ବିନା ଯୋଜନାରେ କିଡ଼ନି କାଢ଼ିନେଲେ : ଆଠ ଘଣ୍ଟାପରେ ପ୍ରତ୍ୟାରୋପଣ : ଓମଟିଭି

ଏସ୍‌ସିବି ମେଡିକାଲ କଲେଜ୍‌ର ଡାକ୍ତରଙ୍କ ଅବହେଳା ଯୋଗୁ ଆଜି ଏକ ଦାନ ସୂତ୍ରରେ ମିଳିଥିବା କିଡ୍‌ନି ଉପଯୁକ୍ତ ଭାବେ ବିନିଯୋଗ ହୋଇପାରି ନଥିବା ଜଣାପଡ଼ିଛି । ଏହି ମହତ୍ କାର୍ଯ୍ୟ ପାଇଁ କିଡ୍‌ନି ଦାନ କରିଥିବା ପରିବାରଙ୍କୁ ଶକ୍ତ ଧକ୍କା ଲାଗିଛି । ଯେଉଁ ମହାନ୍ ଉଦ୍ଦେଶ୍ୟ ନେଇ ସଂପୃକ୍ତ ପରିବାର ଯେଉଁ ପିଲାର କିଡ୍‌ନି ଦାନ କରିଥିଲେ ତାହା ସଫଳ ହୋଇନଥିବା କୁହାଯାଉଛି । ଏହି ଅବହେଳା ପାଇଁ କିଡ୍‌ନି ପ୍ରତ୍ୟାରୋପଣ ଅପେକ୍ଷା ରେ ଥିବା ଜଣେ ରୋଗୀଙ୍କୁ ହତାସ ହେବାକୁ ପଡ଼ିଛି ।

ବିନା ଯୋଜନାରେ କିଡ଼ନି କାଢ଼ିନେଲେ : ଆଠ ଘଣ୍ଟାପରେ ପ୍ରତ୍ୟାରୋପଣ : ଓମଟିଭି

ବିନା ଯୋଜନାରେ କିଡ଼ନି କାଢ଼ିନେଲେ : ଆଠ ଘଣ୍ଟାପରେ ପ୍ରତ୍ୟାରୋପଣ : ଓମଟିଭି

ଭୁବନେଶ୍ୱର ୧୩.୭.୨୨(ଓମ): ଏସ୍‌ସିବି ମେଡିକାଲ କଲେଜ୍‌ର ଡାକ୍ତରଙ୍କ ଅବହେଳା ଯୋଗୁ ଆଜି ଏକ ଦାନ ସୂତ୍ରରେ ମିଳିଥିବା କିଡ୍‌ନି ଉପଯୁକ୍ତ ଭାବେ ବିନିଯୋଗ ହୋଇପାରି ନଥିବା ଜଣାପଡ଼ିଛି । ଏହି ମହତ୍ କାର୍ଯ୍ୟ ପାଇଁ କିଡ୍‌ନି ଦାନ କରିଥିବା ପରିବାରଙ୍କୁ ଶକ୍ତ ଧକ୍କା ଲାଗିଛି । ଯେଉଁ ମହାନ୍ ଉଦ୍ଦେଶ୍ୟ ନେଇ ସଂପୃକ୍ତ ପରିବାର ଯେଉଁ ପିଲାର କିଡ୍‌ନି ଦାନ କରିଥିଲେ ତାହା ସଫଳ ହୋଇନଥିବା କୁହାଯାଉଛି । ଏହି ଅବହେଳା ପାଇଁ କିଡ୍‌ନି ପ୍ରତ୍ୟାରୋପଣ ଅପେକ୍ଷା ରେ ଥିବା ଜଣେ ରୋଗୀଙ୍କୁ ହତାସ ହେବାକୁ ପଡ଼ିଛି ।
କିମ୍‌ସ ହସ୍ପିଟାଲ୍‌ରେ ସୌମ୍ୟ ରଞ୍ଜନ ଲେଙ୍କାଙ୍କ ୫ବର୍ଷର ପୁଅ ଗୁରୁତର ଭାବେ ଅସୁସ୍ଥ ହୋଇ ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଗତ ୪ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କ ବଞ୍ଚିବା ଆଶା କ୍ରମେ ମଉଳି ଯାଇଥିଲା, ଶରୀର କିଛି ଅଂଶ ଅଚଳ ହୋଇ ପଡ଼ିଥିବାରୁ ତାଙ୍କୁ ‘ବ୍ରେନ୍ ଡେଡ୍‌’ ଘୋଷଣା କରିବା ସ୍ଥିତିକୁ ଚାଲି ଆସିଥିଲା । ଏଣୁ ପିଲାଟି ବଞ୍ଚିବାର ଆଉ ଆଶା ନଥିବା ଜାଣି ତାହା କିଡ୍‌ନି ଆଉ ଲିଭର୍ ଦାନ କରିବା ପାଇଁ ପରିବାର ପକ୍ଷରୁ ହସ୍ପିଟାଲକୁ ଅବଗତ କରାଯାଇଥିଲା । କିଡ୍‌ନି ଦାନ ଓ ପ୍ରତ୍ୟାରୋପଣର ନିୟମ ଅନୁଯାୟୀ ହସ୍ପିଟାଲ ପକ୍ଷରୁ ‘ସୋଟୋ ’(ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍‌)କୁ ଜଣାଇ ଦିଆଯାଇଥିଲା । ନିୟମ ଅନୁସାରେ ଏହି ସଂସ୍ଥା ରାଜ୍ୟର ଯେଉଁ ସବୁ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କିଡ୍‌ନି ପ୍ରତ୍ୟାରୋପଣ ବା ଟ୍ରାନ୍ସପ୍ଲାଣ୍ଟ ହେଉଛି ସେଠାରେ ଚିକତ୍ସିତ ହେଉଥିବା ରୋଗୀମାନଙ୍କ ତାଲିକା ରହିଥାଏ । ପ୍ରାୟ ଶତାଧିକ କିଡ୍‌ନି ରୋଗୀ ପ୍ରତ୍ୟାରୋପଣ ପାଇଁ ଅପେକ୍ଷାରେ ଅଛନ୍ତି । ଆବଦେନ ଅନୁସାରେ ସିରିଅଲ ଆଗରେ ଥିବା ରୋଗୀଙ୍କୁ ପ୍ରଥମେ ସୁବିଧା ଦିଆଯାଇଥାଏ । କୌଣସି ସୂତ୍ରରୁ କିଡ୍‌ନି ମିଳିବାର ସୂଚନା ଆସିଲେ ସୋଟୋ ପକ୍ଷରୁ ସିରିଅଲ ଅନୁସାରେ ସଂପୃକ୍ତ ମେଡିକାଲକୁ ସୂଚନା ଦିଆଯାଇଥାଏ । ସିରିଅଲର ଆଗରେ ଥିବା ରୋଗୀଙ୍କୁ ସଂପୃକ୍ତ ହସ୍ପିଟାଲ ଆଣି କିଡ୍‌ନି ପ୍ରତ୍ୟାରୋପଣ ପାଇଁ ବ୍ୟବସ୍ଥା କରିଥା’ନ୍ତି । କିଡ୍‌ନି ଆସିବା କ୍ଷଣି ତାଙ୍କ ଦେହରେ ପ୍ରତ୍ୟାରୋପଣ କରାଯାଇଥାଏ । କିଡ୍‌ନି ବାହାର କରି ଆଣିବା ଓ ପ୍ରତ୍ୟାରୋପଣ କରିବା ମଧ୍ୟରେ ଯଥାଶୀଘ୍ର ସମୟ କମ୍ ରହିବା ଆବଶ୍ୟକ । କାରଣ ଗୋଟିଏ କିଡ୍‌ନି କାଢ଼ିବା ପରେ ତାହାର ଆୟୁସ ୬ରୁ ୮ ଘଣ୍ଟା ଥାଏ ବୋଲି ବିଶେଷଜ୍ଞ କହିଛନ୍ତି । ଏହି ସମୟ ପରେ ଯଦି କିଡ୍‌ନି ପ୍ରତ୍ୟାରୋପଣ କରାଯାଏ ତାହା ହେଲେ କିଛି ଫାଇଦା ହୋଇନଥାଏ । ରୋଗୀ ପାଇଁ ଏହା ଫଳପ୍ରଦ ହୁଏ ନାହିଁ ।
ସୋଟୋର ତାଲିକା ଅନୁସାରେ କିମ୍‌ସରୁ ଯେଉଁ ପିଲାର କିଡ୍‌ନି ଆସିବାର ଥିଲା ତାହା ଆପୋଲୋ ହସ୍ପିଟାଲ ରୋଗୀଙ୍କ ପାଖକୁ ଯିବା କଥା । କିନ୍ତୁ କଟକ ଏସ୍‌ସିବି ମେଡିକାଲ କଲେଜ୍‌କୁ ତାହା ଅଣାଗଲା । ପ୍ରଭାବ ବିସ୍ତାର କରି ଏସ୍‌ସିବି ମେଡିକାଲ୍ କଲେଜ୍ ୟୁରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସମୀର ସ୍ୱାଇଁ ଆଜି ଭୋର ପ୍ରାୟ ୩.୩୦ ସମୟରେ କିମସ୍‌ରେ ପହଞ୍ଚି ସଂପୃକ୍ତ ପିଲାର ଅପରେସନ୍ କରି କିଡ୍‌ନି କାଢ଼ି ପ୍ରାୟ ୫.୩୦ ବେଳକୁ ଏସ୍‌ସିବି ମେଡିକାଲରେ ଆସି ପହଞ୍ଚିଥିଲେ । କିନ୍ତୁ ଏସ୍‌ସିବି ମେଡିକାଲ କଲେଜ୍‌ରେ ପୂର୍ବରୁ କିଡ୍‌ନି ପ୍ରତ୍ୟାରୋପଣ ପାଇଁ କୌଣସି ରୋଗୀଙ୍କୁ ପ୍ରସ୍ତୁତ କରି ରଖାଯାଇ ନଥିଲା । ଏଥିପାଇଁ ସମୟ ମଧ୍ୟ ଲାଗିଥାଏ । ପୂର୍ବରୁ ପ୍ରସ୍ତୁତି ହୋଇନଥିଲେ ଏହା ହୋଇପାରିବ ନାହିଁ । ଏସ୍‌ସିବି ମେଡିକାଲରେ ରୋଗୀ ନଆସିବା ଦ୍ୱାରା ପ୍ରସ୍ତୁତି କାର୍ଯ୍ୟ ପୂର୍ବାହ୍ନ ୯ଟାଏଁ ହୋଇପାରିଲା ନାହିଁ । ପୁଣି ସେଇ କିଡ୍‌ନିକୁ ଆପୋଲୋ ହସ୍ପିଟାଲ୍‌କୁ ପଠାଗଲା । ଆପୋଲୋ ହସ୍ପିଟାଲକୁ ଆଗରୁ ସୂଚନା ଦିଆଯାଇ ନଥିବାରୁ ସେଠାରେ ପୂର୍ବ ପ୍ରସ୍ତୁତି ହୋଇନଥିଲା । ଦିନ ୨ଟା ଯାଏଁ କୌଣସି ରୋଗୀ ଦେହରେ ଏହି କିଡ୍‌ନି ପ୍ରତ୍ୟାରୋପଣ ହୋଇନଥିବା ଖବର ମିଳିଛି । ଆପୋଲୋ ହସ୍ପିଟାଲ୍ ପକ୍ଷରୁ ସମ୍‌ରୁ ରୋଗୀକୁ ଆଣି ପ୍ରତ୍ୟାରୋପଣ କରିବା ପାଇଁ ଉଦ୍ୟମ କରାଯାଉଥିଲା । ହେଲେ ସେତେବେଳକୁ କିଡ୍‌ନି ଆୟୁଷ ୮ଘଣ୍ଟା ପୁରିସାରିଥିଲା । ଯଦିବା କାହା ଦେହରେ ବିଳମ୍ବରେ ପ୍ରତ୍ୟାରୋପଣ କରାଯାଇଥିବ ସେ ରୋଗୀ ପାଇଁ ଏହା ଫଳପ୍ରଦ ହେବ ନାହିଁ ବୋଲି ଡାକ୍ତରମାନେ ମତ ଦେଉଛନ୍ତି ।
ଫଳରେ ଯେଉଁ ମହତ୍ ଆଶା ଓ ଆକାଂକ୍ଷା ଧରି ଗୋଟିଏ ପରିବାର ତା’ ପିଲାର କିଡ୍‌ନି ଦାନ କରିଥିଲେ ତାହା ବେକାର ହେଲା । ଅନ୍ୟପଟରେ ଗୋଟିଏ ଜୀବନ ମଧ୍ୟ ବଞ୍ଚିବା ଅଶାରୁ ଦୂରେଇଗଲା । ଶତାଧିକ ରୋଗୀ ଅପକ୍ଷୋରେ ଥିଲାବେଳେ ଡାକ୍ତରଙ୍କ ଦୂର ଦୃଷ୍ଟିର ଅଭାବ ଓ ଅବହେଳା ପାଇଁ ଜଣେ ରୋଗୀ କିଡ୍‌ନି ପ୍ରତ୍ୟାରୋପଣରୁ ବଞ୍ଚିତ ହେଲା । ଏହାକୁ ଫୌଜଦାରୀ ଅପରାଧ ଭାବେ କାହିଁକି ଗଣାଯିବ ନାହିଁ ଏବଂ ଏଥିପାଇଁ ଦାୟୀ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ପ୍ରଶ୍ନ ଉଠୁଛି ।