଜ୍ୟ, ରତ୍ନ ଏବଂ ଅଳଙ୍କାର, ସ୍ୱାସ୍ଥ୍ୟ
ସେବା ସଂଯୋଗୀକରଣ, କୃଷି, ଆର୍ôଥକ ସେବା, ହସ୍ତତନ୍ତ୍ର, ଷ୍ଟାର୍ଟ ଅପ୍‌, ଜୟବାୟୁ ପରିବର୍ତ୍ତନ, ମହିଳା
ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ଇତ୍ୟାଦି ବିଷୟ ଉପରେ ଆଲୋଚନା ହେବ । ବୈଦେଶିକ ବ୍ୟାପାର, ବାଣିଜ୍ୟ,
କୃଷି, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଇତ୍ୟାଦି ସମେତ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧି, ମନ୍ତ୍ରୀ,
ରାଷ୍ଟ୍ରଦୂତ, ବିଭିନ୍ନ ଚାମ୍ବର ଅଫ୍ କମର୍ସର ମୁଖ୍ୟ, ବିଶ୍ୱ ବ୍ୟାଙ୍କ/ ଏଏଚ୍‌ଡ଼ି, ଡ଼ବ୍ଲୁଏଚ୍‌ଓ, ମନ୍ତ୍ରୀ ସମେତ ସମସ୍ତ
ବିଏଆଇଏମ୍‌ଏସ୍‌ଟିଇସି ଦେଶର ସରକାରୀ ପ୍ରତିନିଧୀ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ, ପଲିସି
ଆଡ଼ଭୋକେଟ୍‌, ଉଦ୍ୟୋଗୀ, ଶିଳ୍ପପତି ଇତ୍ୟାଦି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ନୂତନ ଦାୟିତ୍ୱରେ ସୁକିର୍ତ୍ତୀ
ପଟ୍ଟନାୟକ ଅନେକ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି ଯାହା ଜାତୀୟ ସ୍ତରରେ
ଉଦ୍ୟୋଗୀତା ଦୃଶପଟ୍ଟର ବିକାଶ ତଥା ଆମ ରାଜ୍ୟର ମହିଳା ଉଦ୍ୟୋଗୀମାନଙ୍କ ଉପକୃତ କରିବ । ଆଇସିସି
ଓଡ଼ିଶାର ଚେୟାରମ୍ୟାନ୍ ଜେବି ପାଣି, ସହ ଚେୟାରମ୍ୟାନ୍ ରାଜୀବ ପାଣି, ଆଇଏନ୍‌ଡ଼ବ୍ଲୁଇସି ଆବାହକ
ତନୟା ପଟ୍ଟନାୟକ, ସହ-ଆବାହକ ପ୍ରୀତି ପଲ୍ଲଭି ପଟ୍ଟନାୟକ, ଆଇସିସି ଓଡ଼ିଶାର ମୁଖ୍ୟ ଜେବି ପାଲ ଏବଂ
ଆଇଏନ୍‌ଡ଼ବ୍ଲ୍ୟୁଇସି ଓଡ଼ିଶାର ମହିଳା ସଦସ୍ୟମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏହି ସମ୍ମିଳନୀ
ପ୍ରତି ଉତ୍ସାହ ବାଣ୍ଟିଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ସୁକିର୍ତ୍ତୀ ପଟ୍ଟନାୟକ ନୂତନ ଦାୟିତ୍ୱକୁ ନେଇ ସେମାନେ
ଅତ୍ୟନ୍ତ ଖୁସି ଥିଲେ । ଓଡ଼ିଶା ପ୍ରତିନିଧି ଦଳରେ ସୁକିର୍ତ୍ତୀ ପଟ୍ଟନାୟକ, ପ୍ରୀତି ପଲ୍ଲଭି ପଟ୍ଟନାୟକ, ମିନୁ
ପଟ୍ଟନାୟକ, ସ୍ୱାତି କେଜ୍ରିୱାଲ, ସୋଫିଆ ଫିରଡ଼ସ୍‌, ସୋନୀ ସାମଲ, ଜୁବିନା ଅଲ୍ଲୀ, ଅନୁରାଧା ମହାନ୍ତି,
ଶ୍ୱେତା ଶର୍ମା ଏବଂ ଡ଼ାକ୍ଟର ସ୍ଥିତି ପ୍ରଜ୍ଞା ରହିଛନ୍ତି । #Ommtv #Omtv #Bhubaneswar #trend #Kalingacinearts #NBPC #trendingnow