ରଜ ତିନି ଦିନ ତିନି ଓଡ଼ିଆ ଫିଲ୍ମ ହାଉସଫୁଲ : Ommtv

Raja Odia Film

ରଜ ତିନି ଦିନ ତିନି ଓଡ଼ିଆ ଫିଲ୍ମ ହାଉସଫୁଲ : Ommtv

ରଜ ତିନି ଦିନ ତିନି ଓଡ଼ିଆ ଫିଲ୍ମ ହାଉସଫୁଲ : Ommtv

ଲଭଇନ୍ ଲଣ୍ଡନ, ଗୁଡ଼ୁ ଗ୍ୟାଙ୍ଗଷ୍ଟାର ଓ ଲାଗିଲା ରଙ୍ଗ ଗୋଲାପି ଗୋଲାପି
ଭୁବନେଶ୍ବର: ଓଡ଼ିଆ ଗଣ ପର୍ବ ରଜ ଅବସରରେ ଓଲିଉଡ଼ରେ ମୁକ୍ତିଲାଭ କରିଥିଲା ତିନିଟି ଓଡ଼ିଆ ଫିଲ୍ମ। ସିଦ୍ଧାର୍ଥ ପ୍ରଡ଼କ୍ସନ୍‌ର ଲାଗିଲା ରଙ୍ଗ ଗୋଲାପି ଗୋଲାପିରେ ଅମ୍ଳାନ୍ ଓ ରିୟାଙ୍କ ଅଭିନିତ ପ୍ରେମ ଓ କମେଡ଼ି ଭରପୁର ଥିଲା ବେଳେ ରୋମାଣ୍ଟିକ୍ କାହାଣୀନେଇ ଜେବି ଫ୍ଲିମସ୍ ପ୍ରଯୋଜିତ ଲଭଇନ୍ ଲଣ୍ଡନରେ ଅନୁଭବ ଓ ସ୍ବପ୍ନା ଅଭିନୟ କରିଛନ୍ତି। ସେହିଭଳି ସିଦ୍ଧାନ୍ତ ମହାପାତ୍ର ଓ ନର୍ମତାଙ୍କ ଯୋଡ଼ିରେ ରିଲିଜହୋଇଥିଲା ଗୁଡ଼ୁ ଗ୍ୟାଙ୍ଗଷ୍ଟାର। ରଜ ବଜାରକୁ ଆଖିଆଗରେ ରଖି ତିନିଟି ଫିଲ୍ମ ଓଡ଼ିଆର ବଛାବଛା ହଲ୍‌ରେ ଗତ ୧୩ ତାରିଖ ଦିନ ରିଲିଜ୍ ହୋଇଥିଲା। ବିଶେଷସୂତ୍ରରୁ ପ୍ରକାଶ ତିନିଟି ଫିଲ୍ମ ଲଗାତାର ରଜ ତିନିଦିନ ହାଉସଫୁଲ୍ ହୋଇଥିବା ଦେଖିବାକୁ ମିଳିଥିଲା। ଯାହାନେଇ ପ୍ରଡ଼କ୍ସନ୍ ସଂସ୍ଥା ଭଲ ଅର୍ଥ ରୋଜଗାର କରିଥିବା ଡ଼ିଷ୍ଟୁ‌ବୁଟର ସଂସ୍ଥା ପକ୍ଷରୁ ମତପ୍ରକାଶ ପାଇଛି। ତେବେ ଅନୁଭବ ମହାନ୍ତିଙ୍କ କହିବା ଅନୁଯାୟୀ ଅନେକ ଦର୍ଶକ ହଲ ଭିତରେ ଫିଲ୍ମ ଦେଖୁଥିବା ବେଳେ ମୋବାଇଲରେ ଭିଡ଼ିଓ ରେକଡ଼ିଂ କରି ନେଉଥିବା ଦେଖିବାକୁ ମିଳିଥିଲା। ଯାହା ପରବର୍ତି ସମୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅପଲୋଡ଼ ହୋଇଥିବା ଦେଖିବାକୁ ମିଳିଛି। ଏପରି ହେବା ଦ୍ବାରା ଓଡ଼ିଆ ଚଳଚ୍ଚିତ୍ରର ମାନ କମିବ ଓ ନକଲିକୁ ରୋକିହେବ ନାହିଁ। ତେଣୁ ଫିଲ୍ମ ଦେଖି ମନୋରଞ୍ଜନର ମଜ୍ଜା ଉଠାନ୍ତୁ ହେଲେ ଭିଡ଼ିଓ ସୁଟକରି ନକଲିକୁ ପ୍ରସୟ ‌ଦିଅନ୍ତୁ ନାହିଁ। ସେହିଭଳି ସିଦ୍ଧାନ୍ତ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏକକାଳିନ ତିନିଟି ଫିଲ୍ମ ରଜ ବଜାରରେ ରିଲିଜ୍‌ହୋଇ ହାଉସଫୁଲ ହେବା ଏକ ଭଲ ଲକ୍ଷଣ। ଏହା ଫଳରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପୁଣି ଚଳଚଞ୍ଚଳ ହେବ। ଅନ୍ୟପକ୍ଷରେ ଲାଗିଲା ରଙ୍ଗ ଗୋଲାପି ଗୋଲାପି ଫିଲ୍ମ ସୁପର ହିଟ୍ ହୋଇ ଦର୍ଶକଙ୍କ ପ୍ରଶଂସା ସାଉଁଣ୍ଟି ଓଲିଉଡ଼ପାଇଁ ଆଉ ଏକ ସଫଳତା ଆଣି‌ଛି। ଏହି ଚଳଚ୍ଚିତ୍ରର ଟାଇଟେଲ୍ ଗୀତ ସମସ୍ତ ଦର୍ଶକଙ୍କ ମୁହଁରେ ଗୁଣଗୁଣ ହେଉଥିଲା ବେଳେ ଅନ୍ୟ ଦୁଇଟି ଫିଲ୍ମରେ ରୋମାଣ୍ଟିକ୍ ଓ କମେଡ଼ି ସହିତ କିଛି ଆକ୍ସନ୍ ଦୃଶ୍ୟଦେଖିବାକୁ ମିଳିଛି। ତେବେ ମୋଟାମୋଟି ଭାବରେ ରଜରେ ପୁଣି ଓଡ଼ିଆ ଫିଲ୍ମ ରାଜ୍ୟର ସମସ୍ତ ହଲରେ ନିଜର ଦବ୍‌ଦବା ବଜାୟୀ ରଖିଥିବା ପରିଚୟ ମିଳିଛି। ‌କିଛି ଦର୍ଶକ ଏହି ଫିଲ୍ମଗୁଡ଼ିକୁ ଦେଖି କପି ଓ ମନଗଢ଼ା ଏବଂ ଚିରାଚରିତ ପ୍ରେମ କାହାଣୀ ବୋଲି ଦର୍ଶାଇ ନାକରାତ୍ମକ ମତାମତ ଦେଇଛନ୍ତି।