ଭୁବନେଶ୍ୱର ଜିଲ୍ଲା ଅଭିଯାନ, ବାଲିଯାତ୍ରାରୁ ଦସ୍ତଖତ ସଂଗ୍ରହ : ommtv

ଭୁବନେଶ୍ୱର ଜିଲ୍ଲା ଅଭିଯାନ, ବାଲିଯାତ୍ରାରୁ ଦସ୍ତଖତ ସଂଗ୍ରହ

ଭୁବନେଶ୍ୱର ଜିଲ୍ଲା ଅଭିଯାନ, ବାଲିଯାତ୍ରାରୁ ଦସ୍ତଖତ ସଂଗ୍ରହ : ommtv

ଭୁବନେଶ୍ୱର ଜିଲ୍ଲା ଅଭିଯାନ, ବାଲିଯାତ୍ରାରୁ ଦସ୍ତଖତ ସଂଗ୍ରହ : ommtv
ଭୁବନେଶ୍ୱର: ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଦାବିରେ ଭୁବନେଶ୍ୱର ବାଲିଯାତ୍ରାରେ ଦସ୍ତଖତ ସଂଗ୍ରହ କରାଯାଇଛି । ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲା ହେବା ଯଥାର୍ଥ ବୋଲି ମୁରବୀମାନେ ମତ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଦସ୍ତଖତ ସଂଗ୍ରହ ଚାଲୁ ରହିଥିବା ଏହିି ଅଭିଯାନରେ ସମୁଦାୟ ୯୮୦ଜଣ ପୂଜା କମିଟିର ମୁଖ୍ୟ ଓ ମୁରବୀସାମିଲ ହୋଇଛନ୍ତି । ବାଲିଯାତ୍ରାରେ ଦସ୍ତଖତ ଅଭିଯାନରେ ବାଲିଯାତ୍ରା କମିଟି ପୂର୍ବତନ ସଭାପତି ଅଭୟ ବଡ଼ଜେନା, ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା, ଆଇନଜୀବୀ ସରୋଜ କୁମାର ସାହୁ, ଭୁବନେଶ୍ୱର ଜିଲ୍ଲା ଅଭିଯାନର ଅବାହକ ଲିଙ୍ଗରାଜ ସାହୁ ସମେତ ବହୁ ମୁରବୀ ସାମିଲ ହୋଇଥିଲେ । ଭୁବନେଶ୍ୱରକୁ ଜିଲ୍ଲା ପାଇଁ ଅଭିଯାନରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସମଷ୍ଟିର ସ୍ୱର ‘ମିଳିତ ମହାମଂଚ’ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠର ଗ୍ରାମବାସୀ, ବାଲିପାଟଣା, ବାଲିଅନ୍ତା, ନଖରା ଆଦି ଅଂଚଳରେ ଦସ୍ତଖତ ସଂଗ୍ରହ କରାଯାଇଛି । ନିକଟରେ ସରକାରଙ୍କ ନିକଟରେ ଉପସ୍ଥାପନା କରାଯିବ ବୋଲି ନିଷ୍ପତି ହୋଇଛି ।