ଭାରତ ବିକାଶ ପରିଷଦ ଚନ୍ଦ୍ର ଶେଖର ପୁର ଶାଖାର ରଜ ଉତ୍ସବ ପାଳନ : Ommtv

ଭାରତ ବିକାଶ ପରିଷଦ ଚନ୍ଦ୍ର ଶେଖର ପୁର ଶାଖାର ରଜ ଉତ୍ସବ ପାଳନ

ଭାରତ ବିକାଶ ପରିଷଦ ଚନ୍ଦ୍ର ଶେଖର ପୁର ଶାଖାର ରଜ ଉତ୍ସବ ପାଳନ : Ommtv
ଭାରତ ବିକାଶ ପରିଷଦ ଚନ୍ଦ୍ର ଶେଖର ପୁର ଶାଖାର ରଜ ଉତ୍ସବ ପାଳନ
ମାଟି ଓ ଆକାଶର ମିଳନ ପର୍ବ ଓଡ଼ିଶାର ନିଜସ୍ଵ ଗଣ ଉତ୍ସବ 'ରଜ'।
ଚଳିତ ବର୍ଷର ଏହି ଉତ୍ସବ ଭାରତ ବିକାଶ ପରିଷଦ,ଚନ୍ଦ୍ର ଶେଖର ପୁର ଶାଖା ଦ୍ଵାରା ପହିଲି ରଜ ସଂଧ୍ୟାରେ ଭୁବନେଶ୍ୱରସ୍ଥ ନୀଳାଦ୍ରି ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଭା କକ୍ଷରେ ସମାରୋହ ସହକାରେ ପାଳିତ ହୋଇ ଯାଇଛି।
ପ୍ରଥମ ପର୍ଯ୍ୟାୟରେ ଶାଖାର ମହିଳା ସଦସ୍ୟା ମାନଙ୍କ ମଧ୍ୟରେ ' ରେ ପୋଡ଼ ପିଠା ','ରଜ ପାନ' ସହ ଶ୍ରୀ ଜଗନ୍ନାଥ ଦାସ କୃତ 'ଶ୍ରୀମଦ୍ଭାଗବତ ପଠନ' ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶ୍ରୀମତୀ ସରୋଜିନୀ ମହାନ୍ତି, ଶ୍ରୀମତୀ ଇନ୍ଦ୍ରାଣୀ ମିଶ୍ର ଓ ଯୋଗ ଗୁରୁ ଶ୍ରୀ ବିଶ୍ଵ ରଜନ ରଥ ପ୍ରତିଯୋଗିତାର ବିଚାରକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।
ଶାଖାର ବାର୍ଷିକ ଉତ୍ସବରେ ପ୍ରତିଯୋଗିତାର ବିଜୟିନୀ ମାନଙ୍କୁ ପୁରସ୍କୃତ କରାଯିବ।
ପରେ ପରେ ଶାଖା ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ନାୟକଙ୍କ ସଭାପତିତ୍ବରେ ଏକ ମନୋଜ୍ଞ ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ଓଡ଼ିଶା ପୂର୍ବ ପ୍ରାନ୍ତର ମହା ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାରଣା ଯୋଗ ଦେଇ ସଂସ୍କାରର ପୃଷ୍ଠଭୂମି ଉପରେ ଭାରତ ବିକାଶ ପରିଷଦର କାର୍ଯ୍ୟ ସମ୍ପାଦନା ସଂପର୍କରେ ତଥ୍ୟ ଉପସ୍ଥାପନ କରି ଥିଲେ।
ଅନ୍ୟତମା ଅତିଥି ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀମତୀ ସରୋଜିନୀ ମହାନ୍ତି ଓଡ଼ିଶାର ପାରମ୍ପରିକ ରଜ ଗୀତ, ପୋଡ଼ ପିଠା ଓ ପାନର ମହକ ସଂପର୍କରେ ଆଲୋଚନା କରି ଭାରତ ବିକାଶ ପରିଷଦର ଏପରି ସୁନ୍ଦର ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ।ସେ ମଧ୍ୟ ବାହାନଗା ରେଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସେବା କାର୍ଯ୍ୟରେ ଭାଗ ନେବା ବିଷୟରେ ନିଜର ଅନୁଭୂତି ବର୍ଣ୍ଣର୍ନା କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଯୋଗାଚାର୍ଯ୍ୟ
ଶ୍ରୀ ବିଶ୍ଵ ରଞ୍ଜନ ରଥ ଗାୟତ୍ରୀ ମନ୍ତ୍ରରୁ ନିଜର ଅଭିଭାଷଣ ଆରମ୍ଭ କରି ଆଜିର ଆଧୁନିକ ସମାଜରେ ମାନବିକ ମୂଲ୍ୟବୋଧ ର ଅବକ୍ଷୟ ଫଳରେ ସମାଜ ଓ ପରିବାର କିପରି ଏହାଦ୍ବାରା କଳୁଷିତ ହେଉଛି ତାର ଉଦାହରଣ ଦେଇ ଶିଶୁ ଓ ଯୁବକମାନଙ୍କୁ ଭାରତ ବିକାଶ ପରିଷଦରେ ସାମିଲ କରି ଦେଶ ସେବାରେ ବ୍ରତୀ ହେବାକୁ ପ୍ରେରଣା ଦେବାପାଇଁ ପରାମର୍ଶ ଦେଇଥିଲେ।ସମାଜରେ ନୈତିକ ଉତ୍ଥାନ ପାଇଁ ଶ୍ରୀମଦ୍ ଭଗବତ ଗୀତାର ଉପଯୋଗିତା ଓ ନିଜ ଶରୀର ପାଇଁ ଯୋଗ ର ଆବଶ୍ୟକତା ସଂପର୍କରେ ମଧ୍ୟ ସେ ଆଲୋଚନା କରି ଥିଲେ।
ଚନ୍ଦ୍ର ଶେଖର ପୁର ଶାଖାର ସମସ୍ତ କାର୍ଯ୍ୟକ୍ରମ ଗୁଡିକର ମାସିକ ବିବରଣୀ ପାଇବା ମାତ୍ରେ ଶାଖାର ବରିଷ୍ଠ ସଦସ୍ୟ ବୈଜ୍ଞାନିକ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଏହାକୁ ପରିଷଦର ମାସିକ ପତ୍ରିକା ' ନୀତି ' କୁ ପ୍ରେରଣ କରିଥାନ୍ତି ଯାହାକି ପ୍ରାୟ ପ୍ରତ୍ୟେକ ମାସ ପତ୍ରିକାରେ ସ୍ଥାନ ପାଇଥାଏ। ସେଥିପାଇଁ କ୍ଷେତ୍ରୀୟ ପୃଷ୍ଠପୋଷକ ପ୍ରଫେସର ଧନୁଷ ଧାରୀ ମିଶ୍ରଙ୍କ ଦ୍ଵାରା ଶ୍ରୀ ପଣ୍ଡାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା।
ଶାଖାର ମହିଳା ସଦସ୍ୟା ମାନଙ୍କ ଦ୍ବାରା ପରିବେଷିତ ପାରମ୍ପରିକ ରଜ ଗୀତ ' ବନସ୍ତେ ଡାକିଲା ଗଜ ' ଓ ' ଯା' ରେ ମନ ଦୋଳି ଉଡ଼ି ଯା ' ଗୀତ ଉପସ୍ଥିତ ସମସ୍ତଙ୍କୁ ମୁଗ୍ଧ କରିଥିଲା।
ପରେ ପରେ ଶାଖା ସଦସ୍ୟ ଡ. ମନୋରଞ୍ଜନ ଦାସ ନିଜସ୍ଵ ରଚନାରୁ ମଜାଦାର ବ୍ୟଙ୍ଗ କବିତା ଆବୃତ୍ତି କରି ସଭାରେ ଆନନ୍ଦ ଭରି ଦେଇଥିଲେ।
କାର୍ଯ୍ୟକ୍ରମର ସଞ୍ଚାଳନ ଦାୟିତ୍ଵ ନେଇ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସଦସ୍ୟା ଶ୍ରୀମତୀ କୁମୁଦିନୀ ପଣ୍ଡା ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ସଦସ୍ୟା ଶ୍ରୀମତୀ ନିନାଦିନୀ ମହାନ୍ତି।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନେ ସ୍ଵାମୀ ବିବେକାନନ୍ଦ ଏବଂ ଭାରତ ମାତାଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ କରିଥିଲେ। ପରମ୍ପରା ଅନୁସାରେ ସଭା ଆରମ୍ଭ ପୂର୍ବରୁ ବନ୍ଦେ ମାତରଂ ଓ ସଭା ଶେଷରେ ଜାତୀୟ ସଙ୍ଗୀତ ସାମୂହିକ ଭାବେ ଗାନ କରି ଯାଇଥିଲା ଏବଂ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅମର ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା।
କାର୍ଯ୍ୟକ୍ରମଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତିଟି ପର୍ଯ୍ୟାୟର ସଫଳ ରୂପାୟନ ଦିଗରେ ଯାହାଙ୍କର ପର୍ଯ୍ୟାପ୍ତ ଭୂମିକା ଥିଲା ସେ ହେଲେ ଶାଖାର ସଚିବ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ।
ଶାଖା ସଂଗଠନ ସଚିବ ଶ୍ରୀମତୀ ଅପର୍ଣ୍ଣା ସ୍ଵାଇଁ, ଶ୍ରୀମତୀ ମଧୁସ୍ମିତା ମହାନ୍ତି, ଶ୍ରୀମତୀ ମମତା ସାହୁ, ଶ୍ରୀମତୀ ପୁଷ୍ପାଞ୍ଜଳି ମହାରଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ସମସ୍ତଙ୍କୁ ରଜ ପୋଡ଼ ପିଠା ଓ ରଜ ପାନ ବିତରଣ କରିଥିଲେ।
ପରିଶେଷରେ ସଚିବ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ଉଦ୍ୟମରେ ଉପସ୍ଥିତ ସମସ୍ତଙ୍କୁ ସୁସ୍ୱାଦୁ ରାତ୍ରି ଭୋଜନରେ ଆପ୍ୟାୟିତ କରାଯାଇଥିଲା। #bharatbikashparishad #Ommtv #Omtv                    </div>

                    <!--Optional Url Button -->
                                            <div class= Click Here To See More   

What's Your Reaction?

like

dislike

love

funny

angry

sad

wow

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION