ରାସୋଳ ଥାନା କୁନୁଆ ଗ୍ରାମ ସ୍ଥିତ ମାଆ ସୁଖିଆ ବାଉତି ପିଠରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର : OmmTv

ଆଜି ରାସୋଳ ଥାନା କୁନୁଆ ଗ୍ରାମ ସ୍ଥିତ ମାଆ ସୁଖିଆ ବାଉତି ପିଠ ପରିସରରେ ରାଉରକେଲା ସ୍ଥିତ ଜୟ ପ୍ରକାଶ ଘରୋଇ ଚକ୍ଷୁ ହସ୍ପିଟାଲ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। କୁନୁଆ ଗ୍ରାମ୍ୟ କମିଟି, ସୁଖିଆ ବାଉତି

ରାସୋଳ ଥାନା କୁନୁଆ ଗ୍ରାମ ସ୍ଥିତ ମାଆ ସୁଖିଆ ବାଉତି ପିଠରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର : OmmTv

ରାସୋଳ ଥାନା କୁନୁଆ ଗ୍ରାମ ସ୍ଥିତ ମାଆ ସୁଖିଆ ବାଉତି ପିଠରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର : OmmTv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ): ଆଜି ରାସୋଳ ଥାନା କୁନୁଆ ଗ୍ରାମ ସ୍ଥିତ ମାଆ ସୁଖିଆ ବାଉତି ପିଠ ପରିସରରେ ରାଉରକେଲା ସ୍ଥିତ ଜୟ ପ୍ରକାଶ ଘରୋଇ ଚକ୍ଷୁ ହସ୍ପିଟାଲ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। କୁନୁଆ ଗ୍ରାମ୍ୟ କମିଟି, ସୁଖିଆ ବାଉତି ସେବା ସମିତି ଓ ରାସୋଳ ଜନ ମଙ୍ଗଳ ସ୍ଵେଚ୍ଛାସେବୀ ସଂଗଠନ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଶିବିର ରେ 150 ଚକ୍ଷୁ ରୋଗୀ ମାନଙ୍କୁ ଚିକିତ୍ସା କରିବା ସହ ମାଗଣା ଚଷମା ପ୍ରଦାନ କରାଯାଇଥିଲା। ଜନ ମଙ୍ଗଳ ରାସୋଳ ର ସଭାପତି ବିଭୁ ପ୍ରସାଦ ଶତପଥୀ ଙ୍କ ତତ୍ତ୍ଵାବଧାନ ରେ ସେବକ ସେବିକା ମାନେ ସେବା ଯୋଗାଇ  ଶିବିର କୁ ସଫଳ କରିଥିଲେ। ସଂଗଠନ ର ଉପଦେଷ୍ଠା ଡଃ ଦୟାନିଧି ପୃଷ୍ଟି, ସାମାଜ ସେବୀ ରତିକାନ୍ତ ଗଡନାୟକ,ଉପଦେଷ୍ଠା ବାଉରୀବନ୍ଧୁ ସାମଲ, ଶରତ କୁମାର ସାମଲ, ଗଗନ ବିହାରୀ ସାମଲ,  ଇଁ ବିରେନ୍ଦ୍ର ବେହେରା ,ଦେବାଶିଷ ସାହୁ,ଜଗବନ୍ଧୁ ରାଉତ ପ୍ରମୂଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।