ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ବାର୍ଷିକ ବୈଠକ, ଜାତିର ଉନ୍ନତି ପାଇଁ ପ୍ରଥମେ ସଙ୍ଗଠନର ଉନ୍ନତି ହେବା ଦରକାର : Ommtv

ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ବାର୍ଷିକ ବୈଠକ, ଜାତିର ଉନ୍ନତି ପାଇଁ ପ୍ରଥମେ ସଙ୍ଗଠନର ଉନ୍ନତି ହେବା ଦରକାର

ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ବାର୍ଷିକ ବୈଠକ, ଜାତିର ଉନ୍ନତି ପାଇଁ ପ୍ରଥମେ ସଙ୍ଗଠନର ଉନ୍ନତି ହେବା ଦରକାର : Ommtv

ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ବାର୍ଷିକ ବୈଠକ, ଜାତିର ଉନ୍ନତି ପାଇଁ ପ୍ରଥମେ ସଙ୍ଗଠନର ଉନ୍ନତି ହେବା ଦରକାର : Ommtv

: ଓଡ଼ିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନତାତି କର୍ମଚାରୀ କଲ୍ୟାଣ ସମନ୍ବୟ ପରିଷଦର ରାଜ୍ୟସ୍ତରୀୟ ସାଧାରଣ ସଭା ଆଜି ବାର୍ଷିକ କାର୍ଯ୍ୟକାରିଣୀ ବୈଠକ କିଟ୍ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଅନୁଷ୍ଠାନର ପ୍ରତିଷ୍ଠାତା ନାରାୟଣ ଦାଶ, ନୀଳମଣୀ ବେହେରା ଏବଂ ଚୈତନ୍ୟ ରାମ ନାୟକ ଯୋଗଦେଇ ଉପସ୍ଥିତ ଶତାଧିକ ସଭ୍ୟମାନଙ୍କୁ ସଙ୍ଗଠିତ ହୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ। ଜାତିର ଉନ୍ନତି ପାଇଁ ପ୍ରଥମେ ସଙ୍ଗଠନର ଉନ୍ନତି କରିବା ନିହାତି ଦରକାରବୋଲି ଅତିଥିମାନେ ନିଜ ମତବ୍ୟକ୍ତ କରିଥିଲେ। ଅନୁଷ୍ଠିତ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସଭାପତି ଧନଞ୍ଜୟ ହେମ୍ବ୍ରମ। ସମ୍ମାନୀତ ଅତିଥିଭାବେ ଯୋଗଦେଇ ସୁନନ୍ଦ ଝଡ଼ିଆ ଓ ବିନୋଦ କୁମାର ନାୟକ ବାର୍ଷିକ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟବକ୍ତା ଭାବେ ପଙ୍କଜ ନାୟକ ଏବଂ ସମ୍ମାନିତ ବକ୍ତାଭାବେ ପବିତ୍ର ମଲ୍ଲିକ ଯୋଗଦେଇଥିଲେ। ଏହି ଅବସରରେ ନୂତନ ବର୍ଷ ପାଇଁ ଗଠନ ହୋଇଥିଲା ଅନୁଷ୍ଠାନର ପରିଚାଳନା କମିଟି । ଯେଉଁଥିରେ ସଭାପତିଭାବେ ଚୟନ ହୋଇଥିଲେ ଧନଞ୍ଜୟ ହେମ୍ବ୍ରମ, କାର୍ଯ୍ୟକାରୀ ସଭାପତି ଅଜୟ ମାରାଣ୍ଡି, ସେକ୍ରେଟାରୀ ଜେନେରାଲ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓ ସହ ସେକ୍ରେଟାରୀ ଜେନେରାଲ ସିଧେଶ୍ବର ବେହେରା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ଏକ ହଜାରରୁ ଅଧିକ ସଭ୍ୟ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।