ଘୋଷଯାତ୍ରା ପାଇଁ ଶ୍ରୀ ବାଣୀକ୍ଷେତ୍ର ଚଳଚଞ୍ଚଳ : Ommtv

ଘୋଷଯାତ୍ରା ପାଇଁ ଶ୍ରୀ ବାଣୀକ୍ଷେତ୍ର ଚଳଚଞ୍ଚଳ

ଘୋଷଯାତ୍ରା ପାଇଁ ଶ୍ରୀ ବାଣୀକ୍ଷେତ୍ର ଚଳଚଞ୍ଚଳ : Ommtv
ଘୋଷଯାତ୍ରା ପାଇଁ ଶ୍ରୀ ବାଣୀକ୍ଷେତ୍ର ଚଳଚଞ୍ଚଳ : Ommtv
: ଘୋଷଯାତ୍ରା ପାଇଁ ଶ୍ରୀ ବାଣୀକ୍ଷେତ୍ରରେ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଶ୍ରୀ ବାଣୀକ୍ଷେତ୍ର ରଥଯାତ୍ରା ହେଉଛି ଭୁବନେଶ୍ୱରର ଅନ୍ୟତମ ବଡ଼ ରଥଯାତ୍ରା । ରଥଯାତ୍ରା ପାଇଁ ଶ୍ରୀ ବାଣୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ ଅନୁକୂଳ ଆରମ୍ଭରୁ ର୍ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥାଏ । ଅକ୍ଷୟ ତୃତୀୟାଠାରୁ କିଟ୍, କିସ୍ ଓ ଶ୍ରୀ ବାଣୀକ୍ଷେତ୍ର କିଟ୍ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମୟକୁ ସମୟ ରଥଯାତ୍ରା ଯେଭଳି ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇପାରିବ ସେ ନେଇ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀ ସାମନ୍ତଙ୍କ ଅଧ୍ୟକ୍ଷତାରେ ଶନିବାର ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁଯାୟୀ ସୋମବାର ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ମହାପ୍ରଭୁଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ସୂର୍ଯ୍ୟ ପୂଜା, ରୋଷ ହୋମ, ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ସମ୍ପନ୍ନ ପରେ ପୂର୍ବାହ୍ନ ୧୦ ଘଟିକାରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । ସେହିପରି ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଛେରା ପହଁରା ନୀତି ସମ୍ପନ୍ନ ପରେ ଅପରାହ୍ନ ୪.୩୦ରୁ ରଥଟଣା ଆରମ୍ଭ ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ରଥଯାତ୍ରା ସମୟରେ ଶ୍ରୀବାଣୀକ୍ଷେତ୍ରରେ ୩୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳାର ସହ ରଥଟଣା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟପକ ବନ୍ଦୋବସ୍ତ କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ବଣ୍ଟନ ଓ ଜଳ ସିଞ୍ଚନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଶିଖରଚଣ୍ଡୀ ପାଦ ଦେଶରେ ଥିବା ସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ଠାକୁରମାନେ ପହଞ୍ଚିବା ପରେ ଏଠାରେ ନବଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିରାଟ ମୀନାବଜାର ସହ ପ୍ରତ୍ୟେହ ସଂଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ସମାରୋହର ଆୟୋଜନ କରାଯାଇଛି । #Kiss #ShreeBanikherta #Jagannath #Bhubaneswar #Rathajatra #viral #trending #Ommtv #Omtv #Kalingacinearts #NBPC