ବିଶ୍ଵ ରକ୍ତ ଦାତା ଦିବସ : Ommtv

ବିଶ୍ଵ ରକ୍ତ ଦାତା ଦିବସ

ବିଶ୍ଵ ରକ୍ତ ଦାତା ଦିବସ : Ommtv
ବିଶ୍ଵ ରକ୍ତ ଦାତା ଦିବସ ଅବସରରେ, ଆଜି ଓଡ଼ିଶା ବ୍ଲଡ଼ ସେଣ୍ଟର୍ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କ୍ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ କ୍ୟାପିଟାଲ ହସ୍ପିଟାଲ ର ଡେପୁଟି ସୁପରିଟେନ୍ଡେଣ୍ଟ ଶ୍ରୀ ଧନଞ୍ଜୟ ଦାସ, କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କ୍ ଅଫିସର ଡଃ ଦେବାଶିଷ ମିଶ୍ର, ଓ ଅନ୍ୟାନ୍ୟ ଅତିଥିଙ୍କ ଉପସ୍ଥିତି ରେ ପ୍ରଥମେ ଏକ ମାନବ ଚେନ୍ କରାଯାଇଥିଲା । ନିୟମିତ ଭାବେ ସ୍ୱଇଛା ରେ ରକ୍ତଦାନ କରୁଥିବା ରକ୍ତଦାତା ତଥା ବିଭିନ୍ନ ସଙ୍ଗଠନ ମାନଙ୍କୁ ସମ୍ମାନିତ କରିବା ସହ ରକ୍ତଦାନ ର ବିଭିନ୍ନ ଉପକାରିତା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ତଥା ବାହାନଗା ରେଳ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ବ୍ୟକ୍ତି ଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ସେଠାରେ ଉପସ୍ଥିତ ସମସ୍ତ ଅତିଥି ତଥା ସଂଗଠନ ର ସଦସ୍ୟ ମାନେ ଆଗାମୀ ଭବିଷ୍ୟତକୁ ନେଇ ନିଜର ଚିନ୍ତାଧାରା ବ୍ୟକ୍ତ କରିଥିବା ବେଳେ ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଜୟ ଓଡ଼ିଶା ର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ବିଭିନ୍ନ ଆୟୋଜନ କାର୍ଯ୍ୟରେ ସହଯୋଗ କରିଥିଲେ।
ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ର ଆୟୋଜନ କରିଥିବାରୁ କ୍ୟାପିଟାଲ ବ୍ଲଡ଼ ବ୍ୟାଙ୍କ ର ସଦସ୍ୟ ମାନଙ୍କୁ ଅଶେଷ ଧନ୍ୟବାଦ୍ ଦେବା ସହ, ଏହା ଆଗାମୀ ଦିନରେ ଜୁବବର୍ଗ ଙ୍କୁ ଆହୁରି ଅଧିକା ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଉତ୍ସାହିତ କରିବା ବୋଲି ଆଶା। #blooddonation #Ommtv #Omtv #Bhubaneswar #NBPC #news #KalingaCineArts